fbpx
BSKY SKY
BSKY SKY

କେବିସି-୧୩ ହଟ୍ ସିଟରେ ନଜର ଆସିବେ ନୀରଜ ଚୋପ୍ରା-ପୀଆର୍ ଶ୍ରୀଧର, ଦେଖନ୍ତୁ ପ୍ରୋମୋ

BSKY

ମୁମ୍ବାଇ: କୈନ ବନେଗା କରୋଡପତି ୧୩ ତମ ସଂସ୍କରଣରେ ନିକଟରେ ଫାରା ଖାନ୍ ଏବଂ ଦୀପିକା ପାଦୁକୋନ୍ ହଟ୍ ସିଟ୍ ରେ ନଜର ଆସିଥିଲେ । ଏହା ପୂର୍ବରୁ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ସୌରଭ ଗାଙ୍ଗୁଲି ଓ ବିରେନ୍ଦ୍ର ସେହ୍ୱାଗଙ୍କୁ ହଟ୍ ସିଟ୍ ରେ ଦେଖିବାକୁ ମିଳିଥିଲା । ତେବେ ଆଗାମୀ ଏପିସୋଡ଼ରେ ସେହିଭଳି କିଛି ବିଶେଷ ଖାସ୍ ଅତିଥିଙ୍କୁ ଦର୍ଶକ ଦେଖିବାକୁ ପାଇବେ ।

ସୂଚନା ଯେ, ଟୋକିଓ ଅଲିମ୍ପିକ୍ ରେ ଗୋଲ୍ଡ ମେଡାଲ୍ ହାସଲ କରିଥିବା ନୀରଜ ଚୋପ୍ରା ଏବଂ ହକି ଖିଲାଡ଼ି ପୀଆର ଶ୍ରୀଧର, କେବିସି-୧୩ରେ ନଜର ଆସିବେ । ଏହାର ଏକ ପ୍ରୋମୋ ରିଲିଜ୍ ହୋଇସାରିଛି । ସୋନିର ଅଫିସିଆଲ୍ ସାଇଟ୍ ରେ ଏହାର ରିଲିଜ୍ ହୋଇଛି । ତେବେ ନୀରଜ ଓ ଶ୍ରୀଧରଙ୍କୁ ଅନେକ ଇଣ୍ଟରଭିୟୁରେ ଆମେ ଦେଖିବାକୁ ପାଇଛୁ ହେଲେ କେବିସିକୁ ସେ ପ୍ରଥମ ଥର ପାଇଁ ଆସିବେ । ଏହି ଏପିସୋଡ଼ରେ ସେମାନେ ବିଗ୍ ବି ଙ୍କୁ ସେମାନଙ୍କ ଅଲିମ୍ପିକ୍ ଯାତ୍ରା ସମ୍ପର୍କରେ କହିବେ । ଯାହାକି ଖୁବ୍ ରୋମାଞ୍ଚ ହେବ ।

Get real time updates directly on you device, subscribe now.