fbpx
BSKY SKY
BSKY SKY

ଏଠାରେ ଟଫି-ଚକଲେଟ୍ ଦରରେ ମିଳୁଛି ଟାଙ୍କି ଫୁଲ୍ ତେଲ, ପେଟ୍ରୋଲ୍ ଓ ଡିଜେଲ ଏଠି ପୂରା ଶସ୍ତା

BSKY

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ୍ ଓ ଡିଜେଲ୍ ଦରକୁ ନେଇ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ଅନେକ ସହରରେ ଏବେ ତୈଳ ଦର ୧୦୦ ଟପିସାରିଲାଣି । ହେଲେ ଅନ୍ୟପଟେ ଦୁନିଆରେ ପେଟ୍ରୋଲିୟମ୍ ସମ୍ପଦରେ ଭରପୁର ଥିବା ଦେଶ ମାନଙ୍କରେ ତୈଳ ଦର ଏତେ କମ୍ ଯେ, ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ଏହିଭଳି ଏକ ଦେଶ ହେଉଛି ଭେନେଜୁଏଲା । ଏଠାରେ ତୈଳଦର ଏତେ ପରିମାଣରେ କମ୍ ଯେ, ଆପଣ ମାନେ ମାତ୍ର ୫୦ ଟଙ୍କାରେ ଟାଙ୍କି ଫୁଲ ତେଲ ପାଇପାରିବେ ।

ହେଲେ ଭାରତରେ ମାତ୍ର ୫୦ ଟଙ୍କାରେ ଆପଣ ମାନେ ଅଧା ଲିଟର୍ ତେଲ ବି ପାଇପାରିବେନି । ବାସ୍ତବରେ ଭେନେଜୁଏଲାରେ ରାଜନୈତିକ ସଙ୍କଟ ଜାରି ରହିଛି । ଏହାକୁ ନେଇ ସବୁ ଦେଶ ତାଜୁବ୍ ରହିଛି । ଏହି ଦେଶରେ ଆପଣ ମାନେ କେବଳ ୨୧ ପଇସାରେ ନିଜ ବାଇକରେ ଏକ ଲିଟର୍ ତେଲ ଭରିପାରିବେ । ସୂଚନା ଯେ, ଭେନେଜୁଏଲାରେ ପେଟ୍ରୋଲ କେବଳ ୦.୦୨ ଡଲାର୍ ଉପଲବ୍ଧ ହେଉଛି । ଆଉ ଡିଜେଲ ଦାମ୍ ଶୁଣିଲେ ଆପଣ ବିଶ୍ୱାସ ବି କରିବେନି । ଡିଜେଲ କେବଳ ୦ ଡଲାରରେ ମିଳୁଛି ।

କେବଳ ଭେନେଜୁଏଲା ନୁହେଁ ବରଂ ସୁଡାନ୍, କୁୱେତ୍, ନାଇଜେରିଆ, କାଜକିସ୍ତାନ, ତୁର୍କିମେନିସ୍ତାନ, ଅଲ୍ଜିରିୟା, ଓଙ୍ଗୋଲା ଭଳି ଦେଶରେ ବି ପେଟ୍ରୋଲ ଅନୂମାନ ଠାରୁ ଖୁବ୍ ଶସ୍ତାରେ ମିଳେ । ଏହି ଦେଶ ମାନଙ୍କରେ ତୈଳ ଟଫି, ଚକଲେଟ୍ ଦରରେ ଉପଲବ୍ଧ ହେଉଛି ।

Get real time updates directly on you device, subscribe now.