fbpx

ଜାତୀୟ ମେଡିକାଲ ଆୟୋଗର ବଡ଼ ନିଷ୍ପତ୍ତି: NEET ୨୦୨୪ ପାଠ୍ୟକ୍ରମରେ କରାଗଲା ବଡ଼ ଧରଣର ସଂଶୋଧନ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଦେଶରେ ଜାତୀୟ ପ୍ରବେଶିକା ତଥା ଯୋଗ୍ୟତା ପରୀକ୍ଷା (ନିଟ) ୨୦୨୪ ଆୟୋଜିତ ହେବ । ତେବେ ମେ ମାସରେ ହେବାକୁ ଥିବା ଏହି ପରୀକ୍ଷା ପୂର୍ବରୁ ସମସ୍ତ ମେଡିକାଲ ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଜାତୀୟ ମେଡିକାଲ ଆୟୋଗ (ଏନଏମସି) ନିଟ ପରୀକ୍ଷା ପାଠ୍ୟକ୍ରମରେ ଏକ ବଡ଼ଧରଣର ପରିବର୍ତ୍ତନ କରିଛନ୍ତି ।

ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ), କମନ ୟୁନିଭରସିଟି ଏଣ୍ଟ୍ରାନସ ଟେଷ୍ଟ (ସିୟୁଇଟି) ଓ ନିଟ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ଆସନ୍ତା ବର୍ଷ ଜାନୁଆରୀ- ଏପ୍ରିଲ ମାସରେ ଜେଇଇ, ମେ ମାସ ୫ ତାରିଖରେ ନିଟ ୨୦୨୪ ପରୀକ୍ଷାର ଆୟୋଜନ କରାଯିବ । ନିଟ ପରୀକ୍ଷା ମାଧ୍ୟମରେ ବିଭିନ୍ନ ବୋର୍ଡ ଦ୍ୱାରା ଦ୍ୱାଦଶ ପରୀକ୍ଷା ଦେଇ ସାରିଥିବା ଛାତ୍ରଛାତ୍ରୀମାନେ ଏମବିବିଏସ, ବିଡିଏସ ଓ ୟୁଜିର ଅନ୍ୟ କୋର୍ସରେ ଆଡମିଶନ ନେବେ ।

ତେବେ ଆପଣ ଯଦି ମେଡିକାଲ କ୍ଷେତ୍ରର ଏହି ପ୍ରତିଷ୍ଠିତ ପରୀକ୍ଷା ନିଟ ପାଇଁ ପ୍ରସ୍ତୁତି କରଛନ୍ତି ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର ଆସିଛି । ଏନଏମସି ପକ୍ଷରୁ ନିଟ ୟୁଜି ୨୦୨୪ ପରୀକ୍ଷାର ସିଲାବସରେ ପରିବର୍ତ୍ତନ କରାଯାଇଛି । ପରୀକ୍ଷା ପ୍ୟାଟର୍ଣ୍ଣ ଅନୁଯାୟୀ, ନିଟ ୟୁଜି ୨୦୨୪ ପ୍ରଶ୍ନପତ୍ରରେ ଦୁଇଟି ସେକ୍ସନ ରହିବ । ସେକ୍ସ’ନ-ଏରେ ୩୫ଟି ପ୍ରଶ୍ନ ରହିବ ଓ ସେକ୍ସନ-ବି’ରେ ୧୫ଟି ପ୍ରଶ୍ନ ରହିବ । ସେଥିରୁ ଛାତ୍ରଛାତ୍ରୀମାନେ ୧୦ଟି ପ୍ରଶ୍ନକୁ ଚୟନ କରିପାରିବେ । ନିଟ ପରୀକ୍ଷାର ସଂଶୋଧିତ ସିଲାବସ ଏନଏମସିର ଅଫିସିଆଲ ୱେବସାଇଟ nmc.org.inରେ ଅପଲୋଡ୍ କରାଯାଇଛି । ବିଭିନ୍ନ ରାଜ୍ୟର ବୋର୍ଡ, ସିବିଏସଇ, ଏନଏସିଇଆରଟି ସିଲାବସକୁ ସମୀକ୍ଷା କରିବା ପରେ ଏନଏମସି ନିଟ ୟୁଜି ସିଲାବସକୁ ସୁପାରିଶ କରିଥାଏ ।

Get real time updates directly on you device, subscribe now.