fbpx

NEET ପେପର ଲିକ ମାମଲା: ତୃତୀୟଥର ପାଇଁ ନୋଟିସ ଜାରି କଲେ ସୁପ୍ରିମକୋର୍ଟ, କହିଲେ ‘କୌଣସି ତତ୍ପରତା ନାହିଁ’

ନୂଆଦିଲ୍ଲୀ: ମେଡିକାଲ ଛାତ୍ରଙ୍କ ବିରୋଧ ପ୍ରଦର୍ଶନ ଏବଂ ନେତାମାନଙ୍କ ବିବୃତ୍ତି ମଧ୍ୟରେ ନୀଟ-ୟୁଜି ପେପର ଲିକ ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ହେଉଛି । ସୋମବାର ଦିନ ଓକିଲଙ୍କ ଭଳି ନେଦୁମ୍ପରା ନୀଟ-ୟୁଜି ମାମଲାକୁ ସୁପ୍ରିମକୋର୍ଟରେ ଉଠାଇଛନ୍ତି । ଜେମସ୍ ନେଦୁମ୍ପରା ନୀଟ-ୟୁଜି ୨୦୨୪ ପେପର ଲିକ ମାମଲା ସହ ଜଡିତ ତିନୋଟି ପିଟିସନର ଉଲ୍ଲେଖ କୋର୍ଟ ପରିସରରେ କରିଛନ୍ତି । ଏହି ତିନୋଟି ପିଟିସନର ଉଲ୍ଲେଖ କୋର୍ଟ ପରିସରରେ କରିଛନ୍ତି । ଏହି ତିନୋଟି ପିଟିସନରେ ନୀଟ ପେପର ଲିକ ମାମଲାରେ ହୋଇଥିବା ଦୁର୍ନୀତି, ସିବିଆଇ ତଦନ୍ତ ଦାବି ଏବଂ ଏହି ମାମଲାରେ ଇଡି ଏବଂ ସିବିଆଇ ଦଳ ଗଠନ କରିବା ଦାବି ହୋଇଥିଲା ।

ସୁପ୍ରିମକୋର୍ଟଙ୍କ ବେଞ୍ଚ ତୃତୀୟ ପିଟିସନରେ ନୋଟିସ ଜାରି କରିଛନ୍ତି । କୋର୍ଟ କହିଛନ୍ତି ଏଥିରେ କୌଣସି ତତ୍ପରତା ନାହିଁ । ମାମଲାର ଯାଞ୍ଚକୁ ଆଗକୁ ବଢିବାକୁ ଦିଅ । ଏଥିସହ କୋର୍ଟ କହିଛନ୍ତି ଯେ, ଏହି ମାମଲାର ଶୁଣାଣି ୮ ଜୁଲାଇରେ କରାଯିବ ।

ସୋମବାର ଦିନ ନୀଟ ପରୀକ୍ଷା ବିବାଦ ମାମଲାରେ ରାଜସ୍ଥାନ ହାଇ କୋର୍ଟରେ ଶୁଣାଣି ହୋଇଛି । ଜଷ୍ଟିସ ଅଶୋକ କୁମାର ଜୈନ ଏନଡିଏ ଏବଂ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି । ହାଇକୋର୍ଟ କହିଛନ୍ତି ଯେ, ସୁପ୍ରିମକୋର୍ଟରେ ମାମଲା ବିଚାରଧୀନ ରହିଛି । ସୁପ୍ରିମକୋର୍ଟରେ ଏହି ମାମଲା ୮ ଜୁଲାଇରେ ଶୁଣାଣି ହେବ ।

Get real time updates directly on you device, subscribe now.