fbpx

NEET PG 2024 ରେଜଲ୍ଟ ତାରିଖ ଘୋଷଣା! NBEMS ପକ୍ଷରୁ ସୂଚନା

ନୂଆଦିଲ୍ଲୀ: ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା-ସ୍ନାତକୋତ୍ତର (ନୀଟ ପିଜି) ୨୦୨୪ର ଫଳାଫଳ କେବେ ପ୍ରକାଶ ପାଇବ ସେନେଇ ପ୍ରାର୍ଥୀମାନେ ଉତ୍ସୁକତାର ସହିତ ଚାହିଁ ରହିଛନ୍ତି । ଜାତୀୟ ଚିକିତ୍ସା ବିଜ୍ଞାନ ପରୀକ୍ଷା ବୋର୍ଡ (ଏନବିଇଏମଏସ)ର ଅଫିସିଆଲ ୱେବସାଇଟରେ ଏହି ଫଳାଫଳ ଜାରି କରାଯିବ । ଗତ ୧୧ ତାରିଖରେ ନୀଟ ପିଜି ୨୦୨୪ ପରୀକ୍ଷା ଅନୁଷ୍ଠିତ ହୋଇଥିବା ବେଳେ ଏବେ ଫଳାଫଳକୁ ଅପେକ୍ଷା କରି ରହିଛନ୍ତି ଲକ୍ଷାଧିକ ଛାତ୍ରଛାତ୍ରୀ । ତେବେ ଏହା ମଧ୍ୟରେ ପରୀକ୍ଷାର ରେଜଲ୍ଟକୁ ନେଇ ଆସିଛି ଏକ ବଡ଼ ଖବର ।

ସୂଚନା ମୁତାବକ, ଚଳିତ ମାସ ଶେଷ ଆଡ଼କୁ ନୀଟ ପିଜି ୨୦୨୪ର ରେଜଲ୍ଟ ଘୋଷଣା କରାଯିବ । ଏନବିଇଏମଏସର ୱେବସାଇଟରେ ରେଜଲ୍ଟ ଜାରି କରଯିବ ବୋଲି ଏନବିଇଏମଏସର ଜଣେ ଅଫିସିଆଲ ମୁଖପାତ୍ର ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଦେଶର ୩୧ଟି ରାଜ୍ୟରେ ୧୭୦ଟି ସହରର ୪୧୬ଟି କେନ୍ଦ୍ରରେ ନୀଟ ପିଜି ପରୀକ୍ଷା ୨୦୨୪ ଆୟୋଜିତ ହୋଇଥିଲା । ସେଥିରେ ୨,୧୬,୧୩୬ ଜଣ ପ୍ରାର୍ଥୀ ସାମିଲ ହୋଇଥିବା ବେଳେ ପରୀକ୍ଷା ଦୁଇଟି ଶିଫ୍ଟରେ ହୋଇଥିଲା । ପଞ୍ଜିକୃତ ହୋଇଥିବା ମୋଟ ୧,୧୪,୨୭୬ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ପ୍ରଥମ ଶିଫ୍ଟରେ ହୋଇଥିବା ପରୀକ୍ଷାରେ ୧,୦୭,୯୫୯ ଜଣ ସାମିଲ ହୋଇଥିଲେ । ୬,୩୧୭ ଜଣ ପ୍ରାର୍ଥୀ ପରୀକ୍ଷାରେ ସାମିଲ ହୋଇନଥିଲେ । ସେହିପରି ଦ୍ୱିତୀୟ ଶିଫ୍ଟରେ ୬,୦୮୭ ଜଣ ପ୍ରାର୍ଥୀ ଅନୁପସ୍ଥିତ ରହିଥିଲେ । ମୋଟ ପଞ୍ଜିକୃତ ହୋଇଥିବା ୧,୧୪,୨୬୪ ପ୍ରାର୍ଥୀଙ୍କ ମଧ୍ୟରୁ ୧,୦୮,୧୭୭ ଜଣ ପ୍ରାର୍ଥୀ ପିଜି ପରୀକ୍ଷାରେ ସାମିଲ ହୋଇଥିଲେ ।

Get real time updates directly on you device, subscribe now.