ଅଗଷ୍ଟ ୩ରେ ହେବ NEET PG ପରୀକ୍ଷା, ସୁପ୍ରିମକୋର୍ଟ ଦେଲେ ଅନୁମତି

ନୂଆଦିଲ୍ଲୀ: ନ୍ୟାଶନାଲ ବୋର୍ଡ ଅଫ୍ ଏଗଜାମିନେଶନ୍ (ଏନବିଇ) ଇନ୍ ମେଡିକାଲ ସାଇନ୍ସେସକୁ ନିଟ୍-ପିଜି ପରୀକ୍ଷା ଅଗଷ୍ଟ ୩ ତାରିଖରେ ହେବାନେଇ ସୁପ୍ରିମ କୋର୍ଟ ଶୁକ୍ରବାର ଅନୁମତି ପ୍ରଦାନ କରିଛନ୍ତି ।

ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ର ଏବଂ ଜଷ୍ଟିସ୍ ଅଗଷ୍ଟିନ୍ ଜର୍ଜ ମାସିହଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଏହି ଅନୁମତି ପ୍ରଦାନ କରିଛନ୍ତି । ଗତ ମେ’ ୩୦ ତାରିଖରେ ସୁପ୍ରିମ କୋର୍ଟ ନିଟ୍ ପିଜି ପରୀକ୍ଷା ସ୍ଥଗିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

କୌଣସି ପରିସ୍ଥିତିରେ ପରୀକ୍ଷା ଘୁଞ୍ଜାଯିବ ନାହିଁ ବୋଲି ବେଞ୍ଚ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ପରୀକ୍ଷା ସଙ୍ଗିଲ୍ ସିଟିଂ କରାଯିବା ନିଷ୍ପତ୍ତି ପାଇଁ ସୁପ୍ରିମକୋର୍ଟ ପରୀକ୍ଷା ସ୍ଥଗିତ ନିର୍ଦ୍ଦେଶ କରିଥିଲେ ।

ପରୀକ୍ଷା ସିଙ୍ଗଲ୍ ସିଟିଂରେ ହେବ କିନ୍ତୁ ପିଲାମାନଙ୍କୁ ଏକ୍ସଟ୍ରା ସମୟ ମିଳିବା ନେଇ ବ୍ୟବସ୍ଥା କରାଯିବ । ପୂର୍ବ ନିର୍ଦ୍ଦେଶ ଅନୁସାରେ ଜୁନ୍ ୧୫ରେ ନିଟ୍ ପିଜି ପରୀକ୍ଷା ହେବାର ଥିଲା ।