fbpx

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଘୋଷଣା: ଦୁଇଦିନ ଭିତରେ NEET-UGର ଫାଇନାଲ ରେଜଲ୍ଟ ଜାରି କରିବ NTA

ନୂଆଦିଲ୍ଲୀ: ଦୁଇଦିନ ଭିତରେ ନିଟ-ୟୁଜି ରେଜଲ୍ଟ ଘୋଷଣା କରିବ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) । ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଟ-ୟୁଜି ପରୀକ୍ଷା ରଦ୍ଦ କରାଯିବା ଓ ପୁନର୍ବାର ପରୀକ୍ଷା କରିବା ନେଇ ଅଗ୍ରାହ୍ୟ କରାଯିବା ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏନେଇ ବଡ଼ ଘୋଷଣା କରିଛନ୍ତି । ଦୁଇଦିନ ଭିତରେ ଏନଟିଏ ତରଫରୁ ନିଟ-ୟୁଜିର ଅନ୍ତିମ ରେଜଲ୍ଟ ଘୋଷଣା କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଅତିବେଶିରେ ଦୁଇଦିନ ଭିତରେ ନୂଆ ମେରିଟ୍ ଲିଷ୍ଟ ଜାରି କରାଯିବ । ନିଟ ପ୍ରସଙ୍ଗରେ ବିରୋଧୀଙ୍କ ପକ୍ଷରୁ ଅରାଜକତା ଓ ନାଗରିକ ଅଶାନ୍ତି ସୃଷ୍ଟି କରିବାକୁ ପ୍ରୟାସ କରଯାଉଛି । ଏହା ସେମାନଙ୍କର ରଣନୀତିର ଅଂଶବିଶେଷ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ କେନ୍ଦ୍ରମନ୍ତ୍ରୀ ସତ୍ୟମେୟ ଜୟତେର ଆଖ୍ୟା ଦେଇଛନ୍ତି । ସତ୍ୟର ବିଜୟ ହୋଇଛି ବୋଲି ସେ କହିବା ସହ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି । ସେ ପୁଣି କହିଛନ୍ତି, ବଞ୍ଚିତ ବର୍ଗର ଛାତ୍ରଛାତ୍ରୀଙ୍କ ପ୍ରତି ଆମକୁ ଧ୍ୟାନ ଦେବାକୁ ପଡ଼ିବ । ଭ୍ରଷ୍ଟାଚାର ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜିରୋ ଟଲେରାନ୍ସ ନୀତି ଆପଣାଇଛନ୍ତି । ଟ୍ରାନ୍ସପେରେଣ୍ଟ ଓ ଜିରୋ ଏରର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ପ୍ରତିଶ୍ରୁଦ୍ଧି ବଦ୍ଧ ବୋଲି ଆମେ ସୁପ୍ରିମକୋର୍ଟଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲୁ ।

ଶ୍ରୀ ପ୍ରଧାନ କହିଥିଲେ, ଏନଟିଏର ରିଭ୍ୟାମ୍ପ ପାଇଁ ଆମେ କମିଟି ଗଠନ କରିଛୁ । ସେହି କମିଟି ସଠିକ୍ ଭାବେ କାର୍ଯ୍ୟ କରୁଛି । ଏହି ଅବସରରେ ଅନେକ ମଡେଲର ପ୍ରସ୍ତାବ ଆସିଥିବା ବେଳେ ଉକ୍ତ କମିଟି ତା’ ଉପରେ ସମୀକ୍ଷା କରୁଛି । ଏନଟିଏକୁ ଜିରୋ ଟ୍ୟାମ୍ପର ଫ୍ରି ଓ ଜିରୋ ଏରର ଫ୍ରି କରିବା ପାଇଁ ଆମେ ପ୍ରତିଶ୍ରୁଦ୍ଧିବଦ୍ଧ ଅଟୁ । ସମସ୍ତ ପ୍ରକ୍ରିୟାରେ ଯେଉଁସବୁ ଅବ୍ୟବସ୍ଥା ହୋଇଛି ତାହାକୁ ବରଦାସ୍ତ କରାଯିବ ନାହିଁ । ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଦୋଷୀଙ୍କୁ ଖୋଜି ବାହାର କରିବା ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ଅଟନ୍ତି ।

Get real time updates directly on you device, subscribe now.