fbpx

NEET UG: ତୃତୀୟ ପର୍ଯ୍ୟାୟ ରେଜିଷ୍ଟ୍ରେସନ୍ ଆଜିଠୁ ଆରମ୍ଭ, ମାର୍ଚ୍ଚ ୧୪ ପର୍ଯ୍ୟନ୍ତ ରହିଛି ଫି’ ଦେୟ ସୁବିଧା

ନୂଆଦିଲ୍ଲୀ: ଦେଶର ମେଡିକାଲ କଲେଜ୍ ଗୁଡ଼ିକରେ ୟୁଜିରେ ଆଡମିଶନ ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଗୁରୁବାର ଠାରୁ ଆରମ୍ଭ ହେଉଛି । ଛାତ୍ରଛାତ୍ରୀମାନେ ମାର୍ଚ୍ଚ ୧୪ ତାରିଖ ମଧ୍ୟାହ୍ନ ୧୨ ଟା ପର୍ୟ୍ୟନ୍ତ ପଞ୍ଜୀକରଣ ଓ ଅପରାହ୍ନ ୩ ଟା ପର୍ୟ୍ୟନ୍ତ ଫି’ ପ୍ରଦାନ କରିପାରିବେ ।

ନିଟ୍ ଆଡମିଶନ୍ ର କାଉନ୍ସିଲିଂ କରୁଥିବା ମେଡିକାଲ୍ କାଉନ୍ସିଲିଂର ସିଡ୍ୟୁଲ୍ ମୁତାବକ, ପଞ୍ଜୀକରଣ ପ୍ରକ୍ରିୟା ପୂରା ହେବା ପରଦିନ ଠାରୁ ହିଁ ଛାତ୍ରଛାତ୍ରୀ ମାନେ ବିକଳ୍ପ ପୂରଣ ଓ ତାକୁ ଲକ୍ କରିବାର ଅବସର ପାଇବେ । ଡୁକ୍ୟମେଣ୍ଟ୍ ଭେରିଫିକେସନ୍ ପରେ ସିଟ୍ ଆବଣ୍ଟନ କରାଯିବ । ସିଟ୍ ଆବଣ୍ଟନ ପରେ ଏମସିସି ପକ୍ଷରୁ ଶେଷ ଫଳାଫ ଜାରି କରାଯିବ ।

ପିଜିରେ ଆଡମିଶନ୍ ପାଇଁ ଗୁରୁବାର ଦିନ ଏମସିସି ପକ୍ଷରୁ ସିଟ୍ ଆବଣ୍ଟନ କରାଯିବ । ଶୁକ୍ରବାର ପର୍ଯ୍ୟନ୍ତ ସିଟ୍ ଆବଣ୍ଟନ୍ ପ୍ରକ୍ରିୟା ପୂରଣ ହେବା ପରେ ଶନିବାର ଦିନ ତୃତୀୟ ପର୍ଯ୍ୟାୟର ଫଳାଫଳ ଜାରି କରାଯିବ । ଦେଶବ୍ୟାପୀ ମେଡିକାଲ୍ କଲେଜ୍ ରେ ତୃତୀୟ ପର୍ଯ୍ୟାୟ ଆଡମିଶନ୍ ପ୍ରକ୍ରିୟା ବୁଧବାର ଠାରୁ ଆରମ୍ଭ ହେବ । ଆଡମିଶନ୍ ର ଏହା ହେଉଛି ଶେଷ ତାରିଖ । ତେଣୁ ଛାତ୍ରଛାତ୍ରୀ ମାନେ ଏନେଇ ବିଶେଷ ଧ୍ୟାନ ଦେବା ଜରୁରୀ । ଏହା ପରେ ଖାଲି ସିଟ୍ ଗୁଡ଼ିକ ପୂରଣ ପ୍ରକ୍ରିୟା ମାର୍ଚ୍ଚ ୨୮ ତାରିଖରେ ଜାରି ହେବ ।

 

Get real time updates directly on you device, subscribe now.