fbpx

ନେହା ଓ ରୋହନ ପ୍ରୀତଙ୍କ ମଧ୍ୟରେ ହେବ ଛାଡ଼ପତ୍ର! କାହିଁକି ଉଠୁଛି ଏଭଳି ପ୍ରଶ୍ନ

ନୂଆଦିଲ୍ଲୀ: ବଲିଉଡର ଅନ୍ୟତମ ଗାୟିକା ନେହା କକ୍କର ଓ ତାଙ୍କର ସ୍ୱାମୀ ରୋହନ ପ୍ରୀତ ସିଂହଙ୍କ ବିବାହକୁ ନେଇ ଏକଦା ସିନେ ଜଗତରେ ବେଶ୍ ଚର୍ଚ୍ଚା ହୋଇଥିଲା । ଗତ ୨୦୨୦ ମସିହା ଅକ୍ଟୋବର ମାସ ୨୪ ତାରିଖରେ ଏହି ହଟ୍ ଦମ୍ପତ୍ତି ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଅଧିକାଂଶ ସମୟରେ ରିୟଲିଟି ଶୋ’ମାନଙ୍କରେ ନେହା ଅନ୍ୟର ଦୁଃଖ ଦେଖି ଅତ୍ୟନ୍ତ ଭାବପ୍ରବଣ ହୋଇ ପଡ଼ିଥାନ୍ତି । ତେଣୁ ତାଙ୍କର ସମ୍ପର୍କ ବେଶିଦିନ ତିଷ୍ଠିବ ବୋଲି କୁହାଯାଉଥିଲା । ମାତ୍ର ଦୁହିଁଙ୍କ ସମ୍ପର୍କ ଠିକ୍ ଚାଲିନଥିବା ନେଇ ଏବେ ଚର୍ଚ୍ଚା ହେଉଛି ।

ସୂଚନା ମୁତାବକ, ଗତ ୬ ତାରିଖରେ ନେହା ତାଙ୍କର ୩୫ତମ ଜନ୍ମଦିନ ପାଳନ କରିଥିଲେ । ଏହି ଅବସରରେ ନେହାଙ୍କର ଅନେକ ବନ୍ଧୁ ସାମିଲ ହୋଇଥିଲେ । ମାତ୍ର ସବୁଠାରୁ ନିଜର ଲୋକଙ୍କର ଦେଖା ମିଳିନଥିଲା । ରୋହନ ପ୍ରୀତ ନେହାଙ୍କ ଜନ୍ମଦିନରେ କାହିଁକି ଉପସ୍ଥିତ ନଥିଲେ ତାହାକୁ ନେଇ ଏବେ ପ୍ରଶଂସକଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେଣୁ ଏହି ଦମ୍ପତ୍ତିଙ୍କ ମଧ୍ୟରେ ସବୁକିଛି ଠିକ୍ ନଥିବା ଅନୁମାନ କରାଯାଉଛି ।

ପୂର୍ବରୁ ରୋହନ-ନେହା ସେମାନଙ୍କର ଖୁସିର ମୁହୂର୍ତ୍ତର ପ୍ରତ୍ୟେକ ଫଟୋ ସୋସିଆଲ ମିଡ଼ିଆରେ ଶେୟାର କରିଥାନ୍ତି । ତେଣୁ ନେହାଙ୍କ ଜନ୍ମଦିନ ଅବସରରେ ତାହା କାହିଁକି ବ୍ୟତିକ୍ରମ ଘଟିଥିବା ବୋଲି ଫ୍ୟାନ୍ସ ପ୍ରଶ୍ନ କରିଛନ୍ତି । ଜନ୍ମଦିନ ତ ଠିକ୍ ଅଛି ମାତ୍ର ଆପଣଙ୍କର ଲାଇଫ୍ ପାର୍ଟନର ରୋହନ ପ୍ରୀତ କୁଆଡ଼େ ଗଲେ ବୋଲି ଜଣେ ଫ୍ୟାନ ନେହାଙ୍କୁ ସୋସିଆଲ ମିଡ଼ିଆରେ ପ୍ରଶ୍ନ କରିଛନ୍ତି । ଏପରିକି ରୋହନ ମଧ୍ୟ ନେହାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇନଥିବା ମଧ୍ୟ କୁହାଯାଉଛି । ତେବେ ଏହିସବୁ ଚର୍ଚ୍ଚା କେତେଦୂର ସତ୍ୟ ତାହା ଆଗକୁ ଜଣାପଡ଼ିବ ।

Get real time updates directly on you device, subscribe now.