fbpx

ଜାନୁଅ।ରୀରେ ଭାରତ ଗସ୍ତରେ ଆସିବେ ନେପାଳ ପିଏମ୍ ଦେଉବା, ମୋଦୀଙ୍କ ସହ ହେବ ଆଲୋଚନା

Advertisement

ନୂଆଦିଲ୍ଲୀ: ନେପାଳର ପ୍ରଧାନମନ୍ତ୍ରୀ ଶେର ବାହାଦୁର ଦେଉବା ୧୦ ଜାନୁଆରୀରେ ଭାରତ ଗସ୍ତରେ ଆସୁଛନ୍ତି । ଏନେଇ ନେପାଳ ଗଣମାଧ୍ୟମରେ ପ୍ରକାଶ ପାଇଛି ରିପୋର୍ଟ । ଏହା ପୂର୍ବରୁ ଅକ୍ଟୋବର ୨୦୨୦ରେ ସିଓପି୨୬ ରେ ଭାଗ ନେବା ପାଇଁ ସ୍କଟଲାଣ୍ଡ ର ଗ୍ଲାସଗୋ ରେ ପହଞ୍ଚିଥିଲେ ଯେଉଁଠାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା ।

କୁହାଯାଉଛି ଶେର ବାହାଦୁର ଦେଉବା ଭାଇବ୍ରେଣ୍ଟ ଗୁଜରାଟ ଗ୍ଲୋବାଲ ସମିଟରେ ଭାଗ ନେବା ପାଇଁ ୧୦ ଜାନୁଆରୀରେ ଭାରତ ପହଞ୍ଚିବେ । ସୂଚନାଯୋଗ୍ୟ, ଭାଇବ୍ରେଣ୍ଟ ଗୁଜରାଟ ଗ୍ଲୋବାଲ ସମିଟ୍ ୨୦୦୩ ରୁ ଆରମ୍ଭ ହୋଇଛି । ଏହା ଏକ ଦ୍ୱିବାର୍ଷିକ କାର୍ଯ୍ୟକ୍ରମ ଅଟେ ।

ତେବେ ଏହି ଗସ୍ତ ସମୟରେ ଭାରତ ଏବଂ ନେପାଳ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବା ନେଇ କୁହାଯାଉଛି । ଦେଉବା ୧୩ ଜୁଲାଇ ୨୦୨୦ ରେ ନେପାଳର ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ ହୋଇଛନ୍ତି ।

Get real time updates directly on you device, subscribe now.