fbpx

ଆସ୍ଥା ଭୋଟ୍ ଜିତିଲେ ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି, ମୋଟ୍ ୧୮୮ ସଦସ୍ୟଙ୍କ ମିଳିଳା ସମର୍ଥନ

କାଠମାଣ୍ଡୁ: ଆଜି ନେପାଲର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ସଂସଦରେ ବିଶ୍ୱାସ ମତ ଜିତିଛନ୍ତି । ତାଙ୍କୁ ମୋଟ୍ ୧୮୮ ଜଣ ସଦସ୍ୟଙ୍କ ସମର୍ଥନ ମିଳଥିବା ବେଳେ ଆବଶ୍ୟକ ସମର୍ଥନ ଠାରୁ ତାଙ୍କୁ ୫୦ ଭୋଟ୍ ଅଧିକ ମିଳିଛି । ଜୁଲାଇ ୧୫ରେ ବରିଷ୍ଠ କମୁ୍ୟନିଷ୍ଟ ନେତା ଓଲି ୨୧ ଜଣ ସଦସ୍ୟଙ୍କ ସହ ୪ର୍ଥ ଥର ପାଇଁ ନେପାଳର ପ୍ରଧାନମନ୍ତ୍ରୀ ଭାବେ ପଦ ଏବଂ ଗୋପନୀୟତାର ଶପଥ ଗ୍ରହଣ କରିଥିଲେ । ନେପାଳର ସମ୍ବିଧାନ ଅନୁଯାୟୀ ନବ ନିର୍ବାଚିତ ପ୍ରଧାନମନ୍ତ୍ରୀଙ୍କୁ ନିଯୁକ୍ତିର ୩୦ ଦିନ ମଧ୍ୟରେ ଆସ୍ଥା ଭୋଟ୍ ହାସଲ କରିବା ଜରୁରୀ ଅଟେ ।

ନେପାଳରେ ନବ ନିର୍ବାଚିତ ପ୍ରଧାନମନ୍ତ୍ରୀଙ୍କୁ ସରକାର ଗଠନ କରିବା ପାଇଁ ନେପାଳର ୨୭୫ ସଦସ୍ୟ ବିଶିଷ୍ଟ ପ୍ରତିନିଧି ସଭାରେ ସର୍ବନିମ୍ନ ୧୩୮ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ ଥାଏ । ଓଲି ପ୍ରତିନିଧି ସଭାକୁ ସମ୍ବୋଧିତ କରି କହିଥିଲେ, ‘ ସେଭେନ୍ ପଏଣ୍ଟ ଏଗ୍ରିମେଣ୍ଟ ଅନୁଯାୟୀ ମୁଁ ଆଗାମୀ ୨ ବର୍ଷ ପାଇଁ ସରକାରର ନେତୃତ୍ୱ କରିବି ଏବଂ ନେପାଳୀ କଂଗ୍ରେସର ଅଧ୍ୟକ୍ଷ ଦେଉବା ଶେଷ (ଦେଢ଼ ବର୍ଷ) ଅବଧି ପାଇଁ ସରକାରର ନେତୃତ୍ୱ କରିବେ ।’

Get real time updates directly on you device, subscribe now.