Bank Balance କ୍ଷେତ୍ରରେ ସଚିନଙ୍କଠାରୁ କମ୍ ନୁହଁନ୍ତି ତାଙ୍କ ବୋହୁ ସାନିଆ, ଜାଣନ୍ତୁ ତାଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ଅଧିକ
ସାନିଆ ଓ ସାରାଙ୍କ ଫଟୋ ଅନେକ ସମୟରେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ଅର୍ଜୁନଙ୍କ ହାତ ଧରିବେ ସାନିଆ ।
ନୂଆଦିଲ୍ଲୀ: କ୍ରିକେଟ ଲିଜେଣ୍ଡ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କ ନିର୍ବନ୍ଧ ନିକଟରେ ଶେଷ ହୋଇଛି । ଅର୍ଜୁନଙ୍କ ସମ୍ପର୍କ ଅନେକଙ୍କ ସହ ଥିବା ନେଇ ଚର୍ଚ୍ଚା ଉପରେ ଏବେ ପଡ଼ିଛି ପୂର୍ଣ୍ଣଚ୍ଛେଦ ।
କିଛି ନିକଟତର ବନ୍ଧୁ ଓ ପରିବାର ସଦସ୍ୟଙ୍କୁ ନେଇ ଶେଷ ହୋଇଛି ଅର୍ଜୁନଙ୍କ ନିର୍ବନ୍ଧ । ଅର୍ଜୁନଙ୍କ ଭାବି ପତ୍ନୀ ହେଉଛନ୍ତି ସାନିଆ ଚନେ୍ଧାକ ।
ସାନିଆ ମୁମ୍ବାଇର ଏକ ଜଣାଶୁଣା ବିଜନେସ୍ ମ୍ୟାନ୍ ଫ୍ୟାମିଲିରୁ ଆସନ୍ତି । ମୁମ୍ବାଇରେ ତାଙ୍କର ଫୁଡ୍ ଏବଂ ହସ୍ପିଟାଲିଟି ବା ହୋଟେଲ ବ୍ୟବସାୟ ବେଶ୍ ଭଲଭାବେ ଚାଲିଛି । ସାନିଆ କାଥେଡ୍ରାଲ ଆଣ୍ଡ ଜନ୍ କୋନନ ସ୍କୁଲ ରେ ନିଜର ସ୍କୁଲିଂ ଓ ଗ୍ରାଜୁଏଶନ୍ ଶେଷ କରିଛନ୍ତି ।
ଏହାପରେ ସେ ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସରେ ବିଜନେଶ ମ୍ୟାନେଜମେଣ୍ଟ ଡିଗ୍ରୀ ଶିକ୍ଷା ଗ୍ରହଣ କରିଛନ୍ତି । ଏହାଛଡ଼ା ସେ ଭେଟେନାରୀ ଟେକନିସିଆନ ସାର୍ଟିଫିକେଟ୍ ହାସଲ କରିଛନ୍ତି ।
ମୁମ୍ବାଇର ମିଷ୍ଟରପସ୍ ପେଟ୍ ଆଣ୍ଡ ଷ୍ଟୋର ଏଲଏଲପିର ଡିରେକ୍ଟର ଓ ପାର୍ଟନର ହେଉଛନ୍ତି ସାନିଆ । ଏଥିରୁ ସାନିଆ ପାଖାପାଖି ୯୦ ଲକ୍ଷ ଟଙ୍କା ରୋଜଗାର କରୁଥିବା ଚର୍ଚ୍ଚା ହେଉଛି ।
ଇଣ୍ଟର କଣ୍ଟିନେଣ୍ଟାଲ ମେରାଇନ୍ ଡ୍ରାଇଭ ହୋଟେଲର ମାଲିକ ରବି ଘାଇଙ୍କ ନାତୁଣୀ ହେଉଛନ୍ତି ସାନିଆ । ଅନେକ ସମୟରେ ସାରା ତେନ୍ଦୁଲକର ଓ ସାନିଆଙ୍କ ଅନେକ ଫେଟୋ ସୋସିଆଲ ମିଡିଆରେ ଦେଖାଯାଇଛି । ଯାହାକୁ ନେଇ କେବେ ଚର୍ଚ୍ଚା ହୋଇନାହିଁ ।
ଅର୍ଜୁନ ତେନ୍ଦୁଲକରଙ୍କ ନିଜସ୍ୱ ସମ୍ପତ୍ତି ୨୨ କୋଟି । ୨୦୨୩ରେ ଅର୍ଜୁନ ଆଇପିଏଲ ଟିମ୍ ମୁମ୍ବାଇ ଇଣ୍ଡିଆନ୍ସରେ ଡେବ୍ୟୁ କରିଥିଲେ ।