fbpx

ନେତନ୍ୟାହୁ ପୁଣି ହେବେ ପ୍ରଧାନମନ୍ତ୍ରୀ: ନିର୍ବାଚନରେ ବିଜୟ ପରେ ସମ୍ଭାଳିବେ ଶାସନଭାର

ଜେରୁଜେଲମ୍: ଇସ୍ରାଏଲ୍ ନିର୍ବାଚନରେ ରାଜନୈତିକ ଦଳ ଲିକୁଡ୍ ପାର୍ଟି ବିଜୟ ହୋଇଛି । ଏହାସହ ବେଞ୍ଜାମିନ୍ ନେତନ୍ୟାହୁ ପୁଣିଥରେ ଇସ୍ରାଏଲର ଶାସନଭାର ଗ୍ରହଣ କରିବାକୁ ଯାଉଛନ୍ତି । ନିର୍ବାଚନରେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ୟାର୍ ଲାପିଡଙ୍କ ପାର୍ଟିକୁ ନେତନ୍ୟାହୁ ପରାଜିତ କରିଛନ୍ତି । ଲାପିଡ ନିଜ ପରାଜୟକୁ ସ୍ୱୀକାର କରିବା ସହ ଏହି ବିଜୟ ପାଇଁ ନେତନ୍ୟାହୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ସାଧାରଣ ନିର୍ବାଚନରେ ୧୨୦ ସଦସ୍ୟ ବିଶିଷ୍ଟ ଇସ୍ରାଏଲ୍ ସଂସଦରେ ନେତନ୍ୟାହୁଙ୍କ ପାର୍ଟି ବିଜୟୀ ହୋଇଥିବା ଦେଶର ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି । ପ୍ରାୟ ୯୦ ପ୍ରତିଶତ ମତଗଣନା ସମୟରେ ହିଁ ନେତନ୍ୟାହୁ ପ୍ରଧାନମନ୍ତ୍ରୀ ହେବା ଏକପ୍ରକାର ସ୍ଥିର ହୋଇଥିଲା । ସକାଳେ ୮୮.୬ ପ୍ରତିଶତ ଭୋଟଗଣତି ପରେ ଲିକୁଡ୍ ପାର୍ଟିକୁ ୩୨, ୟେସଅତିଦକୁ ୨୪, ଆରଜେଡିପିକୁ ୧୪, ନ୍ୟାସନାଲ ୟୁନିଟ୍ ପାର୍ଟିକୁ ୧୨, ସାସକୁ ୧୧ଟି ଆସନ ମିଳିଥିଲା ।

ମତଗଣନା ପୂର୍ବରୁ ଏକଜିଟ୍ ପୋଲରେ ନେତନ୍ୟାହୁଙ୍କ ପାର୍ଟି ଲିକୁଡ୍ ମେଣ୍ଟକୁ ପ୍ରାୟ ୩୫ ପ୍ରତିଶତ ଆସନ ମିଳୁଥିବା ନେଇ ଦାବି କରାଯାଇଥିଲା । ନେତନ୍ୟାହୁ ବିଜୟୀ ହେବା ପରେ ଏହା ଭାରତ ପାଇଁ ଏକ ଉତ୍ତମ ପରିବେଶ ସୃଷ୍ଟି କରିବ ବୋଲି କୁହାଯାଉଛି । ପୂର୍ବରୁ ଯେତେବେଳେ ନେତନ୍ୟାହୁ ଦେଶର ପ୍ରଧାନମନ୍ତ୍ରୀ ଥିଲେ ସେତେବେଳେ ଭାରତ ସହ ତାଙ୍କର ଉତ୍ତମ ସଂପର୍କ ରହିଥିଲା ।

Get real time updates directly on you device, subscribe now.