fbpx

EURO 2024: ରୋମାନିଆକୁ ୩-୦ରେ ହରାଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କଲା ନେଦରଲାଣ୍ଡସ

Advertisement

ନୂଆଦିଲ୍ଲୀ: ୟୁରୋ ୨୦୨୪ରେ ରୋମାନିଆକୁ ୩-୦ରେ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି ନେଦରଲାଣ୍ଡସ । ନେଦରଲାଣ୍ଡସ ପକ୍ଷରୁ କୋଡୀ ଗାକପୋ ପ୍ରଥମ ଗୋଲ ସ୍କୋର କରିଥିଲେ । ପରବର୍ତ୍ତୀ ସମୟରେ ଡୋନିୟେଲ ମେଲେନଙ୍କ ଦୁଇଟି ଗୋଲ ଫଳରେ ଡଚ୍ ଟିମ୍ କ୍ୱାର୍ଟର ଫାଇନାଲରେ ନିଜର ସ୍ଥାନ ସୁରକ୍ଷିତ ରଖି ପାରିଥିଲା । ଏହି ମ୍ୟାଚରେ ନେଦରଲାଣ୍ଡସ ଅନେକ ସୁଯୋଗ ହାତଛଡ଼ା କରିଥିଲା । ଅନ୍ୟପକ୍ଷରେ, ୟୁରୋ ୨୦୨୦ ପରେ ପ୍ରଥମ ଥର ପାଇଁ ରୋମାନିଆ ତା’ର ନକଆଉଟରେ ବିନା ଭୟରେ ଖେଳିଥିଲା ।

ଏହି ବିଜୟ ଫଳରେ ଆସନ୍ତା ଶନିବାର ବାର ଦିନ ବର୍ଲିନରେ ତୁର୍କୀକୁ ଭେଟିବ ନେଦରଲାଣ୍ଡସ । ଗାକପୋ ଏହି ଟୁର୍ଣ୍ଣାମେଣ୍ଟରେ ନିଜର ୩ୟ ଗୋଲ ସ୍କୋର କରିଥିଲେ । ୧୯୮୮ରେ ନେଦରଲାଣ୍ଡସ ଏହି ଟୁର୍ଣ୍ଣାମେଣ୍ଟର ବିଜେତା ହୋଇଥିବା ବେଳେ ଦଳ ୨୦୦୪ ମସିହା ପରଠାରୁ କୌଣସି ନକଆଉଟରେ ବିଜୟୀ ହୋଇ ପାରିନଥିଲା । ଅନ୍ୟପକ୍ଷରେ ରୋମାନିଆ କେବେ ବିଜୟୀ ହୋଇପାରିନାହିଁ । ରୋମାନିଆ କେବଳ ୧୯୯୪ରେ ଆମେରିକାରେ ଅନୁଷ୍ଠିତ ହୋଇଥିବା ବିଶ୍ୱକପରେ ନକଆଉଟ୍ ହୋଇଥିଲା ।

ଏହି ମ୍ୟାଚରେ ରୋନାଣ୍ଡ କୋଇମ୍ୟାନଙ୍କ ଟିମ୍ ୨୩ଟି ପ୍ରୟାସ କରିଥିଲା, ମାତ୍ର ପ୍ରଥମାର୍ଦ୍ଧରେ କୋଡି ଗାକପୋ ପ୍ରଥମ ଗୋଲ ସ୍କୋର କରିବାରେ ସଫଳ ହୋଇଥିଲେ । ଏହାପରେ ଡୋନିୟେଲ ମେଲେନ ମ୍ୟାଚର ହାଫ-ଟାଇମରେ ଡବଲ ଗୋଲ ସ୍କୋର କରି ଦଳକୁ ୩-୦ରେ ଆଗୁଆ କରିଦେଇଥିଲେ । ରୋମାନିଆର ଖେଳାଳିମାନେ ମଧ୍ୟ ନେଦରଲାଣ୍ଡସକୁ କଡ଼ା ଜବାବ ଦେଇଥିଲେ । ରୋମାନିଆର ଖେଳାଳିଙ୍କ ମଧ୍ୟରେ ଶକ୍ତି ଓ ସକାରାତ୍ମକ ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.