fbpx
BSKY
BJD MC SKY
BJD MS SKY

ଏମିତି ଅପମାନ୍ ପୂର୍ବରୁ କେବେ ଶୁଣିନଥିବେ ! ଚିପ୍ସ ଧୀରେ ଚୋବାନ୍ତୁ .. ମିଟିଂ ରୁମରେ ଜୋରରେ ଶୁଭୁଛି – ଏଭଳି ମେସେଜ୍ କରିଥିଲେ ମ୍ୟାନେଜର

ନୂଆଦିଲ୍ଲୀ : କରୋନା ସମୟରେ ୱାର୍କ ଫର୍ମ ହୋମ୍ ଆରମ୍ଭ ହୋଇଥିଲା । କରୋନା ପର ଠାରୁ କେତେକ କମ୍ପାନୀ ୱାର୍କ ଫର୍ମ ହୋମ୍ ର ସୁବିଧା ଦେଉଛନ୍ତି , ବିଶେଷ କରି ମହିଳାମାନଙ୍କୁ ଏଭଳି ସୁବିଧା ମିଳୁଛି । ଘରୁ କାମ କରିବା ପଦ୍ଧତି ଚାଲିଲା ସତ, ହେଲେ ଲୋକେ ଏହାର ସଠିକ୍ ଉପଯୋଗ ଶିଖିଲେ ନାହିଁ । ଏମିତି କହି ପାରିବା ଆଜି ପର୍ଯ୍ୟନ୍ତ ଚାଳୁଛି । ଏହାର ଏକ ଡିମେରିଟ୍ ବା ଦୋଷ ତ୍ରୁଟି ହେଉଛି ଯେ, ଅନଲାଇନ୍ ମିଟିଂ ପିଲାମାନଙ୍କର କାନ୍ଦିବାର ଶବ୍ଦ, ଗୃହପାଳିତ ପଶୁଙ୍କ ଶବ୍ଦ, ଘରର ସଦସ୍ୟଙ୍କ ହଠାତ ଡାକିବା ଶବ୍ଦ ଶୁଭିବା । ଏହି ସବୁ କାରଣରୁ ଜଣେ ମହିଳା କର୍ମଚାରୀ ଏମିତି ବେଜିତ୍ ବା ଅପମାନର ଶିକାର ହୋଇଛନ୍ତି, ଯାହା ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି । ମହିଳା ଜଣଙ୍କ ନିଜେ ଏହାର ସ୍କ୍ରିନ୍ ସଟ୍ ସୋସିଆଲ ମିଡିଆରେ ଅପଲୋଡ୍ କରିଛନ୍ତି ।

ଘଟଣାଟି ଏହିପରି.. ଏକ ମିଟିଂ ଚାଲିଥିବାବେଳେ ଜଣେ ମହିଳା କର୍ମଚାରୀ ଚିପ୍ସ ପ୍ୟାକେଟ୍ ଖୋଲି ଖାଇଥିଲେ ଏବଂ ମାଇକ୍ ଅନ୍ ଥିଲା । ଏହି ସମୟରେ ସଙ୍ଗେସଙ୍ଗେ ତାଙ୍କ ମ୍ୟାନଜରଙ୍କ ମେସେଜ୍ ଆସିଥିଲା ଯେ, ଆପଣ ବୋଧେ ଭୁଲି ଯାଇଛନ୍ତି ମିଟିଂ ଚାଲିଛି । ଯଦି ଚିପ୍ସ ଖାଇବାକୁ ଏତେ ମନ ହେଉଛି ତେବେ ଧୀରେ ଧୀରେ ଚୋବାନ୍ତୁ ନଚେତ୍ ମାଇକ୍ ଅଫ୍ କରି ଦିଅନ୍ତୁ । ମିଟିଂରେ ସମସ୍ତେ ଆପଣଙ୍କ ଚିପ୍ସ ଖାଇବାର ଶବ୍ଦ ଶୁଣିପାରୁଛନ୍ତି । ମାଇକକୁ ମ୍ୟୁଟ୍ କରିପାରିବେ, ତୁମର ଚିପ୍ସ ଖାଇବାର ଶବ୍ଦ ବହୁତ ଜୋରରେ ଶୁଭୁଛି । ଏହି ସ୍କ୍ରିନସଟ ସୋସିଆଲ ମିଡିଆରେ ଭାଇରାଲ ହେବା ମାତ୍ରେ ଲୋକମାନେ ଖୁବ୍ ମଜା ନେବା ସହ ଏଥିରେ ମଜାଳିଆ କମେଣ୍ଟ ମଧ୍ୟ ଦେଉଛନ୍ତି ।

Get real time updates directly on you device, subscribe now.