fbpx
BSKY
BJD SHG SKY
BJD MC SKY

ନିଜ ରୋଗ ସମ୍ପର୍କରେ ଇଣ୍ଟରନେଟରେ କେବେ ବି ସର୍ଚ୍ଚ କରନ୍ତୁନି, ନଚେତ୍ ଭୋଗିବାକୁ ପଡ଼ିବ ଏହି ସମସ୍ୟା

ଓଡ଼ିଶା ଭାସ୍କର ବ୍ୟୁରୋ: ବର୍ତ୍ତମାନର ଟେକ୍ନୋଲୋଜି ଯୁଗରେ ଇଣ୍ଟରନେଟ୍ ବିନା କୌଣସି କାମ ହେବା ଅସମ୍ଭବ । ଆଜିକା ସମୟରେ ଲୋକମାନଙ୍କର ସବୁଠାରୁ ବଡ଼ ଆବଶ୍ୟକୀୟ ଜିନିଷ ଭାବରେ ଇଣ୍ଟରନେଟ୍ ଉଭା ହୋଇଛି । ତେଣୁ ଆମେ ଯେକୌଣସି ଜିନିଷ ସମ୍ପର୍କରେ ଜାଣିବା ପାଇଁ ଇଣ୍ଟରନେଟ୍ ର ସାହାରା ନେଇଥାଉ । କୌଣସି ତଥ୍ୟ ସମ୍ପର୍କରେ ଜାଣିବା ପାଇଁ ଆମେ ଇଣ୍ଟରନେଟ୍ ବ୍ୟବହାର କରୁ । ତେବେ ଏହି କ୍ରମରେ ଅନେକ ଲୋକ ନିଜର ରୋଗ ତଥା ରୋଗର ଲକ୍ଷଣ ସମ୍ପର୍କରେ ଇଣ୍ଟରନେଟ୍ ରେ ସର୍ଚ୍ଚ କରିଥାନ୍ତି । ହେଲେ ଆପଣ ମାନେ ଜାଣିଛନ୍ତି କି ଇଣ୍ଟରନେଟ୍ ରେ ଏପରି ସର୍ଚ୍ଚ କରିବା ଦ୍ୱାରା ଆପଣ ମାନେ ଅଧିକ ଦୁର୍ବଳ ହୋଇଯିବେ । ଏହା ଆମେ କହୁନୁ ବରଂ ଏହିଭଳି କିଛି ମତ ପ୍ରକାଶ କରିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା କଥା ଯେ, ଆଜିକା ସମୟରେ ଛୋଟରୁ ଛୋଟ ସ୍ୱାସ୍ଥ୍ୟଗତ ସମସ୍ୟା ସମ୍ପର୍କରେ ଜାଣିବା ପାଇଁ ଆମ ଇଣ୍ଟରନେଟ୍ ର ସହାୟତା ଲୋଡ଼ିଥାଉ । ଯେମିତିକି ବର୍ତ୍ତମାନର କରୋନା ମହାମାରୀ ବିଷୟରେ ବିଭିନ୍ନ ପ୍ରକାରର ତଥ୍ୟ ସୋସିଆଲ୍ ମିଡିଆରେ ଦେଖିବାକୁ ମିଳିଥିଲା । ସ୍ୱାସ୍ଥ୍ୟ ବିଶେଷଜ୍ଞ ଅନୁଯାୟୀ ପ୍ରଥମ କଥା ହେଉଛି, ଆମେ ଜାଣିବା ଦରକାର ଯେ ଯେଉଁ ତଥ୍ୟ ଆମେ ଇଣ୍ଟରନେଟ୍ ରୁ ପାଉଛେ ତାହା କେତେ ଦୂର ସତ । କାରଣ ଇଣ୍ଟରନେଟ୍ ରେ ସବୁତଥ୍ୟ ଠିକ୍ ନଥାଏ । ତେଣୁ ସେହି ଭଳି ତଥ୍ୟକୁ ଯଦି ସତ ମାନି ଆପଣାଇବା ତାହେଳେ ଏହା ଆମ ଶରୀର ଉପରେ ବିପରୀତ ପ୍ରଭାବ ପକାଇପାରେ ।

ଅନ୍ୟପଟେ ଯେତେବେଳେ ଆପଣ ରୋଗାକ୍ରାନ୍ତ ଥିବା ସମୟରେ ଇଣ୍ଟରନେଟ୍ ରେ କୌଣସି ଜିନିଷ ସର୍ଚ୍ଚ କରୁଛନ୍ତି । ତାଦ୍ୱାରା ଆପଣଙ୍କୁ ଅଧିକ ଦୁର୍ବଳ କରେ । ଯେତେବେଳେ ଆମେ ମୁଣ୍ଡବିନ୍ଧାର କାରଣ ପାଇଁ ଇଣ୍ଟରନେଟ୍ ଖୋଜୁ, ଏହା ମସ୍ତିଷ୍କ ଟ୍ୟୁମର୍ ଠାରୁ ଆରମ୍ଭ କରି ଥକାପଣ ପର୍ୟ୍ୟନ୍ତ ସବୁକିଛି ସମ୍ପର୍କରେ ଦେଖାଇଥାଏା ସେହିପରି ବର୍ତ୍ତମାନ ସମୟରେ ମଣିଷ ଅନେକ ସ୍ୱାସ୍ଥ୍ୟଗତ ବିପଦ ଦେଇ ଗତି କରୁଛନ୍ତି । ତେଣୁ, ମସ୍ତିଷ୍କ ଟ୍ୟୁମରକୁ ପ୍ରାଥମିକତା ଦେବା ତାଙ୍କ ପାଇଁ ଅଧିକ ସ୍ୱାଭାବିକ । ମସ୍ତିଷ୍କ ଟ୍ୟୁମର ଭୟ ହେତୁ ତାଙ୍କର ନିଦ ହେବାରେ ସମସ୍ୟା ହୋଇପାରେ ଏବଂ ଏହାପରେ ଆପଣଙ୍କ ଠାରେ ସ୍ନାୟୁଜନିତ ଅସ୍ଥିରତା ଦେଖାଦିଏ । ଏହି ଲକ୍ଷଣଗୁଡ଼ିକ ଆପଣଙ୍କ ସାଧାରଣ ସମସ୍ୟାକୁ ଆହୁରି ଅଧିକ ଗମ୍ଭୀର କରିପାରେ । ଡାକ୍ତରୀ ବିଜ୍ଞାନରେ ଏହି ରୋଗକୁ ସାଇବରକୋନଣ୍ଡ୍ରିଆ କୁହାଯାଏ ।

ସାଇବରକୋନଣ୍ଡ୍ରିଆ ହେଉଛି ଏମିତି ସ୍ୱାସ୍ଥ୍ୟଗତ ବିପଦ ଯେଉଁଥିରେ ମଣିଷ ନିଜକୁ ଏକ ରୋଗାକ୍ରାନ୍ତ ପରି ଅନୁଭବ କରିବ । ଏହାପରେ ସ୍ୱାସ୍ଥ୍ୟରେ ଅନେକ ସମସ୍ୟା ଦେଖାଦେବ । ଯେମିତିକି ମୁଣ୍ଡବିନ୍ଧା, ମସ୍ତିସ୍କ ଦୁର୍ବଳ ହେବା ଇତ୍ୟାଦି । ଏହାପରେ ଯେତେବେଳେ ଆପଣ ଡାକ୍ତରଙ୍କ ପାଖକୁ ଯିବେ ସେତେବେଳେ ଡାକ୍ତର ଆପଣଙ୍କର ଢ଼େର୍ ସାରା ଟେଷ୍ଟ ସବୁ କରିବେ । ଯାହା ଆପଣ ମାନଙ୍କୁ ଆହୁରି ଦୁର୍ବଳ କରିଦେବ । ତେଣୁ ଏହିଭଳି ଅଦରକାରୀ ଚିନ୍ତାଠାରୁ ନିଜକୁ ଦୂରେଇ ରଖିବା ଦରକାର ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।

Get real time updates directly on you device, subscribe now.