ଜୁଲାଇରେ ଆସିବ ଭୟଙ୍କର ସୁନାମୀ, ଏହି ସବୁ ଦେଶ ହେବ ଛାରଖାର…

ଜୁଲାଇ 5ରେ ଭୂକମ୍ପ ହେବା ସହ ସୁନାମି ଆସିବ ବୋଲି ଭବିଷ୍ୟବାଣୀ କରାଯାଇଛି। ଯାହାକୁ ନେଇ ଆତଙ୍କିତ ଲୋକେ ।

ନୂଆଦିଲ୍ଲୀ: ଆଜିକାଲି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ‘ନୂତନ ବାବା ବେଙ୍ଗା’ଙ୍କ ଭବିଷ୍ୟବାଣୀ । ସେ ଏବେ ଏକ ଭୟଙ୍କ ଭବିଷ୍ୟବାଣୀ କରିଛନ୍ତି । ଜୁଲାଇ 5ରେ ଭୂକମ୍ପ ହେବା ସହ ସୁନାମି ଆସିବ ବୋଲି ଭବିଷ୍ୟବାଣୀ କରାଯାଇଛି। ଯାହାକୁ ନେଇ ଆତଙ୍କିତ ଲୋକେ ।

ବାବା ବେଙ୍ଗା ଆଗାମୀ 3 ସପ୍ତାହ ମଧ୍ୟରେ ଏକ ବଡ଼ ବିପର୍ଯ୍ୟୟର ପୂର୍ବାନୁମାନ କରିଛନ୍ତି । ଆଜିକାଲି ଜାପାନ କୌଣସି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ନୁହେଁ ବରଂ ଏକ ଭବିଷ୍ୟବାଣୀ ଯୋଗୁଁ ଥରୁଛି। ପ୍ରସିଦ୍ଧ ଜାପାନୀ ମଙ୍ଗା କଳାକାର ରୟୋ ତାତସୁକି, ଯାହାଙ୍କୁ ସୋସିଆଲ ମିଡିଆରେ ‘ନୂତନ ବାବା ବେଙ୍ଗା’ ବୋଲି କୁହାଯାଉଛି, ତାଙ୍କ ଏକ ଆଶ୍ଚର୍ଯ୍ୟଜନକ ଭବିଷ୍ୟବାଣୀ ସମଗ୍ର ଏସିଆରେ ଭୟ ଖେଳାଇଦେଇଛି। 1999 ମସିହାରେ ପ୍ରକାଶିତ ତାଙ୍କ ମଙ୍ଗା ‘ଦି ଫ୍ୟୁଚର ଆଇ ସ'(The Future I Saw) ରେ ତାତସୁକି ଲେଖିଥିଲେ ଯେ ଜୁଲାଇ 5, 2025 ରେ ଜାପାନରେ ଏକ ବଡ଼ ବିପର୍ଯ୍ୟୟ ଆସିବ।

ତାଙ୍କ ଭବିଷ୍ୟବାଣୀରେ କୁହାଯାଇଛି ଯେ, ‘ଜାପାନ ଏବଂ ଫିଲିପାଇନ୍ସ ମଧ୍ୟରେ ସମୁଦ୍ର ତଳେ ଏକ ଫାଟ ସୃଷ୍ଟି ହେବ ଏବଂ କୁଳକୁ ଭୂମିକମ୍ପ ଅପେକ୍ଷା ତିନି ଗୁଣ ଅଧିକ ଉଚ୍ଚା ଲହରୀ ମାଡ଼ି ଆସିବ । ଏହି ଦାବି ଏବେ ସାରା ବିଶ୍ୱରେ, ବିଶେଷକରି ଜାପାନକୁ ଯାତ୍ରା କରିବାର ଯୋଜନା କରୁଥିବା ଲୋକଙ୍କ ମଧ୍ୟରେ ଚିନ୍ତାର ବାତାବରଣ ସୃଷ୍ଟି କରିଛି।

ରୟୋ ତାତସୁକିଙ୍କ ଭବିଷ୍ୟବାଣୀକୁ ଗମ୍ଭୀରତାର ସହ ନିଆଯାଉଛି । କାରଣ ସେ 2011ର ବିନାଶକାରୀ ଟୋହୋକୁ ଭୂମିକମ୍ପ ଏବଂ ସୁନାମିର ପୂର୍ବାନୁମାନ କରିଥିଲେ। ସେହି ଦୁଃଖଦ ଘଟଣାରେ 18ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ଏବଂ ଫୁକୁସିମା ପରମାଣୁ କେନ୍ଦ୍ରରେ ଏକ ଭୟଙ୍କର ଦୁର୍ଘଟଣା ଘଟିଥିଲା। ଏହା ସହ ସେ 1995 କୋବେ ଭୂମିକମ୍ପ, 2020ରେ କୋରୋନା ମହାମାରୀ ଓ ଫ୍ରେଡି ମର୍କ୍ୟୁରୀଙ୍କ ମୃତ୍ୟୁର ଭବିଷ୍ୟବାଣୀ କରିଥିଲେ।

ଜାପାନ ବିପଦରେ ଅଛି କି? (ବାବା ବେଙ୍ଗା ରୟୋ ତାତସୁକିଙ୍କ ଭବିଷ୍ୟବାଣୀ)

ଏହି ଭୟର ପ୍ରଭାବ ଏବେ ଜାପାନର ପର୍ଯ୍ୟଟନ ଶିଳ୍ପ ଉପରେ ସ୍ପଷ୍ଟ ଭାବରେ ଦେଖାଯାଉଛି। ହଂକଂରୁ ଜାପାନକୁ ବିମାନ ବୁକିଂ 83% ହ୍ରାସ ପାଇଛି। ଗ୍ରେଟର ବେ ଏୟାରଲାଇନ୍ସ କହିଛି ଯେ ଏପ୍ରିଲ ଏବଂ ମେ ମାସର ଛୁଟିଦିନରେ ମଧ୍ୟ ବୁକିଂ ଗତ ବର୍ଷ ତୁଳନାରେ ଅଧା କମିଯାଇଛି। ଜାପାନ କାର୍ଯ୍ୟାଳୟର ମହାପ୍ରବନ୍ଧକ ‘ହିରୋକି ଇଟୋ’ କହିଛନ୍ତି, ‘ଯେଉଁଠାରେ ଆମେ 80% ସିଟ୍ ପୂରଣ ହେବ ବୋଲି ଆଶା କରିଥିଲୁ, ସେଠାରେ କେବଳ 40% ବୁକିଂ ହୋଇଥିଲା । ହଂକଂରୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା 50% ପର୍ଯ୍ୟନ୍ତ ହ୍ରାସ ପାଉଛି।

ଧ୍ୱଂସର ପୂର୍ବାନୁମାନ ଶୁଣିବା ପରେ ବିଶ୍ୱ ଭୟଭୀତ (ନୂତନ ବାବା ବେଙ୍ଗା ଭବିଷ୍ୟବାଣୀ)

ମିୟାଗି ଅଞ୍ଚଳର ରାଜ୍ୟପାଳ ଯୋଶିହିରୋ ମୁରାଇ ଲୋକଙ୍କୁ ଗୁଜବରେ ଧ୍ୟାନ ନଦେବା ଏବଂ ଶାନ୍ତି ବଜାୟ ରଖିବାକୁ ନିବେଦନ କରିଛନ୍ତି। ସେ କହିଛନ୍ତି, ଜାପାନୀ ଲୋକମାନେ ଦେଶ ଛାଡି ପଳାୟନ କରନ୍ତୁନାହିଁ। ଏହା ଉଲ୍ଲେଖନୀୟ ଯେ ରୟୋ ତାତସୁକିଙ୍କ ପୂର୍ବ ଭବିଷ୍ୟବାଣୀଗୁଡ଼ିକ ମଧ୍ୟରୁ ଅନେକ ସତ୍ୟ ପ୍ରମାଣିତ ହୋଇଛି। 2011ରେ ଟୋହୋକୁ ସୁନାମି, ରାଜକୁମାରୀ ଡାଏନାଙ୍କ ମୃତ୍ୟୁ, ଫ୍ରେଡି ମର୍କ୍ୟୁରୀଙ୍କ ମୃତ୍ୟୁ ଏବଂ କୋଭିଡ-୧୯ ମହାମାରୀ। ସେ ଏହା ମଧ୍ୟ ଦାବି କରିଛନ୍ତି ଯେ 2030 ରେ କୋଭିଡର ଏକ ନୂତନ ଏବଂ ଅଧିକ ଘାତକ ଭ୍ୟାରିଆଣ୍ଟ ଆସିବ। ଏବେ ପ୍ରଶ୍ନ ହେଉଛି କି ଜୁଲାଇ 5 ରେ ପ୍ରକୃତରେ କିଛି ଘଟିବ ନା ଏହା ମଧ୍ୟ ଏକ ଗୁଜବ ହୋଇ ରହିବ ?