fbpx

ଜନ୍ମନେଲା ବିଚିତ୍ର ଶିଶୁ! ନବଜାତର ଦୁଇ ହାତ ଓ ଦୁଇ ପାଦରେ ୨୬ଟି ଆଙ୍ଗୁଠି, ପରିବାର ଲୋକେ କହୁଛନ୍ତି ଦେବୀ ମା’ ଘରକୁ ଆସିଲେ

ନୂଆଦିଲ୍ଲୀ: ଅନେକ ସମୟରେ ଆମ ସମାଜର କିଛି ଅଜବ ଧରଣର ଶିଶୁ ଜନ୍ମଗ୍ରହଣ କରିଥାନ୍ତି । ଏଭଳି ଶିଶୁଙ୍କୁ ଦେଖିବାକୁ ଲୋକଙ୍କର ଭିଡ଼ ଜମିବା ସହିତ ଚାରିଆଡ଼େ ବେଶ୍ ଚର୍ଚ୍ଚା ହୋଇଥାଏ । ତେବେ ଏହା ମଧ୍ୟରେ ଏକ ବିଚିତ୍ର ଶିଶୁ ଜନ୍ମ ନେଇଛି । ଉକ୍ତ ଶିଶୁର ମୋଟ ୨୬ଟି ଆଙ୍ଗୁଠି ରହିଛି । ଦୁଇ ହାତରେ ୭-୭ଟି ଲେଖାଏଁ ୧୪ଟି ଆଙ୍ଗୁଠି ଓ ଦୁଇ ପାଦରେ ୬-୬ଟି ଲେଖାଏଁ ୧୨ଟି ଆଙ୍ଗୁଠି ରହିଛି ।

ସୂଚନା ମୁତାବକ, ରାଜସ୍ଥାନରେ ଦେଖିବାକୁ ମିଳିଛି ଏପରି ଏକ ଅଜବ ମାମଲା । ଗତକାଲି ରାତିରେ ଜଣେ ଗର୍ଭବତୀ ମହିଳାଙ୍କୁ ପ୍ରସବ ପାଇଁ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ମହିଳା ଜଣଙ୍କ ଯେଉଁ ଶିଶୁଟିକୁ ଜନ୍ମ ଦେଇଥିଲେ ତାକୁ ଦେଖିବା ପରେ ଡାକ୍ତରମାନେ ମଧ୍ୟ ଚକିତ ହୋଇ ରହିଯାଇଥିଲେ । କାମନ ସହର ସ୍ଥିତ ଗୋପାଲ ଭଟ୍ଟାଚାର୍ଯ୍ୟ ନାମକ ଜଣେ ସିଆରପିଏଫ ଯବାନ ଓ ତାଙ୍କ ପତ୍ନୀ ସରଜୁଏବେ ଉକ୍ତ ଶିଶୁକନ୍ୟାକୁ ନେଇ ଏବେ ଖୁସିରେ ରହିଛନ୍ତି । ପରିବାରକୁ କନ୍ୟା ନୁହେଁ ଧୌଲାଗଡ଼ ଦେବୀ ମା’ ଆସିଛନ୍ତି ସମସ୍ତେ ଭାବୁଛନ୍ତି ।

ବିଳମ୍ବିତ ରାତି ୩.୪୦ ସମୟରେ ନବଜାତକୁ ଜନ୍ମ ଦେଇଥିଲେ ସରଜୁ । କାମନ ସରକାରୀ ହସ୍ପିଟାଲରେ ଏଭଳି ମାମଲା ପ୍ରଥମ ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି । ପରେ ଲୋକମାନେ ଶିଶୁଟିକୁ ଦେଖିବାକୁ ଧାଡ଼ି ଲଗାଇଥିଲେ । ଏହାପରେ ଲୋକମାନେ ଶିଶୁଟିକୁ ଦେବୀ ମା’ ବୋଲି ସମ୍ବୋଧନ କରିବା ସହିତ ଦୁଇ ହାତ ଯୋଡ଼ି ପ୍ରାର୍ଥନା କରିଥିଲେ । ତେବେ ଜେନେଟିକ ସମସ୍ୟା କାରଣରୁ ଏପରି ହୋଇଥାଏ ଓ ଶିଶୁଟି ଏବେ ସୁସ୍ଥ ରହିଥିବା ଡାକ୍ତର କହିଛନ୍ତି ।

Get real time updates directly on you device, subscribe now.