fbpx

ଶସ୍ତା ଫୋନ୍ କିଣିବାକୁ ଚାହୁଁଛନ୍ତି କି? ମାର୍ଚ୍ଚ ୭ରେ ଆସୁଛି Realmeର ନୂଆ ଡିଭାଇସ୍, ଦିଲ୍ ଖୁସ୍ କରିଦେବ ଫିଚର୍ସ

ନୂଆଦିଲ୍ଲୀ: Realme ଭାରତୀୟ ବଜାରରେ ନିଜର C-ସିରିଜ୍ ର ନୂଆ ସ୍ମାର୍ଟଫୋନ୍ ଆଣିବାକୁ ଯାଉଛି । ଏହାର ନାମ Realme ସି୩୫ ହେବ । ଖାସ୍ କଥା ହେଉଛି ଏହି ଫୋନ୍ କୁ ଖୁବ୍ କମ୍ ଦାମ୍ ରେ ଲଞ୍ଚ୍ କରାଯାଉଛି । ଫୋନ୍ ଟି ମାର୍ଚ୍ଚ ୭ ତାରିଖରେ ଲଞ୍ଚ୍ ହେବାକୁ ଯାଉଛି । କମ୍ପାନୀ ଦାବି କରିଛି ଯେ, ଏହା ଏକ ଅଲ୍-ରାଉଣ୍ଡର୍ ଡିଭାଇସ୍ ହେବ । ଯେଉଁଥିରେ ଦମଦାର୍ ଡିସପ୍ଲେ, ବଡ଼ ବ୍ୟାଟେରୀ ଓ ଉତ୍ତମ ପରଫର୍ମାନ୍ସ ସହିତ ଶାନଦାର୍ କ୍ୟାମେରା କ୍ୱାଲିଟି ମଧ୍ୟ ଦିଆଯିବ ।

କମ୍ପାନୀ କହିବା ମୁତାବକ, ରିୟଲ୍ ମି ସି-ସିରିଜ୍ ରେ ଅନେକ ସିରିଜ୍-ଫାର୍ଷ୍ଟ ଫଇଚର୍ସ ଦିଆଯିବ । ରିୟଲ୍ ମି ସି-ସିରିଜ୍ ଅଧୀନରେ କମ୍ପାନୀ ଏଣ୍ଟ୍ରି-ଲେବଲ୍ ପ୍ରାଇସ୍ ସେଗମେଣ୍ଟ୍ ରେ ସ୍ମାର୍ଟଫୋନ୍ ଲଞ୍ଚ୍ କରାଯାଉଛି । ପ୍ରଥମ ଥର ପାଇଁ ରିୟଲ୍ ମି ଏହି ସେଗମେଣ୍ଟ୍ ରେ ଏକ ଫ୍ଲାଗସିପ୍ କ୍ୟାମେରା ଏକ୍ସିପିରିଏନ୍ସ ଅଣାଯାଉଛି । ସ୍ମାର୍ଟଫୋନ୍ ଆଉଟ୍ ଅଫ୍ ଦ ବନ୍ସ ଆଣ୍ଡ୍ରଏଡ୍ ୧୧ ଉପରେ ଆଧାରିତ ।

ଫିଚର୍ସ କଥା ଯଦି କହିବା ତେବେ ରିୟଲ୍ ମି ସି୩୫ ସ୍ମାର୍ଟଫୋନ୍ ରେ ୫୦ ମେଗାପିକ୍ସେଲ୍ ର ଏଆଇ ଟ୍ରିପଲ୍ କ୍ୟାମେରା ଦିଆଯିବ । ଯେଉଁଥିରେ ୟୁଜର୍ସ ମାନେ ଡିଟେଲ୍ଡ ଓ କ୍ୱାଲିଟି ଫଟୋ ଉଠାଇପାରିବେ । ଏହା ଏଫଏଚଡି ୬.୬ ଇଞ୍ଚ୍ ସ୍କ୍ରିନ୍ ସହିତ ଆସିଥାଏ । ଏହା ସବୁଠୁ ପତଳା ତଥା ସ୍ଲିମ୍ ସ୍ମାର୍ଟଫୋନ୍ ହେବ । ଏହାର ଓଜନ ହେବ ୧୮୭ ଗ୍ରାମ । ଷ୍ଟାଣ୍ଡାର୍ଡ ଚାର୍ଜର୍ ସହିତ ବ୍ୟାଟେରୀ ୪,୫୦୦mAH ର ମିଳିବ ।

Get real time updates directly on you device, subscribe now.