fbpx

ଦଳକୁ ମିଳିଲେ ନୂଆ Captain: ଦିନିକିଆ ଦଳ ପାଇଁ ନୂଆ ଅଧିନାୟକଙ୍କୁ ମିଳିଲା ଦାୟିତ୍ୱ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପୂର୍ବରୁ ନୂଆ ଅଧିନାୟକଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଦିନିକିଆ ବିଶ୍ୱକପରେ ନେତୃତ୍ୱ ନେଇଥିବା ଅଧିନାୟକଙ୍କୁ ଦାୟିତ୍ୱରୁ ମୁକ୍ତ କରିବା ସହ ନୂଆ ଅଧିନାୟକ ଚୟନ କରିଛି ଇଂଲଣ୍ଡ କ୍ରିକେଟ ଟିମ୍ । ଜୋସ୍ ବଟଲରଙ୍କ ସ୍ଥାନରେ ହ୍ୟାରୀ ବ୍ରୁକଙ୍କୁ ଅଧିନାୟକ ଭାବରେ ଦାୟିତ୍ୱ ଦେଇଛି ଇଂଲଣ୍ଡ କ୍ରିକେଟ ବୋର୍ଡ । ଆହତ ସମସ୍ୟା ଯୋଗୁଁ ବଟଲର ପୁଣିଥରେ ଦଳରୁ ବାଦ୍ ପଡ଼ିଥିବା ବେଳେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ପାଇଁ ତାଙ୍କ ସ୍ଥାନରେ ବ୍ରୁକ ଦଳର ନେତୃତ୍ୱ ନେବେ ।

ଅେ୍େଟ୍ରଲିଆ ବିପକ୍ଷ ଟି-୨୦ ସିରିଜରୁ ନିୟମିତ ଅଧିନାୟକ ଜୋସ୍ ବଟଲର ବାଦ୍ ପଡ଼ିବା ପରେ ଫିଲ୍ ସଲ୍ଟଙ୍କୁ ଅଧିନାୟକ ପଦ ଦିଆଯାଇଛି । ସଲ୍ଟଙ୍କ ନେତୃତ୍ୱରେ ଦମଦାର ପ୍ରଦର୍ଶନ କରିଥିବା ବେଳେ ଏହି ସିରିଜ ବର୍ତ୍ତମାନ ସୁଦ୍ଧା ୧-୧ରେ ବରାବର ରହିଛି । ତେବେ ବର୍ତ୍ତମାନ ଦିନିକିଆରୁ ମଧ୍ୟ ବଟଲର ବାଦ୍ ପଡ଼ିଛନ୍ତି । ତେଣୁ ଦିନିକିଆ ଦଳ ପାଇଁ ଅଧିନାୟକ ଭାବରେ ଦାୟିତ୍ୱ ପାଇଛନ୍ତି ଷ୍ଟାର କ୍ରିକେଟର ହ୍ୟାରୀ ବ୍ରୁକ । ଜୋସ୍ ବଟଲରଙ୍କ ପରେ ହ୍ୟାରୀ ବ୍ରୁକଙ୍କୁ ଇଂଲଣ୍ଡର ପରବର୍ତ୍ତୀ ଅଧିନାୟକ ଭାବରେ ପ୍ରସ୍ତୁତି ଜାରି ରହିଛି । ୨୦୧୮ ମସିହାରେ ଅଣ୍ଡର-୧୯ ବିଶ୍ୱକପରେ ଇଂଲଣ୍ଡର ନେତୃତ୍ୱ ନେଇଥିଲେ ।

ଏହାପରେ ୨୦୨୨ ଟି-୨୦ ବ୍ଲାଷ୍ଟରେ ମଧ୍ୟ ୪ଟି ମ୍ୟାଚ୍ ପାଇଁ ୟର୍କଶାୟରର ଅଧିନାୟକ ଦାୟିତ୍ୱ ବହନ କରିଛନ୍ତି । ସେହିପରି ଚଳିତବର୍ଷ ହଣ୍ଡ୍ରେଡରେ ନଦର୍ଣ୍ଣ ସୁପରଚାର୍ଜର୍ସର ନେତୃତ୍ୱ ନେଇ ସାରିଛନ୍ତି ହ୍ୟାରୀ ବ୍ରୁକ । ତାଙ୍କ ନେତୃତ୍ୱରେ ସୁପରଚାର୍ଜର୍ସ ୬ଟି ମ୍ୟାଚରୁ ୫ଟି ମ୍ୟାଚରେ ବିଜୟ ହାସଲ କରିଛି । ତେଣୁ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜରେ ହ୍ୟାରୀ ବ୍ରୁକଙ୍କୁ ଉପ-ଅଧିନାୟକ ଭାବରେ ଦାୟିତ୍ୱ ପ୍ରଦାନ କରିଥିଲା ଇଂଲଣ୍ଡ କ୍ରିକେଟ । ବଟଲର ଦଳକୁ କମବ୍ୟାକ କରିବାରେ ବିଫଳ ହେବାରୁ ଷ୍ଟାର ଅଲରାଉଣ୍ଡର ଲିଆମ ଲିଭିଙ୍ଗଷ୍ଟୋନଙ୍କୁ ଏକ ସୁବର୍ଣ୍ଣ ସୁଯୋଗ ମିଳିଛି । ବଟଲରଙ୍କ ସ୍ଥାନରେ ତାଙ୍କୁ ଦଳରେ ସୁଯୋଗ ଦେଇଛି ଇଂଲଣ୍ଡ କ୍ରିକେଟ ବୋର୍ଡ ।

Get real time updates directly on you device, subscribe now.