fbpx
BSKY
BJD MC SKY
BJD MS SKY

ଗବେଷଣାରୁ ଆସିଲା ନୂଆ ତଥ୍ୟ …ଜଳବାୟୁ ପରିବର୍ତ୍ତନକୁ ସହିପାରିବେ ଜୀବଜନ୍ତୁ

ନୂଆଦିଲ୍ଲୀ: ଗତ କିଛି ଦଶକ ଧରି ଜଳବାୟୁ ପରିବର୍ତ୍ତନର ପ୍ରଭାବ ଦେଖିବାକୁ ମିଳୁଛି । ବିଶ୍ୱତାପମାନ ବୃଦ୍ଧି ଯୋଗୁ କେତେବେଳେ ମରୁଡି ତ କେତେବେଳେ ଦୀର୍ଘ ସମୟ ଧରି ବର୍ଷା ବିନାଶର କାରଣ ସାଜୁଛି।ତେବେ ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ଆଗକୁ ବର୍ତ୍ତମାନର ସ୍ଥିତିଠାରୁ ଆହୁରି ଭୟଙ୍କର ସ୍ଥିତି ଦେଖାଦେଇପାରେ । ତେବେ ସବୁଠାରୁ ବଡ ପ୍ରଶ୍ନ ପରିବେଶ ଏବଂ ପରିବେଶ ସହ ଜଡିତ ସମସ୍ତେ କେଉଁଭଳି ପ୍ରତିକ୍ରିୟା ପ୍ରକାଶ କରିବେ। ତେବେ ନିକଟରେ ହୋଇଥିବା ଗବେଷଣାରେ କିଛି ତଥ୍ୟ ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଚକିତ କରିବ । ଆମ ପରିବେଶରେ ଏଭଳି କିଛି ଜୀବ ରହିଛନ୍ତି ଯେଉଁମାନେ ଜଳବାୟୁ ପରିବର୍ତ୍ତନକୁ ସହିପାରିବେ, ତଥା ନିଜକୁ ବଞ୍ଚାଇ ରଖିବାରେ ସଫଳ ମଧ୍ୟ ହେବେ । ସାଉଦର୍ନ ଡେନମାର୍କ ବିଶ୍ୱବିଦ୍ୟାଳୟ ଏବଂ ଓସଲୋ ବିଶ୍ୱବିଦ୍ୟାଳୟରେ ଗବେଷଣାର ତଥ୍ୟ ଇ-ଲାଇଫରେ ପ୍ରକାଶିତ ହୋଇଛି ।

ଏହି ଅଧ୍ୟୟନରେ ବିଶ୍ୱର ୧୫୭ ସ୍ଥନ୍ୟପାୟୀ ପ୍ରାଣୀଙ୍କ ବିଶ୍ଲେଷଣ କରାଯାଇଥିଲା । ଯେଉଁଥିରେ ସେମାନଙ୍କର ବିଭିନ୍ନ ପରିବର୍ତ୍ତନର ତୁଳନା ବିଶ୍ୱର ପାଣିପାଗ ଏବଂ ଜଳବାୟୁର ତଥ୍ୟ ସହ କରାଯାଇଥିଲା । ପ୍ରତ୍ୟେକ ପ୍ରଜାତିର ୧୦ରୁ ଅଧିକ ବର୍ଷର ତଥ୍ୟ ରହିଥିଲା । ଏହି ଅଧ୍ୟୟନରୁ ଜଣାପଡିଥିଲା ଯେ କେଉଁଭଳି ପଶୁଙ୍କ ପ୍ରଜାତି କେଉଁଭଳି ପରିସ୍ଥିତିର ସାମ୍ନାକରୁଛନ୍ତି । କେଉଁଭଳି ତାଙ୍କର ସଂଖ୍ୟା ଏବଂ ପ୍ରଜନନର ସ୍ୱରୂପରେ ପରିବର୍ତ୍ତନ ଆସିଛି । ଗବେଷକଙ୍କ କହିବା କଥା ସେମାନଙ୍କୁ ସ୍ପଷ୍ଟ ଭାବେ ଏକ ପ୍ୟାଟନ ଦେଖିବାକୁ ମିଳିଛି ।ଲମ୍ବା ସମୟ ଯାଏ ବଞ୍ଚୁଥିବା ଜୀବ ଏବଂ ଯେଉଁମାନେ ବହୁତ କମ ଶାବକଥାନ୍ତି ସେମାନେ ଚରମ ପାଣିପାଗ ପ୍ରତି କମଜୋର ହୋଇନଥାନ୍ତି । ସେହିଭଳି କମ ସମୟ ପର୍ଯ୍ୟନ୍ତ ଜୀବିତ ରହୁଥିବା ଏବଂ ଯେଉଁମାନଙ୍କ ଅଧିକ ଶାବକଥାନ୍ତି ସେମାନଙ୍କ ଉପରେ ଚରମ ପାଣିପାଗର ବିଶେଷ ପ୍ରଭାବ ପଡିଥିବା ଦେଖିବାକୁ ମିଳିଛି । ଏଥିରେ ସବୁଠାରୁ ଆଗରେ ଲାମା, ହାତୀ ତାଙ୍କ ପଛକୁ ମୂଷା ଭଳି ଅନେକ ଜୀବ ସାମିଲ ରହିଛନ୍ତି ।

ରିସର୍ଚ୍ଚରୁ ଆହୁରି ମଧ୍ୟ ଜଣାପଡିଛି, ଆଫ୍ରିକୀୟ ହାତୀ, ସାଇବେରିଆର ବାଘ, ସିମ୍ପାଞ୍ଜି, ଲାମା, ଧଳା ଗଣ୍ଡା, ଭାଲୁ, ଆମେରିକୀୟ ମଇଁଷିଙ୍କ ଉପରେ ଚରମ ପାଣିପାଗର କୌଣସି ପ୍ରଭାବ ପଡିବ ନାହିଁ । ସେହିଭଳି ମୂଷା, କାନାଡୀୟ ଲାମିଂ, ଆଣ୍ଟାର୍କଟିକାର ବିଲୁଆଙ୍କ ଉପରେ ମଧ୍ୟ ଚରମ ପାଣିପାଗର ପ୍ରଭାବ ଦେଖାଯାଇନଥାଏ । ଅଧିକ ସମୟ ଧରି ବଞ୍ଚୁଥିବା ଜୀବଙ୍କ ଉପରେ ଲମ୍ବା ସମୟ ଧରି ମରୁଡି ପରିସ୍ଥିତି ରହିଲେ ମଧ୍ୟ ସେମାନେ ଏହା ସହ ଲଢିପାରିବେ । ସେମାନେ ବଞ୍ଚିବା, ପ୍ରଜନନ କରିବା ଏବଂ ଶାବକଙ୍କ ଲାଳନପାଳନରେ କୌଣସି ସମସ୍ୟାର ସାମ୍ନା କରିନଥାନ୍ତି । ତେବେ କମ ସମୟ ଧରି ଜୀବିତ ରହୁଥିବା ଜୀବଙ୍କ ସହ ଏହାର ବିପରୀତ ହୋଇଥାଏ । ବଡ ବଡ ଜୀବ ନିଜର ସମସ୍ତ ଉର୍ଜା ଗୋଟିଏ ଜୀବର ଲାଳନ ପାଳନରେ ନ୍ୟସ୍ତ କରୁଥିବା ବେଳେ ସେମାନେ ଭଲ ସମୟ ଆସିବା ଯାଏ ଅପେକ୍ଷା କରିଥାନ୍ତି।

ଅନ୍ୟ ପଟେ କମ ସମୟ ବଞ୍ଚୁଥିବା ଜୀବଜନ୍ତୁଙ୍କ କ୍ଷେତ୍ରରେ ଭିନ୍ନ ସ୍ଥିତି ଦେଖାଦେଇଥାଏ । ଯଦି ଅନେକ ସମୟ ଧରି ମରୁଡିର ସ୍ଥିତି ଦେଖାଦେଇଥାଏ ତେବେ ଅନେକ ଜୀବ ନିଜ ଜୀବନ ହରାଇଥାନ୍ତି । ଖାଦ୍ୟ ଅଭାବ କାରଣରୁ ସେମାନେ ଜୀବନ ହରାଇଥାନ୍ତି । ତେବେ ପରିସ୍ଥିତି ସୁଧୁରିଲେ ଏମାନେ ପୁଣିଥରେ ସେମାନଙ୍କ ବଂଶବିସ୍ତାର ଆରମ୍ଭ କରିଦେଇଥାନ୍ତି । କାରଣ ତାଙ୍କର ଶାବକଙ୍କ ସଂଖ୍ୟ ବହୁତ ଅଧିକ ଥାଏ ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହି ସବୁ ପରିସ୍ଥିତି ବିଲୁପ୍ତ ହେବାର ସ୍ଥିତିଠାରୁ ସମ୍ପୂର୍ଣ୍ଣ ଅଲଗା ହୋଇଥାଏ । ଛୋଟ ଛୋଟ ଜୀବ ଚରମ ପାଣିପାଗ ସ୍ଥିତି ସମୟରେ ଶୀଘ୍ର ପ୍ରତିକ୍ରିୟା ଦେଇଥାନ୍ତି।ତେଣୁ ମାନବ ସମାଜକୁ ମଧ୍ୟ ସତର୍କ ହେବାକୁ ପଡିବ ।

Get real time updates directly on you device, subscribe now.