fbpx

ବଲିଉଡ ଡେବ୍ୟୁ ପୂର୍ବରୁ ରଶ୍ମୀକା ମନ୍ଦନାଙ୍କୁ ଲାଗିଛି ଝଟ୍‌କା, ଫିଲ୍ମ ରିଲିଜ ପୂର୍ବରୁ ଲାଗିଲା ବ୍ରେକ୍

ମୁମ୍ବାଇ: ଫ୍ଲପ୍‌ ହେବାକୁ ଲାଗିଛି ଗୋଟିଏ ପରେ ଗୋଟିଏ ହିନ୍ଦୀ ଫିଲ୍ମ । ସମଶେରା, ଲାଲ ସିଂହ ଚଡ୍ଡା ଓ ରକ୍ଷା ବନ୍ଧନ ଭଳି ବିଗ୍‌ ବଜେଟ୍‌ ଫିଲ୍ମ ବକ୍ସ ଅଫିସରେ ଧିମେଇ ଯାଇଛି । ଏହାକୁ ଦେଖି ଆଗକୁ ଆସିବାକୁ ଯାଉଥିବା ବଡ ବଡ ଫିଲ୍ମଗୁଡିକ ଉପରେ ମଧ୍ୟ ବ୍ରେକ୍‌ ଲାଗିଯାଇଛି । ଅନେକ ଫିଲ୍ମ ନିର୍ମାତା ଭୟଭୀତ ହୋଇପଡିଛନ୍ତି । ଏଥିରେ ପୁଷ୍ପା ଫେମ୍‌ ରଶ୍ମିକା ମନ୍ଦନାଙ୍କ ଫିଲ୍ମ ମଧ୍ୟ ସାମିଲ ଅଛି । ବଲିଉଡ ଡେବ୍ୟୁ ପୂର୍ବରୁ ରଶ୍ମୀକା ମନ୍ଦନାଙ୍କୁ ଲାଗିଛି ଝଟ୍‌କା । ଫିଲ୍ମ ରିଲିଜ ପୂର୍ବରୁ ତା’ଉପରେ ଲାଗିଛି ବ୍ରେକ୍‌ ।

ନିକଟରେ କରଣ ଜୋହରଙ୍କ ପ୍ରଡକ୍ସନ ହାଉସର ଫିଲ୍ମ ‘ସ୍କ୍ରୁ ଢ଼ିଲା’ର ଟିଜର ରିଲିଜ ହୋଇଥିଲା । ଏଥିରେ ଟାଇଗର ସ୍ରଫଙ୍କ ଅପୋଜିଟ୍‌ରେ ରଶ୍ମୀକା ମନ୍ଦନା ଅଛନ୍ତି । ଫିଲ୍ମଟି ଚଳିତ ବର୍ଷ ରିଲିଜ ହେବ ବୋଲି ଶୁଣିବାକୁ ମିଳିଥିଲା । କିନ୍ତୁ ବୟକଟ୍‌ ଟ୍ରେଣ୍ଡ ଓ ବଡ ବଡ ଫିଲ୍ମ ଫ୍ଲ୍‌ ହେବା ପରେ ଏହାର ରିଲିଜ ଉପରେ ରୋକ୍‌ ଲାଗିଛି । ଆସନ୍ତା ଏକ ବର୍ଷ ପାଇଁ ଏହି ଫିଲ୍ମର ସୁଟିଂକୁ ମଧ୍ୟ ବନ୍ଦ କରାଯାଇଛି ।

ରିପୋର୍ଟ ମୁତାବକ, ଏହି ଫିଲ୍ମ ବ୍ୟତୀତ ରଶ୍ମୀକାଙ୍କ ହାତରେ ଆହୁରି ଅନେକ ବଡ ବଡ ପ୍ରୋଜେକ୍ଟ ରହିଛି । ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ‘ମିଶନ ମଜନୁ’, ରଣବୀର କପୁରଙ୍କ ସହ ‘ଆନିମଲ୍‌’ ଓ ଅମିତାଭ ବଚ୍ଚନଙ୍କ ସହ ‘ଗୁଡବୟ’ ଭଳି ଫିଲ୍ମ ତାଙ୍କ ହାତରେ ଅଛନ୍ତି । କିନ୍ତୁ ବର୍ତ୍ତମାନ ‘ସ୍କ୍ରୁ ଢ଼ିଲା’ ଫିଲ୍ମର ନାଁ ଏହି ତାଲିକାରୁ ଦୂରେଇ ଯାଇଛି । ବଲିଉଡର ଆକ୍ସନ୍‌ ଷ୍ଟାର୍‌ ଟାଇଗର ସ୍ରଫ୍‌ ଏବଂ ନ୍ୟାସନାଲ କ୍ରସ୍‌ ରଶ୍ମିକା ମନ୍ଦନାଙ୍କୁ ଏକାଠି ଦେଖିବାକୁ ପ୍ରଶଂସକଙ୍କ ଇଚ୍ଛା ବର୍ତ୍ତମାନ ପୂରଣ ହୋଇପାରିବ ନାହିଁ ।

Get real time updates directly on you device, subscribe now.