CHARIDHAM

୫ଟି ଜିଲ୍ଲାରୁ ଫେରିଲେ ଭୁବନେଶ୍ବରରେ କ୍ବାରେଣ୍ଟାଇନ୍‌ ବାଧ୍ୟତାମୂଳକ, ଜାଣନ୍ତୁ କେଉଁଟି

ଭୁବନେଶ୍ୱର,୨୬/୬(ଓଡିଶା ଭାସ୍କର): ଏଣିକି ୫ ହଟ୍‌ସ୍ପଟ ଜିଲ୍ଲାରୁ ଫେରିଲେ ରାଜଧାନୀ ଭୁବନେଶ୍ବରରେ କ୍ବାରେଣ୍ଟାଇନରେ ରହିବ ବାଧ୍ୟତାମୂଳକ। ସେମାନଙ୍କୁ ୧୪ ଦିନିଆ ସରକାରୀ କ୍ବାରେଣ୍ଟାଇନ୍‌ରେ ରଖିବ ମହାନଗର ନିଗମ। ସେହି ୫ଟି ଜିଲ୍ଲାରେ ସାମିଲ ଅଛି- ଗଞ୍ଜାମ, କଟକ, ବାଲେଶ୍ବର, ଗଜପତି ଓ ଯାଜପୁର।

ତେବେ ଏହି ୫ ଜିଲ୍ଲାରୁ ବସ୍ତି ଅଞ୍ଚଳକୁ ଫେରିଲେ କ୍ବାରେଣ୍ଟାଇନ ବାଧ୍ୟତାମୂଳକ କରାଯାଇଛି। ସହରାଞ୍ଚଳ ହୋଇଥିଲେ ବି ବସ୍ତି ପାଇଁ ଲାଗୁ ହେବନି ହୋମ୍‌ କ୍ବାରେଣ୍ଟାଇନ୍‌। ବସ୍ତି ଅଞ୍ଚଳରୁ ପ୍ରତିଦିନ ଅତିଥିଙ୍କ ସୂଚନା ରଖିବ ବସ୍ତି ନିରୀକ୍ଷଣ ଟିମ୍‌।ବସ୍ତି ଟିମଠୁ ସୂଚନା ନେଇ ଆଞ୍ଚଳିକ ଉପକମିସନର BMCକୁ ଜଣାଇବେ ବୋଲି କୁହାଯାଇଛି ।