ନୂଆଦିଲ୍ଲୀ- ବୈଜ୍ଞାନିକ ଖୋଜି ବାହାର କରିଛନ୍ତି ମଣିଷର ଏକ ନୂଆ ପ୍ରଜାତି । ଏହି ପ୍ରଜାତିର ନାଁ ହୋମୋ ଜୁଲୁଏନ୍ସିସ । ଏମାନଙ୍କୁ ଚୀନ ମାଟିରୁ ଖୋଜି ବାହାର କରିଛନ୍ତି ବୈଜ୍ଞାନିକ । ଏମାନଙ୍କ ଦାନ୍ତ ଓ ଦାନ୍ତ ମାଢିରୁ ଏମାନେ ରହସ୍ୟମୟୀ ଡେନ୍ସୋବନ୍ସ ବର୍ଗର ବୋଲି ବୈଜ୍ଞାନିକ ସେମାନଙ୍କ ରିସର୍ଚ୍ଚରୁ ଜାଣିବାକୁ ପାଇଛନ୍ତି ।
ଚୀନରୁ ମିଳିଥିବା ଅନେକ ମାନବୀୟ ଜୀବସ୍ମ, ଯେମିତି ମାଢି, ଦାନ୍ତ, ଅସ୍ତିକୁ ପରୀକ୍ଷା କରିବା ପରେ କ୍ୱାଟରନରୀ ପୂର୍ବ ଏସୀୟ ପୁରାତତ୍ୱ ମାନବ ବିଜ୍ଞାନର ବହୁ ରହସ୍ୟ ସାମ୍ନାକୁ ଆସିଛି । ଏହି ପ୍ରଜାତି ସେହି ସମୟର, ଯେତେବେଳେ ହୋମୋ ଜୁଲୁଏନ୍ସିସମାନେ ପୃଥିବୀ ଉପରେ ବିଚରଣ କରୁଥିଲେ । ଏହି କ୍ଷେତ୍ରର ମହତ୍ୱପୂର୍ଣ୍ଣ ପରିବର୍ତ୍ତନ ପାଇଁ ବିକାଶର ମଡେଲ ପରିଷ୍କାର ହେଉଛି ବୋଲି ବୈଜ୍ଞାନିକ କହିଛନ୍ତି ।
ବୈଜ୍ଞାନିକଙ୍କ ମତରେ ସେମାନଙ୍କ ଦ୍ୱାରା ଚିହ୍ନଟ ହୋଇଥିବା ପ୍ରଜାତି ହୋମୋ ଜୁଲୁଏନ୍ସିସଙ୍କ ସମୟରେ, ଏମାନେ ୨ ଲକ୍ଷ ବର୍ଷ ପୂର୍ବେ ତ୍ପଥିବୀରେ ବାସ କରୁଥିଲେ । ପଥରର ଅସ୍ତ୍ରଶସ୍ତ୍ର ସାହାଯ୍ୟରେ ଶିକାର କରୁଥିଲେ । ଏମିତି କି ଶିକାର ପାଇଁ ଏମାନେ ଜଙ୍ଗଲୀ ଘୋଡାଙ୍କ ପିଛା କରୁଥିଲେ । ଚୀନରୁ ମିଳିଥିବା ଜୀବସ୍ମର ପରୀକ୍ଷଣ ପରେ ଏହି ନିର୍ଯ୍ୟାସରେ ପହଞ୍ଚିଛନ୍ତି ବୈଜ୍ଞାନିକ ।
ଏହି ଜୀବାସ୍ମ ସାରା ଏସିଆରେ ଥିବା ଜଟିଳ ରହସ୍ୟ ଉପରୁ ପରଦା ଉଠାଇବାରେ ସହାୟକ ହୋଇଛି । ହାବର୍ଡ ବିଶ୍ୱବିଦ୍ୟାଳୟର ମାନବ ବିଜ୍ଞାନ ବିଭାଗର ପ୍ରଫେସର କ୍ରିସ୍ଟୋଫର ଜେବେ ଏହି ସୂଚନା ପ୍ରଦାନ କରିଛନ୍ତି ।