fbpx

(Video) ସ୍ପେଶାଲ ‘ମୋଦୀଜୀ ଥାଳି’: ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ନ୍ୟୁ ଜର୍ସି ରେଷ୍ଟୁରାଣ୍ଟର ସ୍ୱତନ୍ତ୍ର ଥାଳି

ନୂଆଦିଲ୍ଲୀ: ଆଗାମୀ କିଛି ଦିନ ମଧ୍ୟରେ ଆମେରିକା ଗସ୍ତ କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହାକୁ ଦୃଷ୍ଟିରେ ରଖି ନ୍ୟୁ ଜର୍ସି ରେଷ୍ଟୁରାଣ୍ଟ ଅତିଥିଙ୍କ ପାଇଁ ରଖିଛି ଏକ ସ୍ପେଶାଲ ଉପହାର । ମୋଦୀଙ୍କ ପାଇଁ ସ୍ପେଶାଲ ‘ମୋଦୀଜୀ ଥାଳି’ ପ୍ରସ୍ତୁତ କରିଛି ନ୍ୟୁ ଜର୍ସି ରେଷ୍ଟୁରାଣ୍ଟ । ଏ ନେଇ ୧ ମିନିଟର ଏକ ଭିଡିଓରେ ‘ମୋଦୀଜୀ ଥାଳି’ ଲଞ୍ଚ୍ କରାଯାଇଛି । ଏହି ଭିଡିଓରେ ରେଷ୍ଟୁରାଣ୍ଟର ମାଲିକ ଶ୍ରୀପଦ କୁଲକର୍ଣ୍ଣି ‘ମାଦୀଜୀ ଥାଳି’ ବିଷୟରେ ବର୍ଣ୍ଣନା କରିଛନ୍ତି । ଏହି ସ୍ପେଶାଲ ଥାଳିରେ ଅନ୍ତର୍ଭୁକ୍ତ ସମସ୍ତ ଡିସ ବିଷୟରେ ପ୍ରକାଶ କରିଛନ୍ତି ରେଷ୍ଟୁରାଣ୍ଟ ମାଲିକ ଶ୍ରୀପଦ । ତେବେ ଏହି ସ୍ୱତନ୍ତ୍ର ‘ମୋଦୀଜୀ ଥାଳି’ରେ ଗୁଜୁରାଟ, ମହାରାଷ୍ଟ୍ର, ଜାମ୍ମୁ କାଶ୍ମୀର ଏବଂ ଦେଶର ଅଗ୍ରଣୀ ରାଜ୍ୟଗୁଡିକର ସ୍ପେଶାଲ ଡିସଗୁଡିକୁ ସ୍ଥାନ ଦିଆଯାଇଛି ।

Get real time updates directly on you device, subscribe now.