fbpx

୧୧ ଦିନ ପାଇଁ ଲୋକଙ୍କୁ ହସିବା–କାନ୍ଦିବା ଉପରେ ରୋକ୍ ଲଗାଇଲେ କିମ୍ ଜଙ୍ଗ୍ ଉନ୍! କହିଲେ ଏହି କାରଣ…

ଉତ୍ତର କୋରିଆର ଅଜବ ନିୟମ ବିଷୟରେ ଆପଣ ଶୁଣିଥିବେ ନିଶ୍ଚୟ । ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜଙ୍ଗ୍ ଉନ୍ ଦେଶରେ ଅନେକ ଅଜବ କାନୁନ ଲାଗୁକରିଛନ୍ତି । ଏବେ ପୁଣି ଏକ ଅଜବ କାନୁନ ଲାଗୁକରିଛନ୍ତି ଉତ୍ତର କୋରିଆର ଶାସକ କିମ୍ ଜଙ୍ଗ୍ ଉନ୍  । ଦେଶର ନାଗରିକଙ୍କୁ ହସିବା, ସପିଂ କରିବା ଏବଂ ମଦ ପିଇବା ଉପରେ କଟକଣା ଲଗାଇଛନ୍ତି । ଏହି କଟକଣା ଆଗାମୀ ୧୧ ଦିନ ପାଇଁ ଜାରି ହୋଇଛି । କିମ୍ ଜଙ୍ଗ୍ ଉନ୍ ଏହି କଟକଣା ନିଜ ପିତା ତଥା ପୂର୍ବ ଶାସଙ୍କ କିମ୍ ଜଙ୍ଗ୍ ଇଲଙ୍କ ମୃତ୍ୟୁର ୧୦ବର୍ଷ ଅବସରରେ ଲଗାଇଛନ୍ତି । ଏହି ୧୦ ଦିନ ପାଇଁ ଦେଶ ପାଳିବ ଶୋକ।

ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ଏହି କଟକଣା ଅନୁଯାୟୀ, ଏହି ସମୟରେ ଦେଶର ଲୋକମାନେ ହସିପାରିବେ ନାହିଁ କି ମଦ ମଧ୍ୟ ପିଇପାରିବେ ନାହିଁ । ଏମିତିକି ଯଦି କାହାର ମୃତ୍ୟୁ ହେଉଛି ତେବେ ଶୋକରେ ଜୋରରେ କାନ୍ଦି ମଧ୍ୟ ପାରିବେନାହିଁ । ପାର୍ଟୀ କରିବା, ସପିଂ ଆଦି ଉପରେ ମଧ୍ୟ କଡ଼ା ପ୍ରତିବନ୍ଧକ ଲଗାଯାଇଛି ।

ଉତ୍ତର ପୂର୍ବ ସୀମାବର୍ତ୍ତୀ ଶହର ସିନୁଇଜୁର ଜଣେ ଅଧିବାସୀ ଏନେଇ ଆରଏଏଫ କୁ ଜଣାଇଛନ୍ତି । ସେ କହିଛନ୍ତି ଏହି ସମୟ ମଧ୍ୟରେ କେହି, ହସିବା, କାନ୍ଦିବା, ସପିଂ କରିବା ଉପରେ କଡ଼ା କଟକଣା ଲଗାଯାଇଥାଏ । ସେ କହିଛନ୍ତି ପ୍ରତିବର୍ଷ ଏହା ୧୦ ଦିନ ପାଇଁ ପାଳନ ହେଉଥିବା ବେଳେ ଏବଂ ବର୍ଷ ୧୦ ପୁଣ୍ୟତଥି ଯୋଗୁଁ ୧୧ ଦିନ ପାଇଁ ପାଳନ ହେଉଛି । ସେ ଆହୁରି କହିଛନ୍ତି ଯଦି କେହି ଏହି ନିୟମ ଭାଙ୍ଗିଥାଏ ତାଙ୍କୁ ଜେଲକୁ ନିଆଯାଏ ଏବଂ ଏହାପରେ ସେ ଆଉ କେବେ ଫେରିନଥାଏ । ଏହି ସମୟରେ ଲୋକମାନେ ନିଜର ଜନ୍ମଦିନ ମଧ୍ୟ ପାଳନ କରିପାରିନଥାନ୍ତି ।

Get real time updates directly on you device, subscribe now.