BSNL ଲଞ୍ଚ କଲା ନୂଆ ଲୋଗ, ଆରମ୍ଭ ହେଲା ୭ଟି ନୂଆ ସେବା

ନୂଆଦିଲ୍ଲୀ: ଦେଶରେ ସମସ୍ତ ରିଚାର୍ଜ ପ୍ଲାନର ମୂଲ୍ୟ ବଢିଥିବା ବେଳେ ବିଏସଏନଏଲ ନିଜର କମ ମୂଲ୍ୟର ରିଚାର୍ଜ ପ୍ଲାନରେ ଲୋକଙ୍କୁ ଆକର୍ଷିତ କରୁଛି। ଏହାରି ମଧ୍ୟରେ ବିଏସଏନଏଲ ନୂଆ ଲୋଗୋ ଲଞ୍ଚ କରିଛି। କମ୍ପାନୀ ଏଥିସହ ଅନେକ ନୂଆ ସେବାଗୁଡିକୁ ମଧ୍ୟ ପରିଚିତ କରାଇଛି।

ଯୋଗାଯୋଗ ମନ୍ତ୍ରୀ ଜ୍ୟେତିରାଦିତ୍ୟ ସିଂଘିୟା ବିଏସଏନଏଲର ନୂଆ ଲୋଗୋ ଏବଂ ୭ଟି ନୂଆ ସେବାକୁ ଲଞ୍ଚ କରିଛି। ଏଥିରେ ସ୍ପାମ ଫ୍ରୀ ନେଟୱାର୍କ, ୱାଇ-ଫାଇ ରୋମିଙ୍ଗ ଏବଂ ଡାୟରେକ୍ଟ ଟୁ ଡିଭାଇସ କନେକ୍ଟିଭିଟୀ ରହିଛି। ବିଏସଏନଏଲର ନୂଆ ଲୋଗରେ ଭାରତୀୟ ପତାକାର ରଙ୍ଗ ଏବଂ ଭାରତର ନକ୍ସା ଦେଖାଯିବ। ଏଥିସହ ଆପଣଙ୍କୁ ନୂଆ ସ୍ଲୋଗାନ ମଧ୍ୟ ଦେଖିବାକୁ ମିଳିବ, ଯେଉଁଥିରେ କନେକ୍ଟିଙ୍ଗ ଭାରତ ଲେଖାଯାଇଛି।

କମ୍ପାନୀ ସ୍ପାମ ଫ୍ରୀ ନେଟୱାର୍କ ସର୍ଭିସ ଲଞ୍ଚ କରିଛି। ଏଥିରେ କମ୍ପାନୀ ସ୍ପାମ ସହ ଲଢିବା ପାଇଁ ରିୟଲ ଟାଇମ ସଲ୍ୟୁସନ ରୋଲଆଉଟ କରିବାକୁ ଯାଉଛି। କମ୍ପାନୀ ଉପଭୋକ୍ତାଙ୍କ ପାଇଁ ୱାଇ-ଫାଇ ରୋମିଙ୍ଗର ସର୍ଭିସ ଲଞ୍ଚ କରିଛି, ଯାହା ସାହାଯ୍ୟରେ କଞ୍ଜ୍ୟୁମର୍ସ ବିନା କୌଣସି ଅସୁବିଧାରେ ବିଏସଏନଏଲ ସହ କନେକ୍ଟ ହୋଇପାରିବେ।

ବିଏସଏନଏଲ ଏଫଟିଟିଏଚ(ଫାଇବର) କଞ୍ଜ୍ୟୁମର୍ସଙ୍କୁ ୫୦୦ ପ୍ରିମିୟମ ଟିଭି ଚ୍ୟାନେଲର ଆକ୍ସେସ ଫାଇବର ବେଷ୍ଟ ଇଣ୍ଟରନେଟ ଲାଇଭ ଟିଭି ସର୍ଭିସ ଜରିଆରେ ମିଳିବ। ଏଥିସହ କମ୍ପାନୀ ଡାୟରେକ୍ଟ ଟୁ ଡିଭାଇସ ସର୍ଭିସ ଲଞ୍ଚ କରିଛି। ଏଥିସହ ଭାରତରେ ପୂର୍ବରୁ ସାଟେଲାଇଟ ଟୁ ଡିଭାଇସ କନେକ୍ଟିଭିଟୀ ସର୍ଭିସ ମିଳିବ।

ଏହି ସର୍ଭିସର ସାହାଯ୍ୟରେ ଆପଣଙ୍କୁ ସବୁ ସ୍ଥାନରେ କନେକ୍ଟିଭିଟୀ ମିଳିବ। କମ୍ପାନୀ ପବ୍ଲିକ ପ୍ରୋଟେକ୍ସନ ଏବଂ ଡିଜାଷ୍ଟର ରିଲିଫ ସର୍ଭିସ ମଧ୍ୟ ଲଞ୍ଚ କରିଛି। ଏଥିସହ ୟୁଜର୍ସଙ୍କୁ ସବୁ ସ୍ଥାନରେ ନେଟୱାର୍କ ମିଳିବ। କମ୍ପାନୀ Anytime SIM Kiosks ଏବଂ First Private 5G in Mines ଭଳି ସର୍ଭିସ ଲଞ୍ଚ କରିଛି।