ନୂଆଦିଲ୍ଲୀ : ରମଜାନ୍ ଆରମ୍ଭ ହେବା ମାତ୍ରେ ବିରିୟାନୀ ପ୍ରେମୀଙ୍କ ଉତ୍ସାହ ଆହୁରି ବଢିଯାଏ । ମୁସଲିମ ଖାଦ୍ୟ ତାଲିକାରେ ବିରିୟାନି ଏକ ସ୍ୱତନ୍ତ୍ର ଡିସ୍ । ରମଜାନ୍ ମାସ ଶେଷରେ ଇଦ୍ ଉତ୍ସବରେ ଘରେ ଘରେ ବିରିୟାନୀ ହୁଏ । ଖାଦ୍ୟ ମଧ୍ୟ ବିରିୟାନିର ସ୍ୱାଦ ଯେମିତି ଚାହିଦା ବି ସେମିତି । ସେହିପରି ସମୋସା ବା ସିଙ୍ଗଡା ର ମଧ୍ୟ ଚାହିଦା କିଛି କମ୍ ନାହିଁ । ଆଉ ଏହି ଦୁଇଟାର ମିଶ୍ରଣ ହେଲେ ତାହାର ଯେଉଁ ନୂଆ ସ୍ୱାଦ ଆସିବ ତାହା ବର୍ଣ୍ଣନା କରିବା ମୁସ୍କିଲ ।
ତେବେ ଆପଣମ।ନେ ଭାବୁଥିବେ ଏହା କ’ଣ ସମ୍ଭବ । ଆଳୁ ସମୋସା, ଚାଉମିନ୍ ସମୋସା ଓ ଭେଜିଟେବୁଲ ସମୋଜା ଆପଣ ଦିଶ୍ଚଯ ଖାଇଥିବେ । କିନ୍ତୁ ବିରିଞାନି ସମୋସା କେବେ ଖାଇଛନ୍ତି କି?
ଏବେ ଇଣ୍ଟରନେଟରେ କିଛି ଲୋକ ଅଛନ୍ତି ଯେଉଁମାନେ ବିଭିନ୍ନ ଉପାୟରେ ବିରିୟାନି ଖାଇବାକୁ ପସନ୍ଦ କରନ୍ତି । ତାହାର ଫଟୋ ମଧ୍ୟ ସେୟାର କରିଛନ୍ତି । ସାଧାରଣତଃ ସାମୋସା ପନିପରିବା, ମସୁର ଡାଲି, ପୋହା, ପନିର, କଟା ମାଂସ, ଚିକେନ୍ …ଆଦି ପାଇଁ ପ୍ରସିଦ୍ଧ ହୋଇଥାଏ । ଏହି ସବୁକୁ ସାମୋସରେ ଷ୍ଟଫ୍ କରିପାରିବେ ଏବଂ ସେଗୁଡ଼ିକ ମଧ୍ୟ ସ୍ୱାଦିଷ୍ଟ ହୋଇଯାଏ । ସାମୋସା ଭିତରେ ବିରିୟାନି ଭର୍ତ୍ତି କରିବା କଳ୍ପନା ଅସାଧାରଣ ଲାଗୁଛି । ଯଦି ଅପଣଙ୍କ ବିରିୟାନୀ ବଳି ଯାଉଛି, ତେବେ ତାହାକୁ ନ ଫିଙ୍ଗି ସମୋସା ବନେଇ ପାରିବେ ।
https://twitter.com/khansaamaa/status/1639997525359988736?s=20
ବର୍ତ୍ତମାନ ଏହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଟୁଇଟରରେ ଅ ଖାନସାମା ନାମକ ଏକ ଆକାଉଣ୍ଟରେ ଦୁଇଟି ଫଟୋ ସେୟାର କରାଯାଇଛି, ଯେଉଁଥିରେ ସାମୋସା ପ୍ରସ୍ତୁତ କରିବା ପାଇଁ କେହି ଜଣେ ବିରିୟାନି ଷ୍ଟଫିଂରେ ଷ୍ଟଫ୍ କରିଥିବାର ଦେଖାଯାଏ ଏବଂ ବର୍ତ୍ତମାନ ଏହି ଫଟୋ ବହୁତ ଭାଇରାଲ ହେବାରେ ଲାଗିଛି ।
କେତେକ ଟ୍ୱୁଟର ୟୁଜର୍ସ ଏହାକୁ ପସନ୍ଦ କରିଥିବା ବେଳେ କେହି କେହି ଏହାକୁ ଗ୍ରହଣ କରି ନାହାନ୍ତି । ଜଣେ ୟୁଜର୍ସ ମନ୍ତବ୍ୟ ଦେଇଛନ୍ତି, “ଏହା ଦେଖିବାକୁ ବାକି ରହିଲା … RIP ସାମୋସା ଏବଂ ବିରିୟାନି। ” ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି, ” ନଷ୍ଟ କରିଦେଲା। ଉଭୟ ବିରିୟାନି ଏବଂ ସାମୋସା।” ଜଣେ ତୃତୀୟ ଲେଖିଛନ୍ତି, କଳି ଯୁଗ ଶେଷ ହେବାକୁ ଯାଉଛି।