fbpx

ମଙ୍କିପକ୍ସ ପରୀକ୍ଷା ପାଇଁ ଭାରତରେ ଲଞ୍ଚ ହେଲା ନୂଆ RT-PCR କିଟ୍, ଘରେ ବସି କରିପାରିବେ ଟେଷ୍ଟ୍

ନୂଆଦିଲ୍ଲୀ: ଦୁନିଆରେ ମଙ୍କିପକ୍ସ ଭାଇରସ୍ ଦ୍ରୁତ ଗତିରେ ବଢ଼ିଚାଲିଛି, ଯାହାକୁ ନେଇ ସାଧାରଣ ଲୋକ ଓ ସରକାରଙ୍କ ଚିନ୍ତା ବଢ଼ିଛି । ଅବଶ୍ୟ ଭାରତରେ ଏହି ଭାଇରସର କୌଣସି ମାମଲା ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇନି । କିନ୍ତୁ ସରକାର ଏହାର ମୁକାବିଲା ପାଇଁ ପ୍ରସ୍ତୁତ ରହିଛନ୍ତି । ଏହାରି ମଧ୍ୟରେ ଏକ ଅଗ୍ରଣୀ ଭାରତୀୟ କମ୍ପାନୀ ଏହି ରୋଗର ଯାଞ୍ଚ ପାଇଁ ନୂଆ ଆରଟି-ପିସିଆର କିଟ୍ ଲଞ୍ଚ କରିଛି ।

ମେଡିସିନ୍ ଉପକରଣ ତିଆରା କରୁଥିବା କମ୍ପାନୀ ଶୁକ୍ରବାର ଦିନ ଘୋଷଣା କରିଛି ଯେ, କମ୍ପାନୀ ଆରଟି-ପିସିଆର କିଟ୍ ବିକଶିତ କରିଛି ଯାହା ମଙ୍କିପକ୍ସର ରିଅଲ୍ ଟାଇମ୍ ରିପୋର୍ଟ ଦେବ । ରୋଗୀଙ୍କଠାରେ ମଙ୍କିପକ୍ସ ଲକ୍ଷଣ ଅଛି କି ନାହିଁ, ତାହା ଏହି କିଟ୍ ବ୍ୟବହାର କରିବା ଦ୍ୱାରା ଜଣାପଡିବ ।

ରିପୋର୍ଟ ଅନୁସାରେ, ଟ୍ରାଇଭାଇଟ୍ରନ୍ ହେଲଥ କେୟାରର ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଟିମ୍ ଏହି ଆରଟି-ପିସିଆର କିଟ୍ ପ୍ରସ୍ତୁତ କରିଛି । ଏହି କିଟ୍ ୪ଟି ରଙ୍ଗରେ ପ୍ରସ୍ତୁତ ହୋଇଛି ଓ ପ୍ରତ୍ୟେକ ରଙ୍ଗରେ ଏକ ଖାସ୍ ଫ୍ଲେବର ବ୍ୟବହାର ହୋଇଛି । କମ୍ପାନୀ ଅନୁସାରେ, ସିଙ୍ଗଲ ଟ୍ୟୁବରେ ସ୍କ୍ୱାବ୍ ଟେଷ୍ଟ ମାଧ୍ୟମରେ ଏହି ଟେଷ୍ଟ ହେବ । ଏଥିରେ ସ୍ମଲପକ୍ସ ଓ ମଙ୍କିପକ୍ସ ବିଷୟରେ ଅତି ସହଜରେ ଜଣାପଡିବ । ଏହାର ସମ୍ପୂର୍ଣ୍ଣ ପ୍ରକ୍ରିୟା ପାଇଁ ମାତ୍ର ୧ ଘଣ୍ଟା ସମୟ ଲାଗିବ ।

Get real time updates directly on you device, subscribe now.