fbpx

Jio, Airtel ଓ Vodafone-Idea ଗ୍ରାହକଙ୍କ ପାଇଁ ବଡ଼ ଖବର: ଦୂରସଞ୍ଚାର ବିଭାଗ ଜାରିକଲା ନୂଆ SMS ନିୟମ

ନୂଆଦିଲ୍ଲୀ: ଟେଲିକମ କମ୍ପାନୀଙ୍କ ପାଇଁ ଏକ ବଡ଼ ଖବର । କେନ୍ଦ୍ର ଦୂରସଞ୍ଚାର ବିଭାଗ ପକ୍ଷରୁ ନୂଆ ଏସଏମଏସ ନିୟମ ଲାଗୁ କରାଯାଇଛି । ତେବେ ଏହି ନିୟମ ଦ୍ୱାରା ରିଲାଏନ୍ସ ଜିଓ, ଏୟାରଟେଲ ଓ ଭୋଡ଼ାଫୋନ-ଆଇଡିଆ କମ୍ପାନୀର ଗ୍ରାହକମାନେ ପ୍ରଭାବିତ ହୋଇପାରନ୍ତି । ଏହି ନିୟମକୁ ପାଳନ କରିବାକୁ ଉପରୋକ୍ତ କମ୍ପାନୀଙ୍କୁ କୁହାଯାଇଛି ।

ସୂଚନା ମୁତାବକ, କୌଣସି ୟୁଜର୍ସ ନୂଆ ସିମ୍ କିଣିବା ପରେ ତାହା ଆକ୍ଟିଭେଟ ହେବାର ପାଖାପାଖି ୨୪ ଘଣ୍ଟା ପରେ ସେଥିରେ ଏସଏମଏସର ଇନକମିଂ ଓ ଆଉଟଗୋଇଂ ସର୍ଭିସକୁ ବନ୍ଦ ରଖାଯିବ । ସିମ୍ ସ୍ୱାପ ପରି ଫ୍ରଡରୁ ରକ୍ଷା ପାଇବା ପାଇଁ ଦୂରସଞ୍ଚାର ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ବତ୍ତର୍ମାନ ସମୟରେ ଏହି ଠକାମି ବହୁଳ ଭାବେ ବୃଦ୍ଧି ପାଉଥିବା ବେଳେ କିଛି ହ୍ୟାକର୍ସ ଅନ୍ୟ ଲୋକର ଡୁପ୍ଲିକେଟ ସିମ ନେଇ ଓଟିପି ଆକ୍ସେସ କରିନେଇଥାନ୍ତି ।

ଯେଉଁ ସିମକୁ ୟୁଜର୍ସ ପୂର୍ବରୁ ବ୍ୟବହାର କରୁଥିବେ, ତାହାକୁ ଫ୍ରଡ କରୁଥିବା ଲୋକମାନେ ଟେଲିକମ କମ୍ପାନୀଠାରୁ କିଣି ନେଇଥାନ୍ତି । ଏହା ଏକପ୍ରକାରର ନୂଆ ସିମ୍ କିଣିବା ଭଳି ପ୍ରୋସେସ ହୋଇଥାଏ । ନୂଆ ସିମ୍ ଜାରି କରିବା ପାଇଁ ଗତ ୨୦୧୬ରୁ ୨୦୧୮ରେ ଏକ ପ୍ରୋସେସକୁ ଫଲୋ କରିବାକୁ ବିଭାଗ ପକ୍ଷରୁ କୁହାଯାଇଥିଲା । ଏହା ପରେ ପୁରୁଣା ନମ୍ବରରେ ନୂଆ ସିମ୍ ନେବା ଓ ଆକ୍ଟିଭେଟ କରିବା ପାଇଁ ନୂଆ ପ୍ରୋସେସକୁ ସାମିଲ କରାଯାଇଥିଲା ।

Get real time updates directly on you device, subscribe now.