ବିଦେଶ ଫେରନ୍ତା ପାଇଁ ନୂଆ ଏସଓପି, ଜାଣନ୍ତୁ କ’ଣ

ଭୁବନେଶ୍ୱର,୨୩ ।୧୨(ଓଡିଶା ଭାସ୍କର): ବିଦେଶ ଫେରନ୍ତାଙ୍କ ପାଇଁ ଭୁବନେଶ୍ୱର ବିମାନବନ୍ଦରରେ ନୂଆ ଏସଓପି ଜାରି ହୋଇଛି । ଲକ୍ଷଣ ଥିବା ୫୫ବର୍ଷରୁ ଉଦ୍ଧ୍ୱର୍ ସବୁ ଯାତ୍ରୀଙ୍କ ଆଣ୍ଟିଜେନ ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ଯାତ୍ରୀଙ୍କ ସମ୍ପର୍କରେ ସୂଚନା ଦେବେ ବିମାନ ସେବା ପ୍ରଦାନକାରୀ ସଂସ୍ଥା । ଏନେଇ ବିମାନ ସେବା ପ୍ରଦାନକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି ବିମାନ ବନ୍ଦର ନିର୍ଦ୍ଦେଶକ ।

ତେବେ ବିମାନ ବନ୍ଦର ଟର୍ମିନାଲ ପରିସରରେ ବିଏମସି ପକ୍ଷରୁ ଯାତ୍ରୀଙ୍କ ଯାଞ୍ଚ ହେବ । ସ୍ୱତନ୍ତ୍ର କିଓସ୍କରେ ଯାତ୍ରୀଙ୍କ ଯାଞ୍ଚ ହେବ ବୋଲି ଜଣାପଡିଛି । ବର୍ତ୍ତମାନ ଭୁବନେଶ୍ୱରକୁ ଅର୍ନ୍ତଜାତୀୟ ବିମାନ ସେବା ବନ୍ଦ ଅଛି । ପ୍ରତ୍ୟେକ ଦିନ ୨୭ଟି ବିମାନ ଆସୁଛି ଓ ୨୭ଟି ବିମାନ ଭୁବନେଶ୍ୱରରୁ ଯାଉଛି । ଏନେଇ ଭୁବନେଶ୍ୱର ବିମାନ ବନ୍ଦର କାର୍ଯ୍ୟକାରୀ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।