fbpx

(Video) ଛାତ୍ରୀ ନିଖୋଜ ଘଟଣାରେ ନୂଆ ଟ୍ୱିଷ୍ଟ୍: ମୁହଁ ଖୋଲିଲେ ସୁଭାଷିନୀ, କହିଲେ – ‘ମୋତେ ଖୋଜନି ବାପା, ମୁଁ ପ୍ରେମିକ ସହ ପଳେଇ ଆସିଛି’

ଭୁବନେଶ୍ୱର: ସଙ୍ଗୀତ ମହାବିଦ୍ୟାଳୟ ଛାତ୍ରୀ ସୁଭାଷିନୀ ମଲ୍ଲିକ ହଷ୍ଟେଲ୍ରୁ ନିଖୋଜ ହେବା ଘଟଣାରେ ଆସିଛି ନୂଆ ଟ୍ୱିଷ୍ଟ୍ । ଘର ଲୋକ ଓ ପୋଲିସ ସୁଭାଷିନୀଙ୍କୁ ଖୋଜିବାରେ ଲାଗିପଡ଼ିଥିବା ବେଳେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ନିଖୋଜ ହେବାର କାରଣ କହିଛନ୍ତି । ସେ ନିଜର ଠିକଣା କହିନଥିବା ବେଳେ ଏବେ ନିଜ ପ୍ରେମିକ ସହ ବହୁତ ଖୁସିରେ ଥିବା କହିଛନ୍ତି ।

ସୁଭାଷିନୀ ସେହି ଭିଡିଓରେ କଲେଜ ଅଧ୍ୟକ୍ଷ, ଛାତ୍ରୀନିବାସ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଏଥିପାଇଁ କ୍ଷମା ମାଗିଛନ୍ତି । ସେ କହିଛନ୍ତି ଯେ, ସେ ଜଣେ ଯୁବକଙ୍କୁ ଭଲ ପାଉଥିଲେ । ସେମାନଙ୍କ ପ୍ରେମ କଥା ମଧ୍ୟ ଦୁଇ ପରିବାରକୁ ଜଣାଥିଲା । ମାତ୍ର ଏଥିରେ ତାଙ୍କ ପରିବାର ରାଜି ହୋଇନଥିଲେ । ଏହା ଭିତରେ ତାଙ୍କ ପ୍ରେମିକଙ୍କ ବାହାଘର ସ୍ଥିର ହୋଇଥିଲା । ଚଳିତ ମାସ ୭ ତାରିଖରେ ତାଙ୍କର ବିବାହ ହୋଇଥାଆନ୍ତା । ଏହା ଜାଣିବା ପରେ ସୁଭାଷିନୀ ତାଙ୍କୁ ଫୋନ୍ କରି ମନ କଥା କହିଥିଲେ ଓ ତାଙ୍କୁ ନେଇଯିବାକୁ ବାଧ୍ୟ କରିଥିଲେ । ଯୋଜନା ଅନୁସାରେ, ସେମାନେ ୨ ତାରିଖ ଦିନ ହଷ୍ଟେଲ ଛାଡ଼ିଥିଲେ ।

ପରିସ୍ଥିତିରେ ପଡ଼ି ସେ ଏଭଳି ପଦକ୍ଷେପ ନେଲେ ଓ ଅଯଥାରେ ତାଙ୍କ ଦୋଷ ପାଇଁ କଲେଜ କର୍ତ୍ତୃପକ୍ଷ ନିନ୍ଦିତ ହୋଇଥିବାରୁ ସେ କ୍ଷମା ମାଗୁଛନ୍ତି ବୋଲି ଭିଡିଓ ବାର୍ତ୍ତାରେ କହିଛନ୍ତି । ସେହିଭଳି ଏସବୁ ଜାଣିବା ପରେ ଆଗକୁ ଆଉ କିଛି ପଦକ୍ଷେପ ନ ନେବାକୁ ସେ ତାଙ୍କ ବାପାଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି ।

Get real time updates directly on you device, subscribe now.