fbpx
BSKY SKY
BSKY SKY

ମୁମ୍ବାଇରୁ ମିଳିଲା UKର ନୂଆ ଭୟଙ୍କର ଭାରିଆଣ୍ଟ: ସଂକ୍ରମଣକୁ ନେଇ କ’ଣ କହୁଛନ୍ତି ଡାକ୍ତର

BSKY

ନୂଆଦିଲ୍ଲୀ: କିଛି ମାସ ପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ କରୋନାକୁ ବିଶ୍ୱ ମହାମାରୀ ତାଲିକାରୁ ହଟାଇ ଦିଆଯାଇଥିଲା । ମାତ୍ର ଏବେ ପୁଣି ଥରେ ସ୍ଥିତି ବଦଳିବାକୁ ଯାଉଛନ୍ତି । ଆମେରିକା ଓ ବ୍ରିଟେନରେ କୋଭିଡ୍ ମାମଲା ଦ୍ରୁତ ଭାବେ ବଢ଼ିବାରେ ଲାଗିଛି । ଗତ ୩ ସପ୍ତାହ ମଧ୍ୟରେ ବ୍ରିଟେନରେ କରୋନା ଭାଇରସର ମାମଲା କିଛି ଗୁଣ ବୃଦ୍ଧି ପରିଲକ୍ଷିତ ହୋଇଛି । ନୂଆ ଭାରିଆଣ୍ଟ ଏରିସ କାରଣରୁ ଭାଇରସର ମାମଲା ବଢ଼ିବାରେ ଲାଗିଛି ।

ତେବେ ଏଭଳି ସ୍ଥିତିରେ ଆଗାମୀ ଦିନରେ ଅନ୍ୟ ଦେଶରେ ମଧ୍ୟ ଏରିସ ଭାରିଆଣ୍ଟର ମାମଲା ବଢ଼ିବାର ଆଶଙ୍କା ସୃଷ୍ଟି ହୋଇଛି । ତେଣୁ ପୁଣି ଥରେ କୋଭିଡ୍ ଲହର ଆସିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଦିଲ୍ଲୀର ରାଜୀବ ଗାନ୍ଧି ସୁପରସ୍ପେଶିଆଲିଟି ହସ୍ପିଟାଲର ଜଣେ ଡାକ୍ତର କହିଛନ୍ତି, କୋଭିଡ୍ ଭାଇରସ କ୍ରମାଗତ ଭାବେ ମ୍ୟୁଟେସନ କରୁଛି । ଫଳରେ ନୂଆ ନୂଆ ସବ ଭାରିଆଣ୍ଟ ଆସୁଛି ଓ ଏରିସ ଭାରିଆଣ୍ଟ ଓମିକ୍ରନର ଏକ ସବଭାରିଆଣ୍ଟ ଅଟେ । ଏହାର ପ୍ରଥମ ମାମଲା ମହାରାଷ୍ଟରେ ଗତ ମେ ମାସରେ ଦେଖାଦେଇଥିଲା । ମାତ୍ର ଏହା ପରେ କୋଭିଡ୍ ମାମଲାରେ ବୃଦ୍ଧି ଘଟିନଥିଲା ।

ଭାରତରେ ବର୍ତ୍ତମାନ ଏକ୍ସବିବି.୧.୧୬ ଓ ଏକ୍ସବିବି.୨.୩ ସବଭାରିଆଣ୍ଟ ଦେଖାଯାଉଛି । କୌଣସି ଭାରିଆଣ୍ଟ କାରଣରୁ ନୂଆ ମାମଲା ବୃଦ୍ଧି ହେଉନାହିଁ କି ହସ୍ପିଟାଲରେ ରୋଗୀ ସଂଖ୍ୟା ବଢ଼ୁନାହିଁ । ପୂର୍ବରୁ ଓମିକ୍ରନର ସବ ଭାରିଆଣ୍ଟକୁ ନେଇ କୌଣସି ଆଶଙ୍କା ସୃଷ୍ଟି ହୋଇନାହିଁ । ତେଣୁ ଏଭଳି ସ୍ଥିତିରେ ଭୟଭୀତ ହେବାର କୌଣସି କାରଣ ନାହିଁ । ଏରିସ ଷ୍ଟ୍ରେନ କାରଣରୁ କୋଭିଡ୍ ମାମଲା ବଢ଼ୁଛି । ପ୍ରତି ୫ ଜଣ ରୋଗୀଙ୍କ ମଧ୍ୟରୁ ଜଣଙ୍କ ଠାରେ ଏରିସ ଭାରିଆଣ୍ଟ ଦେଖାଦେଉଛି । ତେଣୁ ଏଭଳି ସ୍ଥିତିରେ ଭାରତରେ ମଧ୍ୟ ଜିନୋମ ସର୍ବିଲାନ୍ସ ବଢ଼ାଇବାକୁ ପଡ଼ିବ । ଏହାଫଳରେ କେଉଁ ଅଞ୍ଚଳରେ କେତେ ନୂଆ ଭାରିଆଣ୍ଟ ରହିଛନ୍ତି ତାହା ସ୍ପଷ୍ଟ ହୋଇଯିବ ।

Get real time updates directly on you device, subscribe now.