fbpx

ନୂଆ ସଂସଦ ଭବନ ପାଇଁ ନୂଆ ୟୁନିଫର୍ମ: ଗଣେଶ ପୂଜାରେ ଆୟୋଜନ ହେବ ସ୍ୱତନ୍ତ୍ର ଅଧିବେଶନ

ନୂଆଦିଲ୍ଲୀ: ଆସନ୍ତା ଗଣେଶ ପୂଜା ଅବସରରେ ନୂଆ ସଂସଦ ଭବନର ଶୁଭାରମ୍ଭ କରାଯିବ । ତେଣୁ ଏହାପୂର୍ବରୁ ସମସ୍ତ ପ୍ରକାରର ପ୍ରସ୍ତୁତି ଶେଷ ହେଉଛି । ତେବେ ଏହଭଳି ଏକ ଐତିହାସିକ ମୁହୂର୍ତ୍ତରେ ସମସ୍ତଙ୍କୁ ୟୁନିଫର୍ମ ପିନ୍ଧିବା ପାଇଁ କୁହାଯାଇଛି । ନୂଆ ସଂସଦ ଭବନ ପାଇିଁ ହେବ ନୂଆ ୟୁନିଫର୍ମ । ଆସନ୍ତା ଗଣେଶ ପୂଜାରେ ବିଧିବଦ୍ଧ ଭାବେ ନୂଆ ସଂସଦ ଭବନର ଶୁଭାରମ୍ଭ ହେବ । ତା’ପୂର୍ବରୁ ଗଣେଶ ପୂଜାରେ ସ୍ୱତନ୍ତ୍ର ଅଧିବେଶନ କରାଯିବ । ତେଣୁ ସଂସଦ ଭବନର କର୍ମଚାରୀଙ୍କ ପୋଷାକରେ ପରିବର୍ତ୍ତନ ହେବା ସହ ସେମାନେ ନୂଆ ପୋଷାକରେ ପରିଧାନ କରିିବେ । ଭବନର ମାର୍ଶଲ ଏବେ ସଫାରୀ ବଦଳରେ କ୍ରିମ କଲର କୁର୍ତ୍ତା ପାଇଜାମା ପିନ୍ଧିବେ । ଉଭୟ ଲୋକସଭା ଓ ରାଜ୍ୟସଭାର କର୍ମଚାରୀଙ୍କ ପାଇଁ ନୂଆ ଡ୍ରେସ୍ କୋଡ୍ ହୋଇଛି ।

ଏହା ଛଡା ପିଡିଜିଙ୍କ ଡ୍ରେସ ମଧ୍ୟ ପରିବର୍ତ୍ତନ କରାଯିିବ । ସମସ୍ତ ମହିଳା କର୍ମଚାରୀଙ୍କୁ ନୂଆ ଡିଜାଇନର ଶାଢୀ ପିନ୍ଧିବାକୁ ପଡିବ । କର୍ମଚାରୀଙ୍କ ପାଇଁ ସାର୍ଟ ଏବଂ ଖାକି କଲର ପ୍ୟାଣ୍ଟ ମଧ୍ୟ ଅଛି । ସେମାନଙ୍କୁ ମଣିପୁର ଟୋପି ବି ପିନ୍ଧିବାକୁ ପଡିପାରେ ଏହା ଛଡା ସାର୍ଟ ଉପରେ ସ୍ଲି ଲେସ ଜ୍ୟାକେଟ ମଧ୍ୟ ପିନ୍ଧିବାକୁ ପଡିପାରେ । ଏହି ପୋଷାକ ଗୁଡିକୁ ନିଫ୍ଟ ଡିଜାଇନ କରିଛି ।ଆସନ୍ତା ୧୮-୨୨ ରେ ହେବାକୁ ଥିବା ସଂସଦର ଦୟସ୍ୱତନ୍ତ୍ର ଅଧିବେଶନ ନୂଆ ସଂସଦ ଭବନରେ ଅନୁଷ୍ଠିତ ହେବ । ୧୮ରେ ପୁରୁଣା ସଂସଦ ଭବନରେ ସ୍ୱତନ୍ତ୍ର ଅଧିବେଶନ ହେବ ଏବଂ ୧୯ ତାରିଖ ଗଣେଷ ପୂଜାରେ ନୂଆ ସଂସଦ ଭବନରେ ସ୍ୱତନ୍ତ୍ର ଅଧିବେଶନ ହେବ । ସ୍ୱତନ୍ତ୍ର ଅଧିବେଶନ ୫ ଦିନ ଚାଲିବ ।

Get real time updates directly on you device, subscribe now.