fbpx
BSKY SKY
BSKY SKY

କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହେଲା ସୂଚନା: ସୁବ୍ରତ ରାୟଙ୍କ ମୃତ୍ୟୁର ମାସକ ପରେ ସାହାରା ନିବେଶକଙ୍କ ପାଇଁ ଆସିଲା ବଡ଼ ଅପଡେଟ୍

BSKY

ନୂଆଦିଲ୍ଲୀ: ସାହାରା ଗ୍ରୁପରେ ଦେଶର ଲକ୍ଷାଧିକ ନିବେଶକଙ୍କର କୋଟି କୋଟି ଜମା ଅର୍ଥ ପଡ଼ି ରହିଛି । କିଛିମାସ ତଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ପୋର୍ଟାଲ ମାଧ୍ୟମରେ ପ୍ରଥମ ପର୍ଯ୍ୟାୟରେ କିଛି ନିବେଶକଙ୍କୁ ଜମା ଅର୍ଥ ଫେରସ୍ତ କରାଯାଇଥିଲା । ତେବେ ଗତ ମାସ ୧୪ ତାରିଖରେ ସାହାରା ଗ୍ରୁପର ପ୍ରତିଷ୍ଠାତା ସୁବ୍ରତ ରାୟଙ୍କ ବିୟୋଗ ପରେ ଜମାକାରୀଙ୍କୁ ଲାଗିଥିଲା ଏକ ବଡ଼ ଝଟକା । ନିଜ ନିଜର ଜମା ଅର୍ଥ ଫେରି ପାଇବା ନେଇ ଆଶଙ୍କା ପ୍ରକାଶ କରିଥିଲେ ଲକ୍ଷ ଲକ୍ଷ ନିବେଶକ ।

ତେବେ ଏହା ମଧ୍ୟରେ ନିବେଶଙ୍କ ପାଇଁ ଆସିଛି ଏକ ବଡ଼ ଅପଡେଟ୍ । କେନ୍ଦ୍ର କର୍ପୋରେଟ କାର୍ଯ୍ୟ ରାଷ୍ଟ୍ର ମନ୍ତ୍ରୀ ଇନ୍ଦ୍ରଜିତ ସିଂହ ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇଛନ୍ତି । ସାହାରା ମୁଖ୍ୟ ସୁବ୍ରତଙ୍କ ପରଲୋକ ପରେ ଯାଞ୍ଚ ଓ କାର୍ଯ୍ୟାନୁଷ୍ଠାନ ଅଟକିବ ନାହିଁ । ୨୦୧୮ରେ ସାହାରା ଗ୍ରୁପର ୩ଟି କମ୍ପାନୀର ଯାଞ୍ଚ ଦାୟିତ୍ୱ ଗମ୍ଭୀର ଜାଲିଆତି ଯାଞ୍ଚ କାର୍ଯ୍ୟାଳୟ (ଏସଏଫଆଇଓ)କୁ ଦିଆଯାଇଥିଲା । କମ୍ପାନୀ ଆଇନ ଅନୁଯାୟୀ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ପରେଯାଞ୍ଚ କାର୍ଯ୍ୟ ବାଧାପ୍ରାପ୍ତ ହେବ ନାହିଁ ।

ଗତ ୨୦୨୦ ମସିହା ଅକ୍ଟୋବର ମାସ ୨୭ ତାରିଖରେ ଅନ୍ୟ ୬ଟି କମ୍ପାନୀ ବିରୋଧରେ ଯାଞ୍ଚ ଆଦେଶ ଦିଆଯାଇଥିଲା । ସେହି କମ୍ପାନୀଗୁଡ଼ିକ ହେଉଛି ଏମ୍ବି ଭ୍ୟାଲି ଲେଫ୍ଟନାଣ୍ଟ, କ୍ୱିଙ୍ଗ ଏମ୍ବି ସିଟି ଡେଭଲପର୍ସ କର୍ପୋରେସନ ଲିମିଟେଡ, ସାହାରା ଇଣ୍ଡିଆ କମର୍ସିଆଲ କର୍ପୋରେସନ ଲିମିଟେଡ, ସାହାରା ପ୍ରାଇମ ସିଟି ଲିମିଟେଡ, ସାହାରା ଇଣ୍ଡିଆ ଫାଇନାନ୍ସିଆଲ କର୍ପୋରେସନ ଲିମିଟେଡ ଓ ସାହାରା ଇଣ୍ଡିଆ ରିଅଲ ଇଷ୍ଟେଟ କର୍ପୋରେସନ ଲିମିଟେଡ । ସାହାରା ମୁଖ୍ୟଙ୍କ ମୃତ୍ୟୁ ପରେ ଯାଞ୍ଚ ସମ୍ବନ୍ଧରେ ନିକଟରେ ଶ୍ରୀ ସିଂହ ଏହି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.