fbpx

EPFO ଗ୍ରାହକଙ୍କ ବଢ଼ିବ ପେନସନ! କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସିଲା ବଡ଼ ଅପଡେଟ୍

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ) ପକ୍ଷରୁ ତା’ର ଗ୍ରାହକଙ୍କ ପାଇଁ ଜରୁରୀ ଖବର ଆସିଛି । ଗ୍ରାହକଙ୍କ ମାସିକ ପେନସନ ରାଶି ୧୦୦୦ ଟଙ୍କା ବୃଦ୍ଧି ନେଇ ପୂର୍ବରୁ ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା । ତେବେ ଏହି ପ୍ରସ୍ତାବକୁ ବର୍ତ୍ତମାନ ନାମଞ୍ଜୁର କରାଯାଇଛି । ଏହି ପ୍ରସ୍ତାବକୁ ଅନୁମୋଦନ ମିଳି ନଥିବାରୁ ସଂସଦୀୟ କମିଟି ଏନେଇ ଅର୍ଥ ମନ୍ତ୍ରଣାଳୟଠାରୁ ସ୍ପଷ୍ଟୀକରଣ ମାଗିବ ବୋଲି କୁହାଯାଉଛି ।

ଶ୍ରମ ମନ୍ତ୍ରଣାଳୟ ଓ ଇପିଏଫଓର ଶୀର୍ଷ ଅଧିକାରୀମାନେ ସାଂସଦ ଭର୍ତ୍ତୃହରି ମହତାବଙ୍କ ଅଧ୍ୟକ୍ଷତାରେ ଗଠିତ ଶ୍ରମ ସମ୍ବନ୍ଧୀୟ ସଂସଦୀୟ ସ୍ଥାୟୀ କମିଟି ସହ ସାକ୍ଷାତ କରିଥିଲେ । ଏହି ଅବସରରେ ଅଧିକାରୀମାନେ ଇପିଏଫ ପେନସନ ଯୋଜନାର କାର୍ଯ୍ୟ ଓ ଫଣ୍ଡ ପରିଚାଳନା ସମ୍ବନ୍ଧରେ ସୂଚନା ଦେଇଥିଲେ । ଶ୍ରମ ମନ୍ତ୍ରଣାଳୟର ପେନସନ ରାଶି ବୃଦ୍ଧି ପ୍ରସ୍ତାବ ଉପରେ ଅର୍ଥ ମନ୍ତ୍ରଣାଳୟ ସହମତି ପ୍ରକାଶ କରିନଥିବା କୁହାଯାଇଥିଲା ।

ତେବେ ବର୍ତ୍ତମାନ ସ୍ଥାୟୀ ସଂସଦୀୟ କମିଟି ଏହି ପ୍ରସଙ୍ଗରେ ଅର୍ଥ ମନ୍ତ୍ରଣାଳୟକୁ ସ୍ପଷ୍ଟୀକରଣ ମାଗିବାକୁ ନିଷ୍ପତ୍ତି ନେଇଛି । ପେନସନଭୋଗୀଙ୍କ ମାସିକ ସର୍ବନିମ୍ନ ପେନସନ ରାଶିକୁ ଅତିକମରେ ୨୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ନେଇ କମିଟି ପକ୍ଷରୁ ସୁପାରିଶ କରାଯାଇଥିଲା । ବର୍ଦ୍ଧିତ ମହଙ୍ଗା ମାଡ଼କୁ ଧ୍ୟାନରେ ରଖି ଏହି ପ୍ରସ୍ତାବ ଦିଆଯାଇଥିଲା ।

Get real time updates directly on you device, subscribe now.