ଆମେରିକାରେ ଏଭିୟାନ ଭାଇରସ ଭୟ: ଦୁଇଟି କୁକୁଡା ଫାର୍ମରୁ ଚିହ୍ନଟ ହେଲେ ସଂକ୍ରମିତ ପକ୍ଷୀ

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକାରେ ନୂଆ ଭାଇରସ୍ ଏଭିୟାନଙ୍କୁ ନେଇ ସମସ୍ତଙ୍କ ମନରେ ଭୟ ସୃଷ୍ଟି ହୋଇଛି । ତେବେ ଏହି ଭାଇରସ ଆମେରିକାରେ ଦ୍ରୁତ ଗତିରେ ବୃଦ୍ଧି ପାଇବାର ଲାଗିଛି । ଏହି ଏଭିୟାନ ଫ୍ଲୁ ପଶୁ ପକ୍ଷୀ ମାନଙ୍କ ଦେହରେ ଦେଖା ଦେଇଥିବା ବେଳେ ଏହି ଫ୍ଲୁ ରେ ଅଧିକ ମାତ୍ରାରେ କକୁଡା ବତକ ଏବଂ କଇଁଛ ଆଦି ସଂକ୍ରମିତ ହେଉଛନ୍ତି । ତେବେ ଏହି ଫ୍ଲୁ ବର୍ତ୍ତମାନ ଆମେରିକାରର ଓରେଗନ୍ ଏବଂ ୱାଶିଂଟନ୍ ଗ୍ରାମାଞ୍ଚଳର ଦୁଇଟି କୁକୁଡ଼ା ଫାର୍ମରେ ଚିହ୍ନଟ ହୋଇଛି। ଓରେଗନ୍‌ର ଲିନ୍‌ କାଉଣ୍ଟିରେ ଥିବା ଏକ ଅଣ-ବ୍ୟବସାୟିକ ଫାର୍ମରେ ପ୍ରାୟ ୧୦୦ କୁକୁଡାଙ୍କ ମୃତଦେହ ମିଳିଥିଲା । ଯେଉଁଥିରୁ ଫେଡେରାଲ୍ ଅଧିକାରୀମାନେ ଏହି କୁକୁଡା ଏଭିଆନ୍ ଫ୍ଲୁରେ ମୃତ୍ୟୁବରଣ କରିଥିବା ନିଶ୍ଚିତ କରିଛନ୍ତି ।

୨୦୧୫ ପରଠାରୁ ରାଜ୍ୟରେ ଏହା ହେଉଛି ପ୍ରଥମ ଘଟଣା । ତେବେ ୱାଶିଂଟନ୍ ରାଜ୍ୟ ଅଧିକାରୀମାନେ ୱାଶିଂଟନ୍ ପ୍ରଶାନ୍ତ ଜିଲ୍ଲାର ଏକ ଅଣ ବ୍ୟବସାୟିକ ଫାର୍ମରେ ପ୍ରାୟ ୫୦ ଟି ପକ୍ଷୀ ପଲରେ କୁକୁଡ଼ା ଏବଂ କଇଁଛ ଅସୁସ୍ଥ ଥିବା ଜାଣିବାକୁ ପାଇଥିଲେ । ଯାହାଫଳରେ ଉଭୟ ରାଜ୍ୟର ସମସ୍ତ ପକ୍ଷୀଙ୍କୁ ହତ୍ୟା କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଆମେରିକାର କୃଷି ବିଭାଗ ବନ୍ୟ ପକ୍ଷୀମାନଙ୍କ ମଧ୍ୟରୁ ପ୍ରାୟ ୯୫୬ ପକ୍ଷୀଙ୍କ ଶରୀରରେ ଏହି ଫ୍ଲୁ କୁ ଚିହ୍ନଟ କରିଛି । କିନ୍ତୁ ଏହାର ସଂଖ୍ୟା ଅଧିକ ହୋଇପାରେ ବୋଲି ଆଶା କରାଯାଉଛି । ତେବେ ପ୍ରଶାନ୍ତ ଉତ୍ତର-ପଶ୍ଚିମର ବନ୍ୟପ୍ରାଣୀ ଅଧିକାରୀ କହିଛନ୍ତି ଯେ ଏହି ଜୀବାଣୁ ମୁଖ୍ୟତଃ କୁକୁଡାମାନଙ୍କୁ ପ୍ରଭାବିତ କରିଥାଏ । କିନ୍ତୁ ଯେଉଁମାନେ ସଙ୍ଗ ବାର୍ଡ ଅର୍ଥାତ୍ ଗୀତ ଗାଉଥିବା ପକ୍ଷୀ ରଖିଛନ୍ତି ସେମାନେ ବାରମ୍ବାର ଏହି ପକ୍ଷୀମାନଙ୍କ ଫାର୍ମକୁ ସଫା ରଖିବା ସହିତ ତାଙ୍କ ଫିଡରକୁ ବାରମ୍ବାର ସଫା କରିବା ପାଇଁ ଅତିରିକ୍ତ ପଦକ୍ଷେପ ନେବା ଆବଶ୍ୟକ ।

ଅନ୍ୟପକ୍ଷେ ରାଜ୍ୟ କୃଷି ଅଧିକାରୀ କହିଛନ୍ତି ଯେ କୌଣସି ରାଜ୍ୟରେ ବ୍ୟବସାୟିକ କୁକୁଡ଼ାମାନଙ୍କ ଶରୀରରେ ଏହି ଏଭିୟାନ ଫ୍ଲୁ ଚିହ୍ନଟ ହୋଇନାହିଁ ।