fbpx

ଚୀନରେ ଏବେ ଏକ ନୂଆ ଭାଇରସର ପ୍ରକୋପ! ୯୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏହି ସହରରେ ଲାଗିଲା ଲକଡାଉନ୍

ବେଜିଂ: କରୋନା ଭାଇରସ୍ ପରେ ଚୀନରେ ଏବେ ଏକ ନୂଆ ଭାଇରସ୍ ଆତଙ୍କ ଖେଳାଇବାରେ ଲାଗିଛି । ଏହି ଆଶଙ୍କା ମଧ୍ୟରେ ଚୀନର ୯୦ ଲକ୍ଷ ବିଶିଷ୍ଟ୍ ଏକ ସହରରେ ଲକଡାଉନ୍ ଲାଗୁ କରାଯାଇଛି । ଯେଉଁଭଳି ଭାବରେ କରୋନା ଭା÷ଇରସ୍ ଦେଖୁ ଦେଖୁ ଚୀନରୁ ସମ୍ପୂର୍ଣ୍ଣ ବିଶ୍ୱରେ ବ୍ୟାପିଗଲା ଠିକ୍ ସେହିପରି ଏହି ନୂଆ ଭାଇରସ୍ ପ୍ରକୋପକୁ ଦେଖି ଏହି ସହରରେ ଲକଡାଉନ୍ ଘୋଷଣା କରିଛନ୍ତି ସରକାର । ଲୋକମାନେ ଏବେ ଏହି ସହରରେ ଭୟ ଓ ଆଶଙ୍କା ମଧ୍ୟରେ ରହିଛନ୍ତି ।

ଚୀନର ଚାଙ୍ଗଚୁନ୍ ର ଉତ୍ତର-ପୂର୍ବ ଶିଳ୍ପ କେନ୍ଦ୍ରରେ ଲକଡାଉନ୍ ଲଗାଇଛନ୍ତି, ଯେଉଁଥିରେ ୯୦ ଲକ୍ଷ ଲୋକ ବସବାସ କରନ୍ତି । ଏଠାରେ ଏକ ନୂଆ ଭାଇରସ୍ ବ୍ୟାପିବାକୁ ଲାଗିଥିବା ସୁତ୍ରରୁ ପ୍ରକାଶ ପାଇଛି । ଲୋକମାନଙ୍କୁ ଏଠାରେ ଘରେ ରହିବାକୁ ହିଁ କୁହାଯାଇଛି ଏବଂ ଅନାବଶ୍ୟକ ବ୍ୟବସାୟକୁ ବନ୍ଦ କରିଦିଆଯାଇଛି । ପରିବହନ ଯୋଗାଯୋଗକୁ ବି ବନ୍ଦ କରାଯାଇଥିଲା ସୂଚନା । ଚୀନରେ ଶୁକ୍ରବାର ଦିନ ସ୍ଥାନୀୟ ଅଞ୍ଚଳରୁ ଏହି ନୂତନ ଭାଇରସ୍ ର ୩୯୭ କେସ୍ ସାମନାକୁ ଆସିଛି ।

Get real time updates directly on you device, subscribe now.