ଆଜି ବର୍ଷର ପ୍ରଥମ ଶନିବାର: ଭୁଲରେ ବି କରନ୍ତୁନି ଏହି କାମ, ନଚେତ ରାଗିଯିବେ ଶନି!

ନୂଆଦିଲ୍ଲୀ: ସରିଯାଇଛି ବର୍ଷ 2024 । ସମସ୍ତେ ଉତ୍ସାହର ସହିତ 2025କୁ ସ୍ବାଗତ କରିଛନ୍ତି । ତେବେ ବର୍ଷ ଆରମ୍ଭ ହେବା ପରେ ଆଜି ହେଉଛି ପ୍ରଥମ ଶନିବାର । ନଚେତ ଶନିଦେବ ରୋଷ କରିପାରନ୍ତି ବୋଲି କିଛି ଜୋର୍ତିବିଦ କହିଛନ୍ତି ।

ଜୋର୍ତିବିଦଙ୍କ କହିବା ଅନୁସାରେ, ନୂଆବର୍ଷ ସମସ୍ତଙ୍କ ପାଇଁ ଶୁଭଫଳ ପ୍ରଦାନ କରିବ । ତେବେ ବର୍ଷର ସବୁଠୁ ଖାସ ଦିନ ହୋଇଥାଏ ଶନିବାର । ଆଜି ଭଗବାନ ଶନିଦେହବଙ୍କର ଉପାସନା କରାଯାଇଥାଏ । ତେବେ କୁହାଯାଇଛି ଯେ, ନୂଆବର୍ଷର ପ୍ରଥମ ଦିନର କେତେକ ଭୁଲ ପାଇଁ ପଶ୍ଚାତାପ କରିବାକୁ ପଡିପାରେ ।

ଆଜି ଲୁହାରେ ତିଆରି ଜିନିଷକୁ କିଣି ଘରକୁ ଆଣନ୍ତୁ ନାହିଁ । ଶନିବାର ଲୁହା କିଣିବା ଅଶୁଭ ବୋଲି ବିବେଚନା କରାଯାଇଥାଏ । ଅନ୍ୟପଟେ ଆଜି ସୋରିଶ ତେଲ ମଧ୍ୟ କିଣିବା ଉଚିତ ନୁହେଁ । ସେହିପରି ଆଜିର ଦିନରେ ଲୁଣ ମଧ୍ୟ କିଣିବା ଉଚିତ ନୁହେଁ । ଏହା ଦ୍ବାରା ମଧ୍ୟ ଶନି ରୋଷ କରନ୍ତୁ ବୋଲି କୁହାଯାଇଥାଏ ।

ଛୁରୀ ମଧ୍ୟ କିଣିବା ଉଚିତ ନୁହେଁ ବୋଲି ଜୋତିର୍ବିଦ କହିଛନ୍ତି । ଅନ୍ୟପଟେ ଚମଡା ଜିନିଷ, କଳା ଜୋତା ଏବଂ ପର୍ସ କିଣିବା ଉଚିତ ନୁହେଁ । ତୁଳସୀ, ଦୁବ କିମ୍ବା ବେଲପତ୍ର ତୋଳିବା ଅନୁଚିତ । ଆଜି ଅସହାୟଙ୍କୁ ହଇରାଣ କରିବା ଅନୁଚିତ । ଏହା ଦ୍ବାରା ଶନି ଦଣ୍ଡ ଦିଅନ୍ତି ବୋଲି ବିବେଚନା କରାଯାଇଥାଏ ।