ଜାନୁଆରୀ ୧ରେ ମେଟ୍ରୋ ରେଳ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ : ପୂରଣ ହେବ ମେଟ୍ରୋ ପ୍ରକଳ୍ପ ସ୍ବପ୍ନ

ଭୁବନେଶ୍ୱର : ଜାନୁୟାରୀ ୧ ରେ ମେଟ୍ରୋ ରେଲ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ । ମେଟ୍ରୋ ରେଲ ଡିଆରପିକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ । ୫୯୨୯ କୋଟିର ମୋଟ ବ୍ୟୟବରାଦ ବହନ କରିବେ ରାଜ୍ୟ ସରକାର । ଦ୍ୱୈତନଗରୀ ମେଟ୍ରୋ ପ୍ରକଳ୍ପ ସ୍ବପ୍ନ ପୂରଣ ହେବାକୁ ଯାଉଛି। ଆଗାମୀ ନୂଆ ବର୍ଷ ଅର୍ଥାତ ୨୦୨୪ ଜାନୁଆରୀ ୧ ତାରିଖରେ ବହୁପ୍ରତିକ୍ଷିତ ମେଟ୍ରୋ ରେଳ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶିଳାନ୍ୟାସ ପରେ କାମ ଆରମ୍ଭ ହୋଇ ୪ ବର୍ଷ ମଧ୍ୟରେ କାମ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ‘ଟର୍ଣ୍ଣ କି’ ଆଧାରରେ ଏହି କାର୍ଯ୍ୟ କରିବା ପାଇଁ ନିଷ୍ପତ୍ତି ହୋଇଛି । ଆସନ୍ତା ୧୮ ତାରିଖରେ ବିଏମ୍‌ଆର୍‌ସିର ପ୍ରଥମ ବୋର୍ଡ ମିିଟିଂ ବସିବ । ପ୍ରଥମ ବୋର୍ଡ ମିଟିଂରେ ଡିପିଆର୍‌ ଅନୁମୋଦନ ସହିତ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ ବୋଲି ଜଣାପଡ଼ିଛି ।