fbpx
BSKY
BJD MC SKY
BJD MS SKY

ଇସ୍ରାଏଲରେ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କଲେ ଜାତୀୟ ସୁରକ୍ଷା ମନ୍ତ୍ରୀ

ଓଡ଼ିଶା ଭାସ୍କର: ଇସ୍ରାଏଲର ଜାତୀୟ ସୁରକ୍ଷା ମନ୍ତ୍ରୀ ଇଟାମାର ବେନ୍-ଗଭିର ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି । ହାମାସ ଏବଂ ଇସ୍ଲାମିକ ଜିହାଦ ଅତି କମରେ ୪୦ ଜଣ ଇସ୍ରାଏଲବାସୀଙ୍କୁ ହତ୍ୟା କରିଛି, ୫୦୦ରୁ ଅଧିକ ଲୋକଙ୍କୁ ଆହତ କରିଛି ଏବଂ କେତେକ ସାଧାରଣ ନାଗରିକଙ୍କୁ ବନ୍ଧକ ରଖିଛି । ଏହି ଭୟଙ୍କର ଆକ୍ରମଣରେ ଗାଜାରୁ ଇସ୍ରାଏଲକୁ ଅନୁପ୍ରବେଶ କରି ଦେଶର ଦକ୍ଷିଣ ଓ କେନ୍ଦ୍ରୀୟ ଅଞ୍ଚଳର ସହରଗୁଡ଼ିକୁ ଟାର୍ଗେଟ କରି ଏକ ବିଶାଳ ରକେଟ୍ ବ୍ୟାରେଜ୍ ଆରମ୍ଭ କରାଯାଇଥିଲା। ଗାଜାରୁ କେନ୍ଦ୍ରୀୟ ଓ ଦକ୍ଷିଣ ଇସ୍ରାଏଲର ବିଭିନ୍ନ ସହର ଉପରେ ପ୍ରାୟ ୨୫୦୦ ରକେଟ୍ ପ୍ରକ୍ଷେପଣ କରାଯାଇ ଜେରୁଜେଲମ ପର୍ଯ୍ୟନ୍ତ ପହଞ୍ଚିଥିବା ବେଳେ ପାଲେଷ୍ଟାଇନ୍ ଆତଙ୍କବାଦୀମାନେ ସ୍ଥଳ, ସମୁଦ୍ର ଏବଂ ଆକାଶ ମାର୍ଗରେ ଦେଶର ଦକ୍ଷିଣରେ ଅନୁପ୍ରବେଶ କରିଥିଲେ। ଇସ୍ରାଏଲ ସେନା ଏକ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଦେଶର ଦକ୍ଷିଣ ଓ ମଧ୍ୟ କ୍ଷେତ୍ରରେ ସାଇରନ୍ ବଜାଇ ଚେତାବନୀ ଜାରି କରିଥିଲେ । ଜନତାଙ୍କୁ ଆଶ୍ରୟ କେନ୍ଦ୍ରରେ ରହିବାକୁ ନିବେଦନ କରାଯାଇଥିଲା । ଇସ୍ରାଏଲ ସେନା ପକ୍ଷରୁ ଏହି ସୂଚନା ଦିଆଯାଇଛି କି ଗାଜାପଟ୍ଟୀରୁ ବହୁ ଆତଙ୍କବାଦୀ ଇସ୍ରାଏଲ ମଧ୍ୟକୁ ଜବରଦସ୍ତ ପ୍ରବେଶ କରିଛନ୍ତି ।

 

Get real time updates directly on you device, subscribe now.