ପୁଣି ଏକ ବଡ଼ ଯୁଦ୍ଧର ବିଗୁଲ ବାଜିଲା ! ଆମେରିକାରେ ହାଇଆଲର୍ଟ ଜାରି ହେଲା
ଇରାନ ଉପରେ ଆମେରିକା ଆକ୍ରମଣ କରିବା ପରେ ଆମେରିକାରେ ହାଇଆଲର୍ଟ।
ଆମେରିକା: ଆମେରିକାରେ ହାଇଆଲର୍ଟ। ଇରାନ ଉପରେ ଆମେରିକା ଆକ୍ରମଣ କରିବା ପରେ ଆମେରିକାରେ ହାଇଆଲର୍ଟ। କୌଣସି ସମୟରେ କିଛି ବି ହୋଇପାରେ।
ସେପଟେ ଆମେରିକା ଇରାନ ଉପରେ ଆକ୍ରମଣ କରିବା ପରେ ଇସ୍ରାଏଲ ଉପରେ ରାଗ ସୁଝାଇଛି ଇରାନ। ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ପ୍ରୟୋଗ କରିଛି ଇରାନ।
ଯେହେତୁ ଆମେରିକା ଇରାନ ଉପରେ ଆକ୍ରମଣ କରିଛି ତେଣୁ ଆମେରିକାକୁ ମଧ୍ୟ ଇରାନ ଚେତାବନୀ ଦେଇଛି। ତେଣୁ କୌଣସି ସମୟରେ ବି ଆମେରିକା ଉପରେ ଇରାନ ଆକ୍ରମଣ କରିପାରେ।
ସେଥିପାଇଁ ଆମେରିକାରେ ହାଇଆଲର୍ଟ ଜାରି କରାଯାଇଛି। କଡ଼ା ସୁରକ୍ଷା ମଧ୍ୟରେ ରହିଛି ଓ୍ୱାଶିଂଟନ୍ ଓ ନ୍ୟୁୟର୍କ। ଧାର୍ମିକ ଅନୁଷ୍ଠାନ ଓ ସରକାରୀ କାର୍ଯ୍ୟାଳୟରେ ମଧ୍ୟ ସୁରକ୍ଷା ବଢ଼ାଇଦିଆଯାଇଛି। ଏହି ୨ ସହରରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି।
ଯଦି ଦେଖିବା ଆମେରିକା କମଜୋର ନୁହେଁ। କାରଣ ଆମେରିକା ପାଖରେ ରହିଛି ଅନେକ ଶକ୍ତି। ବିଶ୍ୱର ଏକ ନମ୍ୱର ସାମରିକ ଶକ୍ତିସମ୍ପନ୍ନ ଦେଶ ହେଉଛି ଆମେରିକା।
ଯାହାର ମୋଟ ସୈନ୍ୟ ସଂଖ୍ୟା ୧୫୧.୧ ନିୟୁତ। ସକ୍ରିୟ ସୈନ୍ୟ ସଂଖ୍ୟା ୧୩,୯୫,୩୫୦। ରିଜର୍ଭ ସୈନ୍ୟ ୮,୪୫,୫୦୦। ୪,୬୫୭ ଟ୍ୟାଙ୍କ। ୪୧,୨୦୫ ମିଲିଟାରୀ ଯାନ। ୧,୫୬୨ ସ୍ୱୟଂଚାଳିତ ଯାନ। ୪୮୪ ଜାହାଜ। ବାୟୁସେନା ବିମାନ ୧୩,୨୦୯। ୫,୨୨୪ ପରମାଣୁ ଅସ୍ତ୍ର ରହିଛି।