fbpx
BSKY
BJD MS SKY
BJD YOUTH SKY

IND vs NZ WC Semi; ରୋହିତ-ବିରାଟଙ୍କ ପାଇଁ ମାଷ୍ଟରପ୍ଲାନ କରୁଛି ନ୍ୟୁଜିଲାଣ୍ଡ: ଭାରତର ଦୁର୍ବଳତା ଖୋଜିଛି Black Caps

ନୂଆଦିଲ୍ଲୀ: ମୁମ୍ବାଇର ୱାନଖେଡ଼େ ଷ୍ଟାଡିୟମରେ ଆସନ୍ତାକାଲି ସେମି ଫାଇନାଲରେ ମୁହାଁମୁହିଁ ହେବେ ଭାରତ ଏବଂ ନ୍ୟୁଜିଲାଣ୍ଡ । ଭାରତ ବର୍ତ୍ତମାନ ସୁଦ୍ଧା ବିଶ୍ୱକପରେ ଅପରାଜେୟ ରହି ସେମି ଫାଇନାଲରେ ପ୍ରବେଶ କରିଥିବା ବେଳେ ଏହି ବିଜୟ ଧାରା ସହିତ ଫାଇନାଲ ପାଇଁ ପାଦ ବଢାଇବ । ଅନ୍ୟପକ୍ଷରେ ପୁଣିଥରେ ୨୦୧୯ ବିଶ୍ୱକପ ସେମି ଫାଇନାଲର ଘଟଣା ଦୋହରାଇବା ପାଇଁ ଚେଷ୍ଟା କରିବ ନ୍ୟୁଜିଲାଣ୍ଡ ଦଳ । ତେବେ ଏଥିପାଇଁ ଭାରତର ବ୍ୟାଟିଂ ୟୁନିଟକୁ ପାର୍ କରିବାକୁ ଯୋଜନା କରୁଛି ନ୍ୟୁଜିଲାଣ୍ଡ । ଅଦିନାୟକ ରୋହିତ, ବିରାଟ ଏବଂ ଶୁଭମନ ଗିଲଙ୍କ ବିପକ୍ଷରେ ମାଷ୍ଟରପ୍ଲାନ କରୁଛି ୱିଲିୟମସନ୍ ସେନା ।

ଭାରତ ଚଳିତ ବିଶ୍ୱକପର ସବ ଶକ୍ତିଶାଳୀ ଦଳ ବୋଲି କୁହାଯାଉଛି । ବ୍ୟାଟିଂ ସହ ବୋଲିଂ ମଧ୍ୟ ଦଳ ପ୍ରତ୍ୟେକ ମ୍ୟାଚରେ ଦମଦାର ପ୍ରଦର୍ଶନ ଜାରି ରଖିଛି । ତେଣୁ ଏହି ଦଳକୁ ମାତ୍ ଦେବାକୁ ହେଲେ ବଡ଼ ଗେମ୍ ପ୍ଲାନ ସହ ପ୍ରସ୍ତୁତ ହୋଇଛନ୍ତି ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ୱିଲିୟମସନ୍ ।

ରୋହିତ ଶର୍ମା: ଦଳର ଅଧିନାୟକ ତଥା ଷ୍ଟାର ଓପନର ରୋହିତ ଶର୍ମା ଭାରତକୁ ଦମଦାର ଆରମ୍ଭ ଦେଉଥିବାରୁ ବଡ଼ ସ୍କୋର କରିପାରୁଛି ଟିମ ଇଣ୍ଡିଆ । ତେଣୁ ରୋହିତଙ୍କୁ ଯଥା ସମ୍ଭବ କମ୍ ସମୟରେ ଆଉଟ କରିବାକୁ ଚେଷ୍ଟା କରିବ ନ୍ୟୁଜିଲାଣ୍ଡ । ତେବେ ରୋହିତଙ୍କୁ ଚକମା ଦେବା ପାଇଁ ଅଫ୍-କଟର ବଲ ହିଁ ସଫଳତା ଦେଇପାରେ । ସେଥିପାଇଁ ନ୍ୟୁଜିଲାଣ୍ଡର ବୋଲର ବର୍ତ୍ତମାନ ଅଫ୍-କଟର ବୋଲିଂ ଅଭ୍ୟାସ କରିଛନ୍ତି ।

ଶୁଭମନ ଗିଲ୍: ରୋହିତଙ୍କ ବ୍ୟତୀତ ଶୁଭମନ ଗିଲ୍ ମଧ୍ୟ ଭାରତ ପାଇଁ ବଡ଼ ପାଳି ଖେଳିପାରନ୍ତି । ତେବେ ତାଙ୍କୁ ଜାଲରେ ଫସାଇବା ପାଇଁ ଫୁଲ୍ ଲେନ୍ଥ ବଲ ହିଁ ଏକମାତ୍ର ଉପାୟ ହୋଇପାରେ । ଏହି ବଲକୁ ସାମ୍ନା କରିବାରେ ଗିଲ୍ ସାମାନ୍ୟ ନଭର୍କସ ହୋଇଥାନ୍ତି । ଯାହାଦ୍ୱାରା ନ୍ୟୁଜିଲାଣ୍ଡ ଦଳକୁ ଫାଇଦା ମିଳିପାରିବ । ତେଣୁ ଏହି ବଲକୁ ଗିଲଙ୍କ ବିପକ୍ଷରେ ଅସ୍ତ୍ର କରି ଖେଳିବ ନ୍ୟୁଜିଲାଣ୍ଡ ।

ବିରାଟ କୋହଲି: ଟିମ ଇଣ୍ଡିଆର କିଙ୍ଗ କୋହଲି ତଥା ଷ୍ଟାର ବ୍ୟାଟର ବିରାଟ କୋହଲି ନ୍ୟୁଜିଲାଣ୍ଡ ପାଇଁ ବଡ଼ ବିପଦ ହୋଇ ଠିଆ ହୋଇପାରନ୍ତି । ତେଣୁ ତାଙ୍କ ବିପକ୍ଷରେ କୌଣସି ବଲ ସଫଳତା ଆଣିବା ସେତେଟା ସହଜ ନୁହେଁ । ସେ କେବଳ ନିଜ ଭୁଲ ପାଇଁ ହିଁ ଆଉଟ ହୋଇପାରନ୍ତି । ଏହାସତ୍ତେ୍ୱ ନ୍ୟୁଜିଲାଣ୍ଡର ସ୍ପିନର ମିଚେଲ ସାଣ୍ଟନର ବିରାଟଙ୍କୁ ସମସ୍ୟା କରିପାରନ୍ତି । ଉଭୟଙ୍କ ମଧ୍ୟରେ ଏକ କଡ଼ା ଟକ୍କର କାଲି ଦେଖିବାକୁ ମିଳପାରେ ।

ଶ୍ରେୟସ ଆୟର: ମିଡିଲ ଅର୍ଡରକୁ ମଜବୁତ ଦେଉଥିବା ଶ୍ରେୟସ ଆୟରଙ୍କ ପାଇଁ ଲକି ଫର୍ଗୁସନଙ୍କୁ ପ୍ରସ୍ତୁତ କରୁଛନ୍ତି କେନ୍ । ଉଚ୍ଚା ବାଉନ୍ସର ବଲ୍ ଶ୍ରେୟସଙ୍କୁ ଖେଳିବା କଷ୍ଟକର ହୋଇଥାଏ । ତେଣୁ ଏହି ବଲ ପକାଇ ଶ୍ରେୟସଙ୍କୁ ଫସାଇବା ପାଇଁ ଉଦ୍ୟମ କରିବେ ଫର୍ଗୁସନ । ଏହାବ୍ୟତୀତ ଅନ୍ୟ କ୍ରିକେଟରମାନଙ୍କ ପାଇଁ ମଧ୍ୟ ବିଭିନ୍ନ ପ୍ଲାନ ସହ ସେମି ଫାଇନାଲକୁ ଓହ୍ଲାଇବ ନ୍ୟୁଜିଲାଣ୍ଡ । ତେଣୁ ସେମି ଫାଇନାଲ ମ୍ୟାଚରେ ବିଜୟ ହେବା ପାଇଁ ଭାରତକୁ ମଧ୍ୟ ସତର୍କ ରହିବାକୁ ପଡ଼ିବ ।

Get real time updates directly on you device, subscribe now.