fbpx

(Video) କେବଳ ରୋହିତ-ବିରାଟ ନୁହେଁ, ଭାରତୀୟ କ୍ରିକେଟରଙ୍କ ପତ୍ନୀ ମଧ୍ୟ ରୋଜଗାର କରନ୍ତି କୋଟି କୋଟି ଟଙ୍କା…

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଏବଂ ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କ ରୋଜଗାର ବିଷୟରେ ପ୍ରାୟତଃ ସମସ୍ତେ ଜାଣିଥାନ୍ତି । କ୍ରିକେଟ ବ୍ୟତୀତ ବିଭିନ୍ନ ବିଜ୍ଞାପନ ଏବଂ ଅନ୍ୟାନ୍ୟ କ୍ଷେତ୍ରରୁ ମଧ୍ୟ ଅନେକ ଟଙ୍କା ରୋଜଗାର କରିଥାନ୍ତି ଇଣ୍ଡିଆନ କ୍ରିକେଟର । ନିକଟରେ ବିରାଟ ଇନଷ୍ଟାଗ୍ରାମ ପୋଷ୍ଟରୁ କେତେ ଟଙ୍କା ରୋଜଗାର କରନ୍ତି, ସେ ବିଷୟରେ ମଧ୍ୟ ପ୍ରକାଶ ପାଇଥିଲା । ତେବେ ରୋଜଗାର କ୍ଷେତ୍ରରେ କେବଳ ଭାରତୀୟ ଖେଳାଳି ନୁହେଁ, ସେମାନଙ୍କ ପତ୍ନୀ ମଧ୍ୟ ଖୁବ ଆଗରେ ରହିଛନ୍ତି । ତେବେ ଆସନ୍ତୁ ଜାଣିବା ରୋହିତ, ବିରାଟ ଏବଂ ଅନ୍ୟ ଖେଳାଳିଙ୍କ ପତ୍ନୀମାନଙ୍କ ଆୟ କେତେ?

ପ୍ରଥମେ ରହିଛନ୍ତି ବଲିଉଡ କ୍ୱିନ୍ ଅନୁଷ୍କା ଶର୍ମା । କିଙ୍ଗ୍ କୋହଲିଙ୍କର ପତ୍ନୀ ଏବଂ ସିଲଭର୍ ଦୁନିଆର ଆଗଧାଡିର ଅଭିନେତ୍ରୀ । ସେ କେବଳ ସିନେମାରେ ତାଙ୍କର ଜଲ୍ବା ଦେଖାଇ ନାହାନ୍ତି । ରୋଗଜାର ମାମଲାରେ ମଧ୍ୟ ସେ ସର୍ବୋଚ୍ଚ ସ୍ଥାନ ହାସଲ କରିଛନ୍ତି । ତାଙ୍କ ସମ୍ପତ୍ତି ପାଖାପାଖି ୨୫୫ କୋଟି ହେବ । ଅନୁଷ୍କା ଗୋଟିଏ ଫିଲ୍ମ ପାଇଁ ପାଖାପାଖି ୧୨ରୁ ୧୬ କୋଟି ଟଙ୍କା ଦାବି କରିଥାନ୍ତି । ଏହା ସହିତ ଏଡଭେଟାଇଜ୍ରୁ ମଧ୍ୟ ତାଙ୍କର ଆୟ ହୋଇଥାଏ । ଏହା ସହିତ କିଛି କମ୍ପାନୀର ସେ ବ୍ରାଣ୍ଡ ଆମ୍ବାସାଡ଼ର ଅଛନ୍ତି । ବାହାଘର ପରେ ସେ ଫିଲ୍ମ କରିବା କମ୍ କରିଦେଇଛନ୍ତି । ବର୍ତ୍ତମାନ ସେ ନିଜ ସ୍ୱାମୀ ଓ ଝିଅ ସହିତ ଅଧିକ ସମୟ ବିତାଇବାକୁ ପସନ୍ଦ କରିଥାନ୍ତି । ବିରାଟ ଓ ଅନୁଷ୍କା ଭାରତୀୟ କ୍ରିକେଟ୍ ଦଳର ସବୁଠାରୁ ଧନୀ ଦମ୍ପତ୍ତି ଅଟନ୍ତି ।

ଦ୍ୱିତୀୟରେ ହେଲେ ସଞ୍ଜନା ଗନେସାନ୍ । ଯସ୍ପ୍ରିତ୍ ବୁମରାହଙ୍କ ସ୍ତ୍ରୀ । ସିଏ ଖେଳ ଆଙ୍କରିଂ କରି ନିଜର ପରିଚୟ ସୃଷ୍ଟି କରିଛନ୍ତି । ସେ ଖେଳ ଆଙ୍କରୀଂ କରିବା ସହିତ ମିସ୍ ଇଣ୍ଡିଆର ଫାଇନାଲିଷ୍ଟ ରହିସାରିଛନ୍ତି । ସେ ଜଣେ ସଫ୍ଟୱେର ଇଂଜିନିୟର ଅଟନ୍ତି । ହେଲେ ତାଙ୍କ ପିଲାବେଳୁ ହିଁ ଆଙ୍କରିଂ କରିବାର ସୌକ ରହିଥିଲା । ସଞ୍ଜନାଙ୍କ ସମ୍ପତ୍ତିର ପରିମାଣ ପାଖାପାଖି ୪୧ କୋଟି ହେବ । ସଞ୍ଜନା ଷ୍ଟାର ସ୍ପଷ୍ଟ ଶୋ’ ଏବଂ କିଛି କମ୍ପାନୀର ବ୍ରାଣ୍ଡ ଆମ୍ବାସାଡର ଭାବେ ଭଲ ରୋଜଗାର କରନ୍ତି ।

ତୃତୀୟରେ ହେଲେ ଆଥିଆ ସେଟ୍ଟୀ । ବଲିଉଡ଼ର ସୁପର ଷ୍ଟାର ସୁନୀଲ ସେଟ୍ଟୀଙ୍କ ଝିଅ ଏବେ କ୍ରିକେଟର କେ. ଏଲ ରାହୁଲଙ୍କ ଧର୍ମ ପତ୍ନୀ ଅଟନ୍ତି । ଆଥିଆ ଜଣେ ଏକ୍ଟରେସ ଓ ମଡେଲ ଅଟନ୍ତି । ରୋଜଗାର ମାମଲାରେ ସେ ତାଙ୍କ ସ୍ୱାମୀଙ୍କ ଠାରୁ କୌଣସିଥିରେ କମ୍ ନୁହନ୍ତି । ରିପୋର୍ଟ ଅନୁସାରେ ଆଥିଆଙ୍କ ପୁରା ସମ୍ପତ୍ତି ୨୮ରୁ ୩୦ କୋଟି ହେବ । ଏହା ସହିତ ଆଥିଆ ଗୋଟିଏ ଫିଲ୍ମରେ ୩ରୁ ୪ କରୋଡ ଦାବି କରିଥାନ୍ତି ।

ଚତୁର୍ଥରେ ଆସିବେ ନତାସା ଷ୍ଟାଙ୍କଭିକ୍ । ସିଏ ଅଲ୍ରାଉଣ୍ଡ କ୍ରିକେଟର ହାଦ୍ଧିକ୍ ପାଣ୍ଡ୍ୟାଙ୍କ ସ୍ତ୍ରୀ । ସେ ଜଣେ ବଲିଉଡ୍ର ପରିଚିତ ଆକ୍ଟଟ୍ରେସ୍ ସହ ଜଣେ ମଡେଲର ଏବଂ ଜଣେ ଡ୍ୟାନ୍ସର ଅଟନ୍ତି । ସୂଚନା ଅନୁସାରେ ତାଙ୍କର ପୁରା ସମ୍ପତ୍ତି ପାଖାପାଖି ୨୦ କୋଟି ହେବ । ସିଏ ଗୋଟିଏ ପ୍ରାଜେକ୍ଟ ପାଇଁ ୩୦ରୁ ୫୦ ଲକ୍ଷ ଟଙ୍କା ଦାବି କରିଥାନ୍ତି ।

ପଞ୍ଚମରେ ଆସିବେ ରିତିକା ସଜ୍ଦେ । ସେ ଭାରତୀୟ କ୍ରିକେଟ ଟିମ୍ର ଅଧିନାୟକ ରୋହିତ ଶର୍ମାଙ୍କ ସ୍ତ୍ରୀ ଅଟନ୍ତି । ସିଏ ମଧ୍ୟ କୋଟି କୋଟି ଟଙ୍କାର ମାଲିକାଣୀ ଅଟନ୍ତି । ରିତିକାଙ୍କ ପାଖାପାଖି ସମ୍ପତ୍ତି ୧ ବିଲିୟନ୍ ଡଲରୁ ୫ ମିଲିୟନ୍ ଡଲର ହେବ । ରିତିକା ଏକ ବ୍ୟବସାୟୀ ଅଟନ୍ତି ।
ଷଷ୍ଠରେ ରିବାଭା ଜାଡେଜା । ରିବାଭା ଜାଡେଜା ବିଜେପି ନେତ୍ରୀ ଅଟନ୍ତି । ସେ ଜାମନଗର ଉତ୍ତରରୁ ପ୍ରଥମେ ବିଧାନସଭା ସିଟ୍ ହାତେଇଥିଲେ । ସେ ତାଙ୍କ ଜୀବନ ଏକ ରାଜ ପରିବାରର ସ୍ତ୍ରୀ ଭଳି କଟାଇବାକୁ ପସନ୍ଦ କରିଥାନ୍ତି । ରିବାଭାଙ୍କ ପ୍ରାୟ ସମ୍ପତ୍ତି ୬୨.୫ ଲକ୍ଷ ଟଙ୍କାର ଅଟେ । ସେ ରବିନ୍ଦ୍ର ଜାଡେଜାଙ୍କ ଧର୍ମପତ୍ନୀ ଅଟନ୍ତି । ତେବେ ଏଥିରୁ ସ୍ପଷ୍ଟ କି ଭାରତୀୟ କ୍ରିକେଟରଙ୍କ ପତ୍ନୀ ମଧ୍ୟ କାହାଠାରୁ କମ୍ ନୁହନ୍ତି ।

Get real time updates directly on you device, subscribe now.