Breaking: ଟସ୍ ଜିତି ବ୍ୟାଟିଂ କରିବାକୁ ନ୍ୟୁଜିଲାଣ୍ଡର ନିଷ୍ପତ୍ତି
ଟସ୍ ହାରିଲା ଭାରତ। ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇବ ନ୍ୟୁଜିଲାଣ୍ଡ। ଆଉ କେଇ ମିନିଟର ଅପେକ୍ଷା।
ଦୁବାଇ: ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ମୁହାଁମୁହିଁ ହେବେ ଦୁଇ କ୍ରିକେଟ ସୁପର ପାୱାର ଭାରତ-ନ୍ୟିଜିଲାଣ୍ଡ। ଆଉ କିଛି ସମୟର ଅପେକ୍ଷା। ଏହା ପୂର୍ବରୁ ପଡିସାରିଛି ଟସ୍। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ନ୍ୟୁଜିଲାଣ୍ଡ।
ସେପଟେ ଫିଲ୍ଡିଂ କରିବାକୁ ପ୍ରଥମେ ପଡିଆକୁ ଓହ୍ଲାଇବ ରୋହିତ ବାହୀନି। ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ ନିର୍ଣ୍ଣାୟକ ଲଢ଼େଇ। ମ୍ୟାଚକୁ ଆଉ ମାତ୍ର କିଛି ମିନିଟର ଅପେକ୍ଷା। ତାପରେ ଆରମ୍ଭ ହେବ ମହାମୁକାବିଲା।
ପଡିଆରେ ଦେଖିବାକୁ ମିଳିବ ଜୋରଦାର ଟକ୍କର। ତା ପୂର୍ବରୁ ଏବେବି ମନେ ପଡିଯାଉଛି ୨୦୧୯ର ମ୍ୟାଚ୍। ଠିକ୍ ଏହିପରି ନ୍ୟୁଜିଲାଣ୍ଡ ଓ ଭାରତ ଭିତରେ ହୋଇଥିଲା ଜୋରଦାର ଟକ୍କର। ଆଉ କ୍ୟାପଟେନ ଥିଲେ ମହେନ୍ଦ୍ର ସିଂ ଧୋନୀ।
ହେଲେ ସେହି ମ୍ୟାଚ୍ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କୁ ଯେତିକି କଷ୍ଟ ଦେଇଥିଲା କ୍ରିକେଟରଙ୍କ ଆଖିରେ ମଧ୍ୟ ସେତିକି ଲୁହ ଦେଇଥିଲା। ତେଣୁ ଆଶା କରାଯାଉଛି ରୋହିତ ବାହିନୀ ଆଜି ସେ ବଦଲା ନେବ। ଆଉ ଭାରତ ବିଜୟୀ ହେବ।