fbpx

ଛୋଟ ପିଲାଙ୍କୁ କାହିଁକି ଅଧିକ ଆସେ ହାକୁଟି, ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର

Advertisement

ଓଡ଼ିଶା ଭାସ୍କର: ନବଜାତ ଶିଶୁ ଏବଂ ଛୋଟ ପିଲାଙ୍କୁ ଅଧିକ ଆସିଥାଏ ହାକୁଟି । ଏପରି ମଧ୍ୟ ହୋଇଥାଏ କିଛି କିଛି ସମୟ ବ୍ୟବଧାନରେ ହାକୁଟି ଆସିଥାଏ । ଏପରି ହେବା ସାଧାରଣ ହୋଇଥାଏ । ଏପରି କୁହାଯାଉଛି ଯେ, ଶିଶୁଙ୍କୁ ହାକୁଟି ନେବାରେ ତାଙ୍କ ଭୋକ ବଢିଯାଏ । ଏହି କାରଣ ସ୍ପଷ୍ଟ ହୋଇନାହିଁ । ହେଲଥ ଏକ୍ସପର୍ଟସଙ୍କ ଅନୁଯାୟୀ, ନବଜାତ ବା ଶିଶୁଙ୍କ ରୁଟିନ ବା ଅଭ୍ୟାସ କାରଣରୁ ସେମାନଙ୍କୁ ହାକୁଟି ଆସିପାରେ । ତେବେ ଆସନ୍ତୁ ଜାଣିବା ଏହାର କାରଣ ଏବଂ ରୋକିବା ପାଇଁ ଉପାୟ..

ଭିକ୍ଟୋରିଆ ସରକାରୀ ହସ୍ପିଟାଲ ଜବଲପୁରର ପିଡିୟାଟ୍ରିସିୟାନ ଡାକ୍ତର ନନ୍ଦନ ଶର୍ମାଙ୍କ କହିବାନୁଯାୟୀ, ଶିଶୁଙ୍କୁ ଶିଶୁଙ୍କୁ ହାକୁଟି ଆସିବା ନେଇ ଚିନ୍ତା କରନ୍ତୁ ନାହିଁ, ଏହା ସାଧାରଣ ଅଟେ । ଶିଶୁ ନିଜ ଭୋକ ବିଷୟରେ ଜାଣିନଥାଏ, ଯେଉଁ କାରଣରୁ ସେ ଅଧିକ କ୍ଷୀର ପିଇଦେଇଥାଆନ୍ତି । ଏଥିପାଇଁ ଅନେକ ଥର କ୍ଷୀର ଫୁଡ ପାଇପରୁ ବାହାରି ୱିଣ୍ଡ ପାଇପକୁ ଚାଲିଯାଇଥାଏ । ଏହାକୁ ୱିଣ୍ଡ ପାଇପରୁ ବାହାରିବା ପାଇଁ ଶିଶୁକୁ ହାକୁଟି ଆସିଥାଏ ।

ଡା.ଶର୍ମାଙ୍କ ଅନୁଯାୟୀ, ଶିଶୁକୁ କ୍ଷୀର ପିଆଇବା ପରେ ସେମାନଙ୍କୁ ଥାପୁଡିବା ଆବଶ୍ୟକ । ଏଥିସହ ଏହା ଧ୍ୟାନ ରଖିବା ଆବଶ୍ୟକ ଯେ, କ୍ଷୀର ପିଆଇବା ପରେ ଶିଶୁଙ୍କୁ ଅଧ ଘଣ୍ଟା ପର୍ଯ୍ୟନ୍ତ ସିଧା ନ ଶୁଆଇବା ଆବଶ୍ୟକ । ଯେତେବେଳେ ଶିଶୁଙ୍କର ଗ୍ରୋଥ ହୋଇଥାଏ, ସେତେବେଳେ ହେକୁଟି ସମସ୍ୟା କମ ହୋଇଥାଏ । ହେକୁଟିର ଆରମ୍ଭ ବ୍ରେନକୁ ଡାୟାଫ୍ରାମ ସହ ଯୋଡୁଥିବା ସ୍ନାୟୁରୁ ଉତ୍ପନ୍ନ ହୋଇଥାଏ । ଏହାକୁ ଅନେକ ଜିନିଷ ଦ୍ୱାରା ବନ୍ଦ କରାଯାଇପାରିବ ।

ଏକ୍ସପର୍ଟସଙ୍କ ଅନୁଯାୟୀ, କିଛି ସମୟ ମଧ୍ୟରେ ପିଲାଙ୍କ ହାକୁଟି ବଡ଼ ଲୋକଙ୍କ ପରି ବନ୍ଦ ହୋଇଯାଇଥାଏ । ସେଥିପାଇଁ ଯେବେ ହାକୁଟି ଆସୁଛି ସେତିକି ବେଳେ ଅପେକ୍ଷା କରନ୍ତୁ । ତାଙ୍କୁ ଟିକେ ଟିକେ ଖୁଆଇବା ଆବଶ୍ୟକ । ହାକୁଟି ଆସିବାର କିଛି ସମୟ ସାହାରା ଦେଇ ବସାନ୍ତୁ । ଏଥିରେ ଶିଶୁଙ୍କୁ ଆରମ ମିଳିଥାଏ ।

Get real time updates directly on you device, subscribe now.