fbpx

ରାତି ସମୟରେ ଭଲ ନିଦରେ ଶୋଉଥିବା ନବଜାତ ଶିଶୁଙ୍କୁ ମୋଟାପଣ ଆଶଙ୍କା କମ୍: ଅଧ୍ୟୟନ

ଓଡ଼ିଶା ଭାସ୍କର ବ୍ୟୁରୋ: ରାତି ସମୟରେ ଭଲ ନିଦରେ ଶୋଇବା ଦ୍ୱାରା ଶରୀରକୁ ଅନେକ ଫାଇଦା ମିଳିଥାଏ । ଏହି କଥା ତ ଅନେକ କୁହନ୍ତି ହେଲେ ଏବେ ଏକ ନୂତନ ଅଧ୍ୟୟନ ସାମନାକୁ ଆସିଛି । ଆପଣ ମାନେ ଜାଣନ୍ତି କି ଜୀବନର ପ୍ରାରମ୍ଭରୁ ହିଁ ନିଦ ଶରୀର ଗଠନର ଏକ ମୁଖ୍ୟ ପ୍ରକ୍ରିୟା ହୋଇଥାଏ । ଗୋଟିଏ ନବଜାତ ପାଇଁ ନିଦର ଭୁମିକା ଅନେକ ରହିଥାଏ । ଏହାକୁ ନେଇ ଏବେ ଏକ ନୁତନ ଅଧ୍ୟୟନ ସାମନାକୁ ଆସିଛି । ଯେଉଁ ନବଜାତ ମାନେ ରାତିରେ ଭଲ ନିଦରେ ଶୋଇଥାନ୍ତି ସେମାନଙ୍କର ଓଜନକୁ ନେଇ ସମସ୍ୟା ରୁହେ ନାହିଁ । ମୋଟାପଣ ମଧ୍ୟ ସେହି ଶିଶୁକୁ ଗ୍ରାସ କରିପାରେ ନାହିଁ ।

ଆମେରିକାର ବ୍ରିଘମ୍ ଆଣ୍ଡ ଓୁମେନ୍ ହସ୍ପିଟାଲ ଓ ମାସାଚୁସେଟ୍ସ ଜେନେରାଲ୍ ହସ୍ପିଟାଲ ମିଳିତ ଭାବରେ ଏହି ରିସର୍ଚ୍ଚ କରିଥିଲେ । ଆଉ ଏହି ରିସର୍ଚ୍ଚରୁ ହିଁ ଗୁରୁତ୍ୱପୂର୍ଣ୍ଣ କଥା ସାମନାକୁ ଆସିଛି । ଏହା ମୁତାବକ, ଯେଉଁ ଶିଶୁ ମାନେ ରାତିରେ ଅଧିକ ଶୁଅନ୍ତି ଓ କମ୍ ଉଠନ୍ତି ସେମାନେ ଶୈଶବାସ୍ଥାରେ ମୋଟାପଣର ଶିକାର ହୋଇ ନଥାନ୍ତି । ସେହିପରି ଆଉ ରିସର୍ଚ୍ଚରୁ ଜଣାପଡ଼ିଛି ଯେ, ଯେଉଁ ମାନେ ଭଲ ନିଦରେ ଶୋଇଥାନ୍ତି ବା ଲମ୍ବା ସମୟ ପର୍ଯ୍ୟନ୍ତ ନ ଶୋଇ ଚାହିଁ ରହିଥାନ୍ତି ସେମାନେ ଅନ୍ୟୁନ ୬ ମାସ ମଧ୍ୟରେ ମୋଟାପଣର ଶିକାର ହୋଇଯାଆନ୍ତି । ଏହିଭଳି ଲୋକଙ୍କ ଠାରେ ମୋଟାପଣର ଆଶଙ୍କା ବୃଦ୍ଧିପାଏ । ତେବେ ଏହି ଷ୍ଟଡି ମାସାଚୁସେଟ୍ସ ଜେନେରାଲ୍ ହସ୍ପିଟାଲରେ ୨୯୮ ନବଜାତକୁ ନେଇ କରାଯାଇଛି ।

 

Get real time updates directly on you device, subscribe now.