ଦୁନିଆରେ ଲୋକଙ୍କର ଭିନ୍ନ ଭିନ୍ନ ସଉକ ଦେଖିବାକୁ ମିଳେ । ବିୟରକୁ ନେଇ ମଧ୍ୟ ଅନେକଙ୍କ ଭିନ୍ନ ଭିନ୍ନ ସଉକ ରହିଛି । ବିୟରକୁ ନେଇ ମଧ୍ୟ ଭିନ୍ନ ଭିନ୍ନ ପସନ୍ଦ ରହିଛି । ମାର୍କେଟରେ ନୂଆ ନୂଆ ବ୍ରାଣ୍ଡର ବିୟର ବି ରହିଛି । କିନ୍ତୁ ଆମେ ଏକଥା ଜାଣିନଥାନ୍ତି ଯେ ବିୟର କେଉଁଥିରେ ତିଆରି ହୋଇଥାଏ । ସିଙ୍ଗାପୁରରେ ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି । ଯେଉଁଠାରେ ନାଳ ପାଣିକୁ ରିଫାଇନ କରି ବିୟର ପ୍ରସ୍ତୁତ କରାଯାଇଛି । ଏକଥା ହୁଏତ ଆଶ୍ଚର୍ଯ୍ୟ ଲାଗିପରେ କିନ୍ତୁ ଏହା ସତ, ସିଙ୍ଗାପୁରରେ ଏଭଳି ଏକ ବିୟର ତିଆରି କରାଯାଉଛି । ତାହା ପୁଣି ନାଳ ପାଣିକୁ ରିସାଇକେଲ କରି ।
ଅନେକ ଲୋକ ଏମିତି ଅଛନ୍ତି ଯେଉଁମାନଙ୍କୁ ବିନା ବିୟରେ ପାର୍ଟୀ କରିବା ବିଲକୁଲବି ପସନ୍ଦ ନୁହେଁ । ପାର୍ଟୀରେ ଲୋକେ ନିଜ ପସନ୍ଦର ବିୟର ପିଇବାକୁ ପସନ୍ଦ କରିଥାନ୍ତି । ତେବେ ସିଙ୍ଗାପୁରର ନ୍ୟୁବ୍ରିଉ ନାମକ ବିୟର ‘ନ୍ୟୁୱାଟର’ ରୁ ତିଆରି ହୋଇଛି । ନ୍ୟୁ ୱାଟର ଯାହା ସିଙ୍ଗାପୁରର ସ୍ୱଚ୍ଛ ତଥା ଉଚ୍ଚ ଗୁଣବତ୍ତା ଥିବା ରିସାଇକେଲ୍ ପାଣି ବ୍ରାଣ୍ଡ ଅଟେ । ବିବିସି ନ୍ୟୁଜର ଏକ ରିପୋର୍ଟ ଅନୂଯାୟୀ, ଏହା ଏକ ଏଭଳି ଲିକ୍ୱିଡରୁ ତିଆରି ହୋଇଥାଏ ଯାହା ନାଳ ପାଣିରୁ ରିସାଇକେଲ ହୋଇଥାଏ ଏବଂ ଏହାକୁ ଫିଲ୍ଟର କରାଯାଇଥାଏ । ସିଙ୍ଗାପୁରର ନାସନାଲ ୱାଟର ଏଜେନ୍ସୀ ପିୟୁବି ଦ୍ୱାରା ଲୋକାଲ ବିୟର brewery Brewerkz ସହଯୋଗରେ ଲଞ୍ଚ କରାଯାଇଛି ।
ଏହି ଡିଙ୍କ୍ସରେ ପ୍ରିମିୟମ ଜର୍ମାନ ବାର୍ଲେ ମଲ୍ଟ, ସୁଗନ୍ଧିତ ସିଟ୍ରୋ ଏବଂ ଅନ୍ୟ ସାମଗ୍ରୀର ବ୍ୟବହାର କରାଯାଇଛି । ଏହି ଡିଙ୍କ୍ସକୁ ପିଇବା ପରେ କିଛି ଲୋକଙ୍କୁ ଏହା ବେଶ୍ ପସନ୍ଦ ଆସିଛି ।