fbpx

ରିସେପ୍ସନ ପାର୍ଟିରେ ଷ୍ଟେଜ ଉପରେ ଫୁଟିଲା ଗୁଳି: ଏମିତି ଅନ୍ଦାଜରେ ସେଲିବ୍ରେଟ କଲେ ନବବଧୂ

ରିସେପ୍ସନ ପାର୍ଟିକୁ ସେଲିବ୍ରେଟ କରିବା ପାଇଁ ଏ ନୂଆ ଅନ୍ଦାଜ ଆପଣେଇଛନ୍ତି ନବବିବାହିତ ଦମ୍ପତ୍ତି । ଗୁଳି ଫୁଟାଇ ନିଜ ପାର୍ଟିରେଦୂମ ମଚାଇଛନ୍ତି । ଯାହାର ଭିଡିଓ ଏବେ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ନବବଧୂଙ୍କ ସହିତ ଏହି କାମରେ ତାଙ୍କ ଭାଇ ମଧ୍ୟ ଖୁବ ସାଥ ଦେଇଛନ୍ତି । ଷ୍ଟେଜ ଉପରେ ଫାୟାରିଂ କରିବା ପରେ ସେଠାରେ ଥିବା ସମସ୍ତ ଅତିଥି ଏବଂ ଅନ୍ୟ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।

ସୂଚନା ଅନୁସାରେ, ବିହାହରର ଖଗଡିଆ ଜିଲ୍ଲା ଅନ୍ତର୍ଗତ ଭରତଖଣ୍ଡ ମୁସଲିମ ଟୋଲା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଇଞ୍ଜିନିୟର ମହମ୍ମଦ ଆସିଫଙ୍କ ନବବିବାହିତ ଧର୍ମପତ୍ନୀଙ୍କ ଏପରି କାରନାମା ଉପସ୍ଥିତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଷ୍ଟେଜ ନବ ଦମ୍ପତ୍ତି ବସିଥିବା ବେଳେ ମହିଳାଙ୍କ ଭାଇ ଷ୍ଟେଜ ଉପରକୁ ଆସି ତାଙ୍କ ହାତରେ ବନ୍ଧୁକ ଧରାଇ ଦେଇଥିଲେ । ମହିଳା ଜଣକ ମଧ୍ୟ ନିର୍ଭୟରେ ଷ୍ଟେଜ ଉପରେ ଦନାଦନ ଫାୟାରିଂ କରିଛନ୍ତି । ଏହା ଦେକି ସମସ୍ତେ ଚୁପ ହୋଇଯାଇଥିଲେ । କିଛି ସମୟ ପର୍ଯ୍ୟନ୍ତ ସବୁଆଡେ ନୀରବତା ଖେଳିଯାଇଥିଲା । ତେବେ ଏହି ଘଟଣାର ଏକ ଭିଡିଓ ଏବେ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହି ମାମଲାରେ ଏବେ ପୋଲିସ ଖୋଳତାଡ ଆରମ୍ଭ କରିଥିବା କହିଛନ୍ତି ଭରତଖଣ୍ଡ ସହାୟକ ଥାନାର ଇନଚାର୍ଜ ଅପିସର । ଏହି ଫାୟାରିଂ ସମୟରେ ମହିଳାଙ୍କୁ ବନ୍ଧୁକ ଦେଇଥିବା ଯୁବକଙ୍କ ପରିଚୟ ମିଳି ସାରିଛି । ମହିଳାଙ୍କ ସମେତ ତାଙ୍କ ଭାଇ ବିରୋଧରେ ମାମଲା ରୁଜୁ ହୋଇଛି । ଏହାପରେ ତଦନ୍ତ ପ୍ରକ୍ରିୟା ଜାରି ରଖିଛି ପୋଲିସ ଡିପାର୍ଟମେଣ୍ଟ ।

Get real time updates directly on you device, subscribe now.