ତିଷ୍ଠି ପାରିଲାନି ବିବାହ.. ପ୍ରେମକୁ ଭୁଲି ନପାରି ଚତୁର୍ଥୀ ଦିନ ପ୍ରେମିକ ପାଖକୁ ଯିବାକୁ ଜିଦି କଲା ସ୍ତ୍ରୀ, ତାପରେ..

ଭୁବନେଶ୍ବର: ତାଳଚେରରୁ ସାମ୍ନାକୁ ଆସିଛି କୌତୁହଳ ଘଟଣା । ଚତୁର୍ଥୀ ଦିନ ସ୍ବାମୀକୁ ଛାଡି ବୟଫ୍ରେଣ୍ଡ ପାଖକୁ ଚାଲିଗଲେ ସ୍ତ୍ରୀ । ତାଳଚେର ଥାନା ଅଞ୍ଚଳରୁ ସାମ୍ନାକୁ ଆସିଛି ଏହି ଘଟଣା ।

ଖବର ଅନୁସାରେ, ନବବଧୂ ଜଣକ ପ୍ରଥମେ ନିଜ ପରିବାରରେ ବିବାହ ବିଷୟରେ କହିଥିଲେ । କିନ୍ତୁ ପରିବାର ଲୋକେ ରାଜି ନହୋଇ ତାଙ୍କୁ ଗତ 18 ତାରିଖରେ ଜୋରଜବରଦସ୍ତ ବିବାହ କରାଇ ଦେଇଥିଲେ ।

ଟାଉନ୍ ବଡ଼ଦାଣ୍ଡ ସାହିର ଟିକନ ବେହେରାଙ୍କୁ ବିବାହ କରାଇ ଦେଇଥିଲେ । ହେଲେ ଚତୁର୍ଥୀ ଦିନ ସକାଳୁ ସ୍ତ୍ରୀ ପ୍ରେମିକ ସହିତ ଯିବାକୁ ଜିଦି ଧରିଥିଲେ । ନବବଧୂ ପ୍ରେମିକ ଶିବୁ ଦେହୁରୀଙ୍କୁ ହିଁ ବିବାହ କରିବା ପାଇଁ ଜିଦ୍ କରିଥିଲେ ।

ତେଣୁ ସ୍ବାମୀ ଟିକନଙ୍କ ଅଭିଯୋଗ ପରେ ନବବଧୂଙ୍କ ସହ ଉଭୟ ପରିବାର ଥାନାରେ ହାଜର ହୋଇଥିଲେ । ତେବେ ଉଭୟ ପରିବାରର ସହମତିରେ ସେ ବର୍ତ୍ତମାନ ପ୍ରେମିକ ସହ ଚାଲିଯାଇଥିବା ଜଣାପଡିଛି ।

ତେବେ ପରିଶେଷରେ ଜଣାପଡିଛି ଯେ,  ଯୁବତୀଙ୍କ ବଡ଼ ଭଉଣୀଙ୍କର ଟିକନ ବେହେରାଙ୍କ ସହ ନିର୍ବନ୍ଧ ହୋଇଥିଲା । କିନ୍ତୁ ବିବାହ ପୂର୍ବରୁ ସେ ଘରଛାଡ଼ି ଅନ୍ୟ ଯୁବକଙ୍କ ସହ ଚାଲି ଯାଇଥିଲେ । ଏହାପରେ ସାନଭଉଣୀଙ୍କୁ ଟିକନଙ୍କ ସହ ବିବାହ କରିବା ପାଇଁ ବାଧ୍ୟ କରିଥିଲେ ।

ଏହାପରେ ବିବାହ ମଧ୍ୟ ହୋଇଥିଲା, ବିବାହ ପରେ ସଂପୃକ୍ତ ଯୁବତୀ ଶାଶୁଘରକୁ ମଧ୍ୟ ଆସିଥିଲେ । ହେଲେ ମନଦେଇ ଭଲ ପାଇଥିବା ପ୍ରେମିକକୁ ସେ ଭୁଲି ନପାରି ଚତୁର୍ଥୀ ଦିନ ଫେରିଯିବା ପାଇଁ ଜିଦି କରିଥିଲେ ।